ପରବିନ ବୋବିଙ୍କ ଠୁ ନେଇକି ଦିବ୍ୟା ଭାରତୀ ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ ଏହି ସେଲିବ୍ରେଟିଙ୍କ ମୃତ୍ୟୁ ।

ସେ ବର୍ଷ ୨୦୦୫ ଥିଲା ଯେବେ ଯେବେ ସେ ଜମାନାର ସୁପରହିଟ ଅଭିନେତ୍ରୀ ପରବିନ ବୋବିଙ୍କ ଶବ ତାଙ୍କ ଘରେ ମିଳିଥିଲା। ଯେବେ ଅନେକ ଦିନ ପର୍ଯ୍ୟନ୍ତ ତାଙ୍କ ଘର ନଖୋଲିଲା ସେବେ ପୋଲିସକୁ ଲୋକ ସୂଚନା ଦେଲେ ଓ ପୋଲିସ। ଘର ଖୋଲିଲା ବେଳକୁ ସେ ଆଉ ଏହି ଦୁନିଆରେ ନଥିଲେ।

Google

ବଲିଉଡ଼ର ଦୁନିଆ ରଙ୍ଗୀନ ଚଦରରେ ଭରି ହୋଇଛି।ଏହାର ବାହାର ଚମକ ପାର କରି ଭିତରର ଅନ୍ଧାର ଦେଖିବା ବହୁତ କଷ୍ଟ। ଏହି ଅନ୍ଧକାରକୁ ସେହି ଲୋକ ବୁଝିପାରିବେ ଯେଉଁମାନେ ସେହି ଅନ୍ଧକାରର ଅଂଶ ଅଟନ୍ତି ଓ ସେଥିରେ ବୁଡି ରହିଛନ୍ତି। ଇଣ୍ଡଷ୍ଟ୍ରିରେ ଏପରି ଅନେକ ନାମ ଅଛି ଯେଉଁମାନେ ସେହି ଅନ୍ଧକାରରେ ବୁଡ଼ିବାପରେ ଆଉ ବାହାରକୁ ଆସିପାରିନଥିଲେ। ତାଙ୍କ ମୃତ୍ୟୁ ଏକ କାହାଣୀ ହୋଇ ରହିଗଲା। ଆସନ୍ତୁ ଜାଣିବା ସେହି ଷ୍ଟାର ମାନଙ୍କ ବିଷୟରେ ଯାହାଙ୍କ ମୃତ୍ୟୁ ଏକ କାହାଣୀ ହୋଇ ରହିଗଲା।

ପରବିନ ବୋବି:-

ସେ ବର୍ଷ ୨୦୦୫ ଥିଲା ଯେବେ ଯେବେ ସେ ଜମାନାର ସୁପରହିଟ ଅଭିନେତ୍ରୀ ପରବିନ ବୋବିଙ୍କ ଶବ ତାଙ୍କ ଘରେ ମିଳିଥିଲା। ଯେବେ ଅନେକ ଦିନ ପର୍ଯ୍ୟନ୍ତ ତାଙ୍କ ଘର ନଖୋଲିଲା ସେବେ ପୋଲିସକୁ ଲୋକ ସୂଚନା ଦେଲେ ଓ ପୋଲିସ ଘର ଖୋଲିଲା ବେଳକୁ ସେ ଆଉ ଏହି ଦୁନିଆରେ ନଥିଲେ କିନ୍ତୁ ତାଙ୍କ ମୃତ୍ୟୁ କିପରି ହୋଇଥିଲା ଏହା ଆଜି ପର୍ଯ୍ୟନ୍ତ ଜଣାପଡିନାହିଁ।

ଦିବ୍ୟା ଭାରତୀ:-

ଅଳ୍ପ ସମୟରେ ଓ ଅଳ୍ପ ଫିଲ୍ମରେ ସଫଳତା ହାସଲ କରିଥିବା ଅଭିନେତ୍ରୀ ବହୁତ କମ ଓ ଦିବ୍ୟା ଭାରତୀ ସେମାନଙ୍କ ମଧ୍ୟରେ ଜଣେ ଯିଏକି ଆସିଲେ ଓ ସଫଳତା ପାଇଯାଇଥିଲେ କିନ୍ତୁ ଦିନେ ଅଚାନକ ବାଲକୋନିରୁ ଗଳିବା ଦ୍ଵାରା ତାଙ୍କର ମୃତ୍ୟୁ ହୋଇଯାଇଥିଲା କିନ୍ତୁ ଅନେକ ଅଲଗା ଅଲଗା କଥା ତାଙ୍କ ମୃତ୍ୟୁକୁ ନେଇ କୁହାଯାଇଥାଏ। ହେଲେ ଆଜି ପର୍ଯ୍ୟନ୍ତ ପ୍ରକୃତ ସତ୍ୟତା ଜଣାପଡିନାହିଁ।

Google
ନକିସା ଜୋସେଫ:-

ମିସ ଇଣ୍ଡିଆ ୟୁନିଭର୍ସ ହେଲେ କିନ୍ତୁ ମିସ ୟୁନିଭର୍ସ ହୋଇପାରିଲେ ନାହିଁ। ଏହା ପରେ ୯୦ ଦଶକରେ ସେ ଟପ ମଡେଲ ହୋଇଗଲେ କିନ୍ତୁ ୨୦୦୪ରେ ତାଙ୍କ ଶବ ଫାଶିରେ ଝୁଲିବା ଅବସ୍ଥାରେ ମିଳିଲା। ସେ ଏପରି କଣ ପାଇଁ କଲେ ଏହା ବିଷୟରେ କାହାକୁ କିଛି ଜଣାନାହିଁ। କୁହାଯାଏ କି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ଚିନ୍ତିତ ଥିଲେ କିନ୍ତୁ ସତ କାରଣ କାହାକୁ ଅବଗତ ନାହିଁ।

ପ୍ରତୁଷା ବୈନର୍ଜି:-

ବାଳିକା ବଧୂ ସିରିଅଲ ତ ଆପଣଙ୍କର ମନେ ଥିବ।ଯେଉଁଥିରେ ବଡ଼ ହୋଇଯାଇଥିବା ଆନ ଆନନ୍ଦିର ରୋଲ ପ୍ରତୁଷା ବୈନର୍ଜି କରିଥିଲେ। ସୁନ୍ଦର ଚେହେରା ଓ ଭଲ ଅଭିନୟ ଦ୍ଵାରା ସେ ସମୟରେ ସେ ସମସ୍ତଙ୍କ ମନମୋହିତ କରିଥିଲେ କିନ୍ତୁ ମାତ୍ର ୨୪ ବର୍ଷ ବୟସରେ ସେ ଆତ୍ମହତ୍ୟା କରିଦେଇଥିଲେ କିନ୍ତୁ ଆତ୍ମହତ୍ୟାର କାରଣ ଆଜି ପର୍ଯ୍ୟନ୍ତ ଜଣାପଡିନାହିଁ।

Google
ଜିୟା ଖାନ:-

ଏହି ଅଭିନେତ୍ରୀ ୨୫ ବର୍ଷ ବୟସର ହୋଇଥିବା ଅବସ୍ଥାରେ ଏହି ଦୁନିଆ ଛାଡି ଚାଲିଯାଇଥିଲେ। ନିଜ କ୍ୟାରିୟରରେ ସେ ଅମିତାଭ ଵଚନଙ୍କ ଭଳି ଷ୍ଟାର ସହ କାମ କରିଛନ୍ତି। କେଜାଣି ତାଙ୍କ ଜୀବନରେ ଏପରି କଣ ଚାଲିଥିଲା ଯେଉଁଥି ପାଇଁ ଜିୟା ବଞ୍ଚିବା ଠୁ ଅଧିକ ମରିବାକୁ ପସନ୍ଦ କଲେ ଓ ସେ ଆତ୍ମହତ୍ୟା କରିଦେଲେ ହେଲେ ଏହାର କାରଣ ଆଜି ପର୍ଯ୍ୟନ୍ତ ଜଣାପଡିନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *