ମା ହେବାର ଅନୁଭୂତି ନିଜ ଭିତରେ ଏକ ଖାସ କଥା ହୋଇଥାଏ। ବହୁତ ଭାଗ୍ୟଶାଳୀ ମାନଙ୍କୁ ମିଳିଥାଏ ମା ହେବାର ସୌଭାଗ୍ୟ , ଏହା ସ୍ୱାଭାବିକ ଅଟେକି ପିଲା ବାଲ୍ୟାବସ୍ତାରେ ମା ବାପାଙ୍କ ଅଭିନୟ କରିବାର ଖେଳ ଖେଳିଥାନ୍ତି। ମା ହେବାର ଅନୁଭୂତିକୁ ପ୍ରତ୍ୟେକ ସ୍ତ୍ରୀ ନିଜ ଜୀବନରେ ଅନୁଭବ କରିବା ପାଇଁ ଚାହିଁଥାଏ କିନ୍ତୁ କିଛି ଏପରି ସ୍ତ୍ରୀ ରହିଥାନ୍ତି ଯେଉଁମାନଙ୍କୁ ମା ହେବାର ସୌଭାଗ୍ୟ ମିଳିନଥାଏ। ଆଜି ଆମେ ଏପରି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ଏବେ ପର୍ଯ୍ୟନ୍ତ ମା ହେବାର ସୌଭାଗ୍ୟ ମିଳିପାରିଲା ନାହିଁ।

୧-ସଂଗୀତା ବିଜଲାନି:
ସଂଗୀତା ବିଜଲାନି ଯିଏକି ପୂର୍ଵ ଭାରତୀୟ ଅଧିନାୟକ ମହମ୍ମଦ ଅଜରଉଦିନଙ୍କୁ ବିବାହ କରିଥିଲେ କିନ୍ତୁ ବିବାହର କିଛି ଦିନ ପରେ କିଛି ସମସ୍ୟା କାରଣରୁ ଦୁହେଁ ଅଲଗା ହୋଇଗଲେ। ସେ ନିଜ ସାରା ଜୀବନ ଏକା ରହିବା ପାଇଁ ପସନ୍ଦ କଲେ। ଯାହା ପାଇଁ ତାଙ୍କର କୌଣସି ସନ୍ତାନ ନାହିଁ।

୨-ସାଇରା ବନୁ:
ବଲିଉଡର ମହାନ ଅଭିନେତା ଦିଲୀପ କୁମାରଙ୍କ ପତ୍ନୀ ସାୟରା ବାନୋ ମଧ୍ୟ କେବେ ମା ହୋଇପାରିନାହାଁନ୍ତି। ଆପଣଙ୍କୁ କହିରଖିବୁ ତାଙ୍କ ବିବାହକୁ ୫୦ ବର୍ଷ ହୋଇଗଲାଣି କିନ୍ତୁ ତାଙ୍କର କୌଣସି ସନ୍ତାନ ନାହିଁ।

୩-ସବାନା ଆଜମୀ:
ବଲିଉଡର ଅଭିନେତ୍ରୀ ସବାନା ଆଜମୀ ନିଜଠୁ ବହୁତ ବଡ଼ ଜାବେଦ ଅକ୍ତରଙ୍କୁ ବିବାହ କରିଛନ୍ତି। ସବାନା ତ ମା ହୋଇପାରିଲେନି କିନ୍ତୁ ଜାବେଦଙ୍କର ପୂର୍ବ ପତ୍ନୀଙ୍କର ଦୁଇଟି ପିଲା ଅଛନ୍ତି। ଯିଏକି ଏବେ ବଲିଉଡ଼ରେ ଆକ୍ଟିଭ ଅଛନ୍ତି।ଯାହାଙ୍କ ନାମ ଫରାନ ଅକ୍ତର ଓ ଜୋୟା ଅକ୍ତର ଅଟେ।

୪-ଜୟାପ୍ରଦା:
ବଲିଉଡର ଆଉ ଏକ ପ୍ରସିଦ୍ଧ ଅଭିନେତ୍ରୀ ଜୟାପ୍ରଦା ଙ୍କର ନାମ ମଧ୍ୟ ଏଥିରେ ସାମିଲ ଅଛି ଯିଏକି ଶ୍ରୀକଣ୍ଠ ନାହଟାଙ୍କ ସହିତ ବିବାହ କରିଛନ୍ତି। ଶ୍ରୀକଣ୍ଠ ଆଗରୁ ବିବାହିତ ଥିଲେ ଓ ତାଙ୍କ ପ୍ରଥମ ପତ୍ନୀଙ୍କ ତିନୋଟି ସନ୍ତାନ ଥିଲେ କିନ୍ତୁ ଜୟାପ୍ରଦାଙ୍କ ସହିତ ତାଙ୍କର କୌଣସି ସନ୍ତାନ ନାହିଁ। ଜୟାପ୍ରଦାଙ୍କୁ ଆଜି ପର୍ଯ୍ୟନ୍ତ ସନ୍ତାନ ପ୍ରାପ୍ତିର ସୁଖ ମିଳିପାରିଲା ନାହିଁ।

୫-କିରଣ ଖେର:
କିରଣ ଖେର ନିଜ ଅଭିନୟ ଦ୍ଵାରା ଅନେକ ନାମ କମାଇସାରିଛନ୍ତି। ଅନୁପମ ଖେରଙ୍କର ଦ୍ୱିତୀୟ ପତ୍ନୀ କିରଣ ଖେରଙ୍କୁ ଏବେ ପର୍ଯ୍ୟନ୍ତ କୌଣସି ସନ୍ତାନ ମିଳିପାରିନାହିଁ।ବଲିଉଡ଼ରେ ସେ ନିଜ ପ୍ରତିଭା ଦ୍ଵାରା ଅନେକ ଲୋକଙ୍କୁ ପ୍ରଭାବିତ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ