କରୋନା ଭାଇରସ୍‌ର ମୁକାବିଲା ପାଇଁ ସେଲିବ୍ରିଟିଙ୍କ ପିଏମ କେୟାର ଫଣ୍ଡକୁ ଆର୍ଥିକ ସହଯୋଗ।

କରୋନା ଭାଇରସ୍‌ର ମୁକାବିଲା ପାଇଁ ସେଲିବ୍ରିଟିଙ୍କ ପିଏମ କେୟାର ଫଣ୍ଡକୁ ଆର୍ଥିକ ସହଯୋଗ

କରୋନା ଭାଇରସ (କୋଭିଡ -୧୯) ମହାମାରୀର ମୁକାବିଲା ପାଇଁ ଦେଶ ଯେଉଁ ଲଢ଼େଇ କରୁଛି, ସେଥିରେ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ ସେଲିବ୍ରିଟି ଏବଂ କ୍ରିକେଟର । ଏଭଳି ବିପତ୍ତି ସମୟରେ ଦେଶ ପାଇଁ ଆର୍ଥିକ ସହାୟତା କରି ଦେଶବାସୀଙ୍କର ମନ ବଳ କୁ ସୁଦୃଢ କରିଛନ୍ତି ।

ଏଭଳି ବିପତ୍ତି ସମୟରେ ଦେଶ ପାଇଁ ଆର୍ଥିକ ସହାୟତା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ଟୁଇଟର ଆକାଉଣ୍ଟରେ ସେଲିବ୍ରିଟିଙ୍କ ନାଁ ଲେଖି ପ୍ରଶଂସା କରିଛନ୍ତି ମୋଦୀ।

କରୋନା ଭାଇରସ୍‌ର ମୁକାବିଲା ପାଇଁ ସେଲିବ୍ରିଟିଙ୍କ ପିଏମ କେୟାର ଫଣ୍ଡକୁ ଆର୍ଥିକ ସହଯୋଗ

‘‘ଦେଶର ତାରକାମାନେ ଦେଶକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସେ କେବଳ ଲୋକଙ୍କୁ ସଚେତନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁନାହାଁନ୍ତି ବରଂ ପିଏମ କେୟାରରେ ଫଣ୍ଡରେ ଆର୍ଥିକ ସହଯୋଗ କରୁଛନ୍ତି’’, ଟୁଇଟରେ ଲେଖିଛନ୍ତି ମୋଦୀ।

କରୋନା ଭାଇରସ୍‌ର ମୁକାବିଲା ପାଇଁ ସେଲିବ୍ରିଟିଙ୍କ ପିଏମ କେୟାର ଫଣ୍ଡକୁ ଆର୍ଥିକ ସହଯୋଗ

ବଲିଉଡ ସେଲିବ୍ରିଟି ଏବଂ କ୍ରିକେଟଙ୍କର ଆର୍ଥିକ ସହଯୋଗ

ଅନ୍ୟପକ୍ଷରେ ପିଏମ କେୟାର ଫଣ୍ଡ୍‌ରେ ଟଙ୍କା ଦାନ କରୁଥିବା ସେଲିବ୍ରିଟିଙ୍କ ତାଲିକା ଲମ୍ବା ହେବାରେ ଲାଗିଛି। ଅକ୍ଷୟ କୁମାର, ଭୂଷଣ କୁମାର, କ୍ୟାଟ୍ରିନା କୈଫ, ବରୁଣ ଧାୱନ, ଆଲିଆ ଭଟ୍ଟ, ସାରା ଅଲ୍ଲୀ ଖାନ, କ୍ରିତି ସନନ, କପିଲ ଶର୍ମା, ମନିଷ ପଲ, ଧୋନି, ବିରାଟ କୋହଲି ଓ ଅନୁଷ୍କା ଶର୍ମା, ଗୌତମ ଗମ୍ଭୀର, ଆଜିଙ୍କ୍ୟ ରାହାଣେ, ତେଲଗୁ ଷ୍ଟାର ଚିରଞ୍ଜୀବୀ, ପବନ କଲ୍ୟାଣ, ମହେଶ ବାବୁ, ରାମ ଚରଣ ଏବଂ ପ୍ରଭାସ ଏହି ଫଣ୍ଡ୍‌କୁ ଟଙ୍କା ଦାନ କରିଛନ୍ତି।

କୋଭିଡ -୧୯ ମହାମାରୀର ମୁକାବିଲା ପାଇଁ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଓ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଯୋଗଦାନ ଘୋଷଣା କରିଛନ୍ତି। ସୋମବାର ଦିନ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ନିଜର ସହାୟତା ରାଶି ଘୋଷଣା କରିବା ସହିତ ଟ୍ବିଟ କରି ଜଣାଇଛନ୍ତି,”ଅନୁଷ୍କା ଓ ମୁଁ ପିଏମ-କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସାହାଯ୍ୟ କରିବୁ ବୋଲି ଶପଥ ନେଇଛୁ ।

କରୋନା ଭାଇରସ୍‌ର ମୁକାବିଲା ପାଇଁ ସେଲିବ୍ରିଟିଙ୍କ ପିଏମ କେୟାର ଫଣ୍ଡକୁ ଆର୍ଥିକ ସହଯୋଗ

କରୋନା ଭାଇରସ୍‌ର ମୁକାବିଲା ପାଇଁ ସେଲିବ୍ରିଟିଙ୍କ ପିଏମ କେୟାର ଫଣ୍ଡକୁ ଆର୍ଥିକ ସହଯୋଗ

ବିରାଟ କୋହଲି ଜଣାଇ ନାହାନ୍ତି କି ସିଏ କେତେ ଟଙ୍କାର ସାହାଯ୍ୟ ରାଶି ଘୋଷଣା କରିଛନ୍ତି । ବିରାଟ କୋହଲିଙ୍କ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ବ୍ଯାଟସମ୍ଯାନ ସୁରେଶ ରାଇନା ୫୨ ଲକ୍ଷ ଟଙ୍କା ଦାନ କରିଛନ୍ତି ।

ସଚିନ ତେନ୍ଦୁଲକର ୫୦ ଲକ୍ଷ, ପି.ଭି. ସିନ୍ଧୁ ୧୦ ଲକ୍ଷ ଟଙ୍କାର ଯୋଗଦାନ କରିଛନ୍ତି। ଅଜିଏଙ୍କ ରାହାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଓ ସୌରଭ ଗାଙ୍ଗୁଲୀ ୫୦ ଲକ୍ଷ ଟଙ୍କାର ସାହାଯ୍ୟ ରାଶି ଘୋଷଣା କରିଛନ୍ତି । ଏହା ବ୍ଯତୀତ ସୌରଭ ଗାଙ୍ଗୁଲୀ ଆବଶ୍ୟକ ହେଉଥିବା ଲୋକ ମାନଙ୍କ ପାଇଁ ଚାଉଳ ମଧ୍ୟ ଦାନ କରିଛନ୍ତି। ଏଥି ସହିତ ଇଶାନ କିଶାନ ୨୦ ଲକ୍ଷ, ପୂର୍ବ କ୍ରିକେଟର ଅତୁଲ ବାସନ ୫ ଲକ୍ଷ ଓ ସୋରଭ ତିଵାରୀ ଦେଢ ଲକ୍ଷ ଟଙ୍କାର ରାଶି ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *