ଭିଡିଓ ହେଲା ଭାଇରଲ, ବିରିୟାନି ପାଇଁ ଦେଢ଼ କିଲୋମିଟର ଯାଏ ଲମ୍ବା ଧାଡି ।

ବାଙ୍ଗାଲୋର:- ପ୍ରାୟ ବିରିୟାନି ସମସ୍ତଙ୍କୁ ଭଲ ଲାଗେ। ହେଲେ କେବେ ଏମିତି ଦେଖିଛ କି ବିରିୟାନି ପାଇଁ ରାତି ୩ଟାରୁ ଲାଇନ?? ହଁ ଏଠି ସେୟା ଘଟିଛି ,ଏହା ଅଜବ ଲାଗୁଥିବ ହେଲେ ୨ ଅଟେ। ଏହି ଦୃଶ୍ୟ କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋରରେ ଦେଖିବାକୁ ମିଳିଛି।

Google

କୋରନା କଟକଣାକୁ ଅବହେଳା କରି ମଟନ ବିରିୟାନି ପାଇଁ ଦେଢ଼ କିମି ଲାଗିଛି ଲାଇନ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ବାଙ୍ଗାଲୋର ସିଟି ସେଣ୍ଟରରୁ ୨୫ କିଲୋମିଟର ଦୂରରେ ଥିବା ଏହି ବିରିୟାନି ସେଣ୍ଟରେ ଲାଗିଛି ଲୋକଙ୍କ ଲାଇନ।

ଖବର ଅନୁଯାୟୀ ଲୋକମାନେ ବିରିୟାନି ପାଇଁ ରାତି ୩ଟାରୁ ଲାଇନରେ ଛିଡା ହୋଇଛନ୍ତି। କୋରନା କଟକଣା ପରେ ମଧ୍ୟ ବିରିୟାନି ପ୍ରତି ମୋହ ଲୋକଙ୍କୁ ରାତି ୩ଟା ରୁ ଲାଇନ କରି ଛିଡା କରିଛି। କେବଳ ଏହା ନୁହେଁ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଏଠାକୁ ୫୦ କିଲୋମିଟର ଦୂରରୁ ଲୋକମାନେ ବିରିୟାନି ପାଇଁ ଏଠାକୁ ଆସୁଛନ୍ତି।

ହେଲେ ଅନେକ ଲୋକ ସାମାଜିକ ଦୁରତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଲୋକେ କହିଛନ୍ତି ଯେ ଲାଇନରେ ଛିଡା ହୋଇଥିବା ଲୋକ ସାମାଜିକ ଦୂରତା ପାଳନ କରୁନାହାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *