ବଲିଉଡ଼ ଅଭିନେତ୍ରୀ କିଆରା ଆଡ଼ଭାନୀ ନିଜ ଫିଲ୍ମ କବିର ସିଂ ପରେ ଅଧିକ ଲୋକପ୍ରିୟ ହୋଇଗଲେ । କିଛି ଦିନ ତଳେ କିଆରା ଆଡ଼ବାଣୀଙ୍କ ନୂଆ ଆସୁଥିବା ଫିଲ୍ମ “ଇନ୍ଦୁ କି ଯବାନି” ର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ଏହାର ଟିଜରକୁ କିଆରା ଆଡ଼ଭାନୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ସେହି ଫିଲ୍ମରେ ଏକ ଗୀତ ଅଛି ଯାହା ଅଧିକ ଲୋକପ୍ରିୟ ହୋଇଛି । ସେହି ଗୀତକୁ ମିକା ସିଂ ଗାଇଛନ୍ତି ଯାହା ହେଉଛି-ସାଵନ ମେ ଲଗ ଗଇ ଆଗ । କିଆରା ଆଡ଼ଭାନୀଙ୍କ ଏହି ଗୀତରେ ଲୋକେ ବହୁତ ନାଚୁଛନ୍ତି ଓ ଭିଡ଼ିଓ କରୁଛନ୍ତି ।

ଫିଲ୍ମର କାହାଣୀ ଡେଟିଙ୍ଗ ସହିତ ଜଡିତ:
କିଆରା ଆଡ଼ଭାନୀଙ୍କ ଆସୁଥିବା ଫିଲ୍ମରେ ବହୁତ କମେଡି ରହିଛି । ସେହି ଫିଲ୍ମର କାହାଣୀ ଡେଟିଙ୍ଗ ସହିତ ଜଡିତ। ଫିଲ୍ମରେ ଦେଖାଯାଇଛି କିପରି ବେଳେ ବେଳେ ଡେଟିଙ୍ଗ ଆପ ଦ୍ଵାରା ଘରକୁ ବିପଦ ଆସିଥାଏ । ସେହି ଫିଲ୍ମର ନିର୍ଦେଶନା ଅବିର ସେନଗୁପ୍ତା କରିଛନ୍ତି ।
ଟ୍ରେଲରରୁ ଜଣାପଡୁଛିକି କିଆରା ଆଡ଼ଭାନୀଙ୍କୁ ଏକ ପାକିସ୍ତାନି ଯୁବକଙ୍କ ସହିତ ପ୍ରେମ ହୋଇଯାଇଛି । ଫିଲ୍ମରେ କିଆରା ଆଡ଼ଭାନୀ ଡେଟିଙ୍ଗ ପାଇଁ ଏକ ଭଲ ପୁଅ ଖୋଜୁଛନ୍ତି । ଯେବେ ତାଙ୍କୁ ଭଲ ଯୁବକ ମିଳିଲା ନାହିଁ ସେ ଡେଟିଙ୍ଗ ଆପକୁ ଗଲେ ।
ଫିଲ୍ମର କାହାଣୀ କମେଡି ଓ ରୋମାନ୍ସରେ ଭରପୁର:
ଏହା ପରେ ତାଙ୍କୁ ଅନେକ ପୁଅ ମିଳୁଛନ୍ତି କିନ୍ତୁ ତାଙ୍କୁ ବିବାହରୁ ଅଧିକ ଅନ୍ୟ ଜିନିଷର ମନ ରହିଥାଏ । ଏଥିପାଇଁ ଇନ୍ଦୁ ସେମାନଙ୍କୁ ପସନ୍ଦ କରିନଥାଏ । ଅନେକ ଖୋଜିବା ପରେ ତାଙ୍କୁ ଏକ ଭଲ ପୁଅ ମିଳିଯାଇଥାଏ । କାହାଣୀ ଅନୁସାରେ କିଆରା ଆଡ଼ଭାନୀଙ୍କୁ ସେହି ପୁଅ ଭିତରେ ସବୁ ଗୁଣ ମିଳିଯାଇଥାଏ କିନ୍ତୁ ଅଶୁବିଧା ସେବେ ଆସେ ଯେବେ ଜଣାପଡେ ପୁଅ ପାକିସ୍ତାନି ଅଟେ । ଫିଲ୍ମର କାହାଣୀ କମେଡି ଛଡା ରୋମାନ୍ସରେ ମଧ୍ୟ ଭରପୁର ଅଟେ । ଏହା ସହିତ ଲୋକ ସେହି ଫିଲ୍ମର ଗୀତକୁ ବହୁତ ପସନ୍ଦ କରୁଛନ୍ତି ।

ଯଦି କହିବା କିଆରା ଆଡ଼ଭାନୀଙ୍କ ଅନ୍ୟ ଫିଲ୍ମ କଥା ତ କିଛି ଦିନ ତଳେ ଓଟିଟି ପ୍ଲାଟଫୋର୍ମରେ ଅକ୍ଷୟ କୁମାର ଓ କିଆରା ଆଡ଼ଭାନୀଙ୍କ ଫିଲ୍ମ “ଲକ୍ଷ୍ମୀ” ରିଲିଜ ହୋଇଥିଲା । ସେହି ଫିଲ୍ମକୁ ଦର୍ଶକ ପସନ୍ଦ କରିନଥିଲେ । ଏହା ସହିତ କିଆରା ବଲିଉଡ଼ ଅଭିନେତା ବରୁଣ ଧାୱନଙ୍କ ସହିତ ରୋମାନ୍ସ କରୁଥିବା ନଜର ଆସିବେ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।