ସୁଶାନ୍ତ ସିଂ ରାଜପୁତଙ୍କ କେସରେ ମହାରାଷ୍ଟ୍ରର ପୂର୍ଵ ସିଏମ ଓ ବିଜେପି ନେତା ନାରାୟଣ ରାଣେଙ୍କର ଦାବି କି ଲଢେଇ ପରେ ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି। ସେ କହିଛନ୍ତି “ସୁଶାନ୍ତ ଆତ୍ମହତ୍ୟା କରିପାରିବେ ନାହିଁ, ଦିଶା ମଧ୍ୟ ଆତ୍ମହତ୍ୟା କରିନାହାଁନ୍ତି ଦୁହିଁଙ୍କୁ ହତ୍ୟା କରାଯାଇଛି”।

ମହାରାଷ୍ଟ୍ରର ବିଜେପି ନେତା ନାରାୟଣ ରାଣେ ପୁଣି କହିଛନ୍ତି କି ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ହତ୍ୟା କରାଯାଇଛି ଓ ନ୍ୟାୟ ମିଳିବା ପର୍ଯ୍ୟନ୍ତ ମୁଁ ଏହିପରି ଆବାଜ ଉଠାଇବି। ନାରାୟଣ ରାଣେଙ୍କର ଦାବି କି ଲଢେଇ ପରେ ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି। ସେ କହିଛନ୍ତି”ସୁଶାନ୍ତ ଆତ୍ମହତ୍ୟା କରିପାରିବେ ନାହିଁ, ଦିଶା ମଧ୍ୟ ଆତ୍ମହତ୍ୟା କରିନାହାଁନ୍ତି ଦୁହିଁଙ୍କୁ ହତ୍ୟା କରାଯାଇଛି”।
ମହାରାଷ୍ଟ୍ରର ପୂର୍ଵ ସିଏମ ଓ ବିଜେପି ନେତା ନାରାୟଣ ରାଣେଙ୍କର ସିବିଆଇ ଯାଞ୍ଚରେ ଭରୋସା ଅଛି।ସେ କହିଛନ୍ତି” ମୋ ପାଖରେ ପ୍ରମାଣ ଅଛି ଯାହା ମୁଁ ସିବିଆଇ ପାଖରେ ପହଞ୍ଚାଇ ଦେଇଛି। ସିବିଆଇର ଯାଞ୍ଚ ସଠିକ ଚାଲୁଛି।ସେହି ପ୍ରମାଣ ଆଧାରରେ ସିବିଆଇ ଆଗରୁ ଯାଞ୍ଚ କରିବ ଓ ରିପୋର୍ଟ ପ୍ରସ୍ତୁତ କରିବ , ତ ମତେ ଲାଗୁଛି ଏହା ଆତ୍ମହତ୍ୟା ନୁହେଁ ମର୍ଡର ପ୍ରମାଣ ହେବ”।
ସରକାରଙ୍କ ଇସାରାରେ ପ୍ରମାଣ ନଷ୍ଟ କରାଯାଇଛି:
ନାରାୟଣ ରାଣେ ଏହା ପୂର୍ବରୁ ମଧ୍ୟ ଆଶଙ୍କା କରି କହିଥିଲେ କି ମୁମ୍ବାଇ ପୋଲିସ ପ୍ରସରରେ ଯାଞ୍ଚ କରିଥିଲା।ମାମଲା ସିବିଆଇ ପାଖୁ ଯିବା ପୂର୍ବରୁ ମୁମ୍ବାଇ ପୋଲିସ ମହାରାଷ୍ଟ୍ର ସରକାରଙ୍କ ପାଇଁ ପ୍ରମାଣ ନଷ୍ଟ କରିଦେଇଛି। ତାଙ୍କର ମାନିବା ଅଟେକି ଦିଶା ସାଲିଆନଙ୍କର ଆତ୍ମହତ୍ୟା ସହିତ ସୁଶାନ୍ତଙ୍କ ମାମଲା ଯୋଡିହୋଇ ରହିଛି।

ମୁମ୍ବାଇ ପୋଲିସ ପ୍ରେସରରେ କରୁଥିଲା ଯାଞ୍ଚ:
ଏହା ପୂର୍ବରୁ ଏବିପି ନ୍ୟୁଜ ସହିତ କଥାବାର୍ତ୍ତା ସମୟରେ ରାଣେ କହିଥିଲେ” ଯେଉଁ ତଥ୍ୟ ମତେ ମିଳିଛି ସେଥିରୁ ଲାଗୁଛି ଏହା ଆତ୍ମହତ୍ୟା ନୁହେଁ ମର୍ଡର ଅଟେ।ମୁମ୍ବାଇ ପୋଲିସ ଏହା ଭାବି ଯାଞ୍ଚ କରୁଛି କି ଏହା ଆତ୍ମହତ୍ୟା ଅଟେ। ମୁମ୍ବାଇ ପୋଲିସ କୌଣସି ପ୍ରେସରରେ ଆସି ଯାଞ୍ଚ କରୁଛି। ମୁମ୍ବାଇ ପୋଲିସ କାହାକୁ ପ୍ରୋଟେକ୍ଟ କରୁଛି ଏହା ମତେ ଲାଗୁଛି।ମୁମ୍ବାଇ ପୋଲିସ ଉପରେ ସୁଶାନ୍ତଙ୍କୁ ନ୍ୟାୟ ମିଳିବ ଏପରି ମତେ ଲାଗୁନାହିଁ”।
ସିବିଆଇ ଯାଞ୍ଚରେ ସମ୍ନାକୁ ଆସିଛି ସତ୍ୟତା:
ରାଣେ କହିଛନ୍ତି,” ଏହି କେସରେ ସିବିଆଇ ଯାଞ୍ଚ କରିବାକୁ ମୁଁ ମଧ୍ୟ ଅନୁରୋଧ କରିଥିଲି।ସିବିଆଇ ଯାଞ୍ଚରେ ସମ୍ନାକୁ ଆସିଛି ସତ୍ୟତା। ସୁପ୍ରିମକୋର୍ଟ ଏହି କେସ ଯିବାପରେ ଲୋକଙ୍କୁ ବିଶ୍ୱାସ ହେଲା କି ସୁଶାନ୍ତଙ୍କୁ ନ୍ୟାୟ ମିଳିପାରିବ। “ଦିଶା ସାଲିଆନଙ୍କ ଆତ୍ମହତ୍ୟା ଉପରେ ରାଣେ କହିଛନ୍ତି ଯେପରି ପୋଷ୍ଟମୋଟମ ରିପୋର୍ଟ ଆସିଛି ସେଥିରୁ ଜଣାପଡୁଛି ସେ ଆତ୍ମହତ୍ୟା କରିନାହାଁନ୍ତି। ଦିଶା ସାଲିଆନଙ୍କର ଆତ୍ମହତ୍ୟା ସହିତ ସୁଶାନ୍ତଙ୍କ କେସ ପୁରା ଯୋଡି ହୋଇଅଛି।

ଅଡୁଆ ଲଗାଉଛନ୍ତି ସଞ୍ଜୟ ରାୱତ:
ଶିବସେନାର ନେତାଙ୍କ ଉପରେ କଡା ପ୍ରତିକ୍ରିୟା ଦେଇ ରାଣେ କହିଛନ୍ତି” ଏହି କେସରେ ଶିଵସେନାର ନେତା ସଞ୍ଜୟ ରାୱତ ଆଡୁଆ ଲଗାଉଛନ୍ତି । ସେ ଏପରି କାହିଁକି କରୁଛନ୍ତି? ସେ ଏପରି କରିବା ଦ୍ୱାରା ମତେ ଲାଗୁଛି ତାଙ୍କର ମଧ୍ୟ ଏହି କେସ ସହ କିଛି ସମ୍ପର୍କ ଅଛି। ଯାଞ୍ଚ ପାଇଁ ଆସିଥିବା ବିହାର ପୋଲସ ଏସପିଙ୍କୁ କ୍ୱାରେଣ୍ଟାଇନ କରିବାର କୌଣସି ଆବଶ୍ୟକତା ନଥିଲା। ଯେବେ ସେ ମୁମ୍ବାଇ ଆସିଲେ ତାଙ୍କୁ କଣ ପାଇଁ ଆରେଷ୍ଟ କରାଗଲା?।ଏହାର ଅର୍ଥ ଏହି କସରେ ଯେପରି କୌଣସି କଥା ବାହାରକୁ ନଯାଉ ଏହାର ବ୍ୟବସ୍ଥା ମୁମ୍ବାଇ ପୋଲିସ କରୁଛି”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।