ମଣିଷକୁ ବାର୍ଡ ଫ୍ଲୁ ବିପଦ! କଣ ହେବ ଏବେ? ପଢନ୍ତୁ ସମ୍ପୂର୍ଣ୍ଣ ଖବର।

କୁକୁଡ଼ାଙ୍କ ଠୁ ମଣିଷ ବାର୍ଡ ଫ୍ଲୁ ବିପଦ। ପ୍ରଥମ ଥର ମଣିଷଙ୍କ ଦେହରେ ମିଳିଲା ବାର୍ଡ ଫ୍ଲୁ ଷ୍ଟ୍ରେନ। ପ୍ରଥମେ କରୋନା ଓ ଏବେ ବାର୍ଡ ଫ୍ଲୁ ବିଶ୍ୱ ପାଇଁ ଗୋଟେ ପରେ ଗୋଟେ ବିପଦ ଆଣୁଛି ଚୀନ।କରୋନା ଭୁତାଣୁ ଥମୁନଥିବା ବେଳେ ଏବେ ଚୀନରୁ ଆସୁଛି ଆଉ ଏକ ନୂଆ ବିପଦ। ପ୍ରଥମ ଥର ଚୀନରେ ମଣିଷଙ୍କ ଦେହରେ ଠାବ ହୋଇଛି ବାର୍ଡ ଫ୍ଲୁ ଷ୍ଟ୍ରେନ। ଚୀନରେ ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଜାଗାରେ ବାର୍ଡ ଫ୍ଲୁ ଷ୍ଟ୍ରେନ ଦେଖିବାକୁ ମିଳିଛି।

Google

ଏହି ସୂଚନା ଦେଇଛନ୍ତି ଚୀନର ନେସନାଲ ହେଲଥ କମିସନ।ନେସନାଲ ହେଲଥ କମିଶନର କହିବା ଅନୁସାରେ ସେହି ବ୍ୟକ୍ତିଙ୍କୁ ପ୍ରଥମେ ଜର ଓ ପରେ ଅନ୍ୟ ଲକ୍ଷଣ ଦେଖାଦେବା ପରେ ତାଙ୍କୁ ଏପ୍ରିଲ ୨୮ରେ ମେଡିକାଲରେ ଭର୍ତି କରାଯାଇଥିଲା। ଏହାର ଏକ ମାସ ପରେ ଅର୍ଥାତ ମଇ ୨୮ରେ ତାଙ୍କ ଦେହରେ ବାର୍ଡ ଫ୍ଲୁର ଷ୍ଟ୍ରେନ ଦେଖିବାକୁ ମିଳିଥିଲା। ତେବେ ଏହି ବ୍ୟକ୍ତିଙ୍କ ବିଷୟରେ ଅଧିକ ସୂଚନା ଦେବାକୁ ମନାକରିଦେଇଛି ଚୀନର ନେସନାଲ ହେଲଥ କମିସନ କିନ୍ତୁ ଏହା କୁକୁଡ଼ାଙ୍କ ଠାରୁ ମଣିଷଙ୍କ ଦେହକୁ ବ୍ୟାପୁଥିବା ପ୍ରଷ୍ଟ କରାଯାଇଛି।

ଆସ୍ୱସ୍ତିର କଥା ହେଉଛି ବାର୍ଡ ଫ୍ଲୁର ଏହି ଷ୍ଟ୍ରେନ ଏତେ ଶକ୍ତିଶାଳୀ ନୁହେଁ। ଏହା ବଡ଼ ଧରଣର ବ୍ୟପେନାହିଁ ବୋଲି କହିଛି ଚୀନର ନେସନାଲ ହେଲଥ କମିସନ। ତେବେ ଏହି ଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସୁଧା ସ୍ଥିର ରହିଛି ଓ ଖୁବ ଶୀଘ୍ର ସେ ସୁସ୍ଥ ହୋଇ ମେଡିକାଲରୁ ଡିଚାର୍ଜ ହୋଇଯିବେ ବୋଲି ସୂଚନା ମିଳିଛି।ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯେଉଁ ଲୋକ ଆସିଥିଲେ ତାଙ୍କ ମେଡିକାଲ ଟେଷ୍ଟ କରାଯାଇଥିଲା କିନ୍ତୁ ସେମାନେ କେହିବି ସଂକ୍ରମଣ ହୋଇନଥିବା ଜଣାପଡିଛି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଚୀନରେ ବାର୍ଡଫ୍ଲୁର ଅନେକ ଷ୍ଟ୍ରେନ ରହିଛି।

Google

ଏଥିମଧ୍ୟରୁ କିଛି ଷ୍ଟ୍ରେନ ମଣିଷ ମାନଙ୍କୁ ସଂକ୍ରମଣ କରୁଛି।ବଡ଼ ଆସ୍ୱସ୍ତିକର କଥା ହେଉଛି ଏହି ଷ୍ଟ୍ରେନ ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳିନି। ଏହା ଏତେ ଭୟାନକ ବୋଲି ଚୀନ କହୁଛି କିନ୍ତୁ ଏହି ଖବର ବିଶ୍ୱ ପାଇଁ ଏକ ବିପଦ ମାନାଯାଉଛି।କାରଣ କରୋନା ଭାଇରସ ମଧ୍ୟ ଚୀନର ରାସ୍ତା ଦେଇ ପୁରା ବିଶ୍ୱରେ ଖେଳିଯାଇଥିଲା। ଏବେ ପର୍ଯ୍ୟନ୍ତ କରୋନାରୁ ସମ୍ପୂର୍ଣ ମୁକ୍ତି ପାଇବି ବିଶ୍ୱ ମୋଟାମୋଟୀ ଭାବେ କହିଲେ ପୁରା ବିଶ୍ୱ ପାଇଁ ଗୋଟେ ପରେ ଗୋଟେ ବିପଦ ଆଣୁଛି ଚୀନ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *