ସୋସିଆଲ ମିଡିଆରେ ବର୍ତ୍ତମାନ #firstsalary ଟ୍ରେଣ୍ଡ କରୁଛି। ଏହି ହ୍ୟାସ ଟ୍ୟାଗ ବ୍ୟବହାର କରି ସୋସିଆଲ ମିଡ଼ିଆ ୟୁଜର୍ସ ଏହା ଉପରେ ନିଜର ପ୍ରଥମ ସାଲାରୀ କଥା କହୁଛନ୍ତି। ଏହି ଟ୍ରେଣ୍ଡକୁ ଫଲୋ କରିବାରେ ବଲିଉଡ ସେଲିବ୍ରିଟି ମଧ୍ୟ ପଛରେ ରହି ନାହାନ୍ତି। ପପୁଲାର ୱେବସିରିଜ “ମିର୍ଜାପୁର”ର ଆକ୍ଟର ଅଲ୍ଲୀ ଫଜଲଙ୍କ ଠାରୁ ଆରମ୍ଭ କରି କେତେକ ବଡ ବଡ ଡ଼ାଇରେକ୍ଟର ମଧ୍ୟ ନିଜର ପ୍ରଥମ ସାଲାରୀ କଥା କହିଛନ୍ତି । କେବଳ ଏତିକି ନୁହେଁ ଅଭିନେତା ଏବଂ ଅଭିନେତ୍ରୀ ମାନେ ମଧ୍ୟ କହିଛନ୍ତି କି କେଉଁ କାମ ପାଇଁ ତାଙ୍କୁ ଏହି ସାଲାରି ମିଳିଥିଲା। ଏହି ପ୍ୟାକେଜରେ ଆମେ କହିବାକୁ ଯାଉଛୁ କିଛି ଏମିତି ହିଁ ସେଲିବ୍ରିଟିଙ୍କ ପ୍ରଥମ ସାଲାରୀ ବିଷୟରେ।

୧.ଅଲ୍ଲୀ ଫଜଲ: ଫିଲ୍ମ ମିର୍ଜାପୁରର ଗୁଡୁ ପଣ୍ଡିତ ମାନେ ଅଲ୍ଲୀ ଫଜଲ ନଜ ପ୍ରଥମ ସାଲାରୀ ବିଷୟରେ କହି ଲେଖିଛନ୍ତି କି ପ୍ରଥମ ସାଲାରୀ ୮୦୦୦ ଟଙ୍କା ଥିଲା। ସେ ୧୯ ବର୍ଷରେ କଲେଜ ଫିସ ଭରିବା ପାଇଁ ଏକ କଲ ସେଣ୍ଟରରେ କାମ କରିଥିଲେ। କହି ରଖିଛୁ କି ଅଲ୍ଲୀ ଫଜଲ ବହୁତ ଦିନ ହେବ ଆକ୍ଟର ଋଚା ଚଢ଼ହାଙ୍କୁ ଡେଟ କରୁଛନ୍ତି।
୨.ସୋନମ କପୁର: ସୋନମ କପୁରଙ୍କ ପ୍ରଥମ ସାଲାରୀ ୩୦୦୦ଟଙ୍କା ଥିଲା। ଏହି ପଇସା ସେ ସଞ୍ଜୟ ଲୀଳା ବଂଶାଳୀଙ୍କୁ ଆସିଷ୍ଟ କରିବା ବଦଳରେ କମେଇଥିଲେ।

୩.ଅମିତାଭ ବଚନ: ଅମିତାଭଙ୍କୁ ପ୍ରଥମ ସାଲାରୀ ଭାବରେ ୫୦୦ ଟଙ୍କା ପାଖାପାଖି ମିଳିଥିଲା। ଏହି ପଇସା ସେ କଲିକତାର ଏକ ସିପିଙ୍ଗ ଫର୍ମରେ କାମ କରିବା ବଦଳରେ ମିଳିଥିଲା।
୪.ଦିବ୍ୟଙ୍କା ତ୍ରିପାଠୀ: ଦିବ୍ୟଙ୍କା ତ୍ରିପାଠୀଙ୍କ ପ୍ରଥମ ସାଲାରୀ ୨୫୦ ଟଙ୍କା ଥିଲା। ଦିବ୍ୟଙ୍କା ମୁତାବକ,”ମୁଁ ଭୋପାଳରେ ନିଜର ପ୍ରଥମ ଆଙ୍କରିଂ କରିଥିଲି। ଏଥିପାଇଁ ମତେ ୨୫୦ ଟଙ୍କାର ଚେକ ଦିଆଯାଇଥିଲା। ମୁଁ ଆଜି ଯାଏ ଏହି ଚେକକୁ ଇନ କ୍ୟାଶ କରିନାହିଁ। ଏହା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।”
୫.ଅକ୍ଷୟ କୁମାର: ଅକ୍ଷୟ କୁମାରଙ୍କ ପ୍ରଥମ ସାଲାରୀ ୧୫୦୦ଟଙ୍କା ଥିଲା। ଏହି ଟଙ୍କା ତାଙ୍କୁ ବ୍ୟାଙ୍କକରେ ଏକ ରେଷ୍ଟୁରାଣ୍ଟରେ ୱେଟର ଭାବେ କାମ କରି ମିଳିଥିଲା।

୬.ସୟାନି ଗୁପ୍ତା: ଅଭିନେତ୍ରୀ ସୟାନି ଗୁପ୍ତା କହିଛନ୍ତି -ପ୍ରଥମ ସାଲାରୀ ୧୨,୫୦୦.ବୟସ-୨୧ବର୍ଷ ,କାମ-ପବ୍ଲିସିଙ୍ଗ ହାଉସ/ଇନ୍ଫ୍ରାଷ୍ଟ୍ରକ୍ଚରରେ ରିସର୍ଚ୍ଚ ଫର୍ମରେ ମାର୍କେଟିଂ ଓ ସେଲସ ଏଗଜିକ୍ୟୁଟିଭ। ସେ ଆର୍ଟିକିଲ ୧୫,ଫ୍ୟାନ,ଜଲି ଏଲଏଲବି ଭଳି ଫିଲ୍ମରେ ଅଭିନୟ କରିଛନ୍ତି।
୭.ଶାହରୁଖ ଖାନ: ଶାହାରୁଖଙ୍କୁ ପ୍ରଥମ ସାଲାରୀ ପ୍ରବେଶକ ଭାବରେ ମିଳିଥିଲା। ଦିଲ୍ଲୀରେ ଗାୟକ ପଙ୍କଜ ଉଦାସଙ୍କ ଏକ କସର୍ଟରେ କାମ କରିବା ପାଇଁ ତାଙ୍କୁ ୫୦ ଟଙ୍କା ମିଳିଥିଲା ଓ ଏହି ଟଙ୍କାରେ ସେ ତାଜମହଲ ଦେଖିବା ପାଇଁ ଆଗ୍ରା ଯାଇଥିଲେ।
୮.ହିର୍ତିକ ରୋସନ: ହିର୍ତିକ ରୋସନ ଚାଇଲଡ଼ ଆଟିଷ୍ଟ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କୁ ୧୦୦ ଟଙ୍କା ମିଳିଥିଲା। ଯେଉଁଥିରେ ସେ ତାଙ୍କ ପାଇଁ ଏକ ଖେଳନା କାର କିଣିଥିଲେ।

୯.ପୁଲକିତ ସମ୍ରାଟ: ନିକଟରେ ରିଲିଜ ହୋଇଥିବା “ତେଶ”ରେ ନଜର ଆସିଥିବା ପୁଲକିତ ସାମ୍ରାଟଙ୍କ ମୁତାବକ,ତାଙ୍କୁ ପ୍ରଥମ ସାଲାରୀ ଭାବରେ ୧୫୦୦ ଟଙ୍କା ମିଳିଥିଲା। ତାଙ୍କୁ ୧୬ ବର୍ଷ ହେଇଥିଲା ସେ ଗ୍ୟାସ ଷ୍ଟେସନରେ ପେଟ୍ରୋ କାର୍ଡ଼ ବାଣ୍ଟି ଏହି ଟଙ୍କା ପାଇଥିଲେ।
୧୦.ଅନୁଭବ ସିନାହା: ମୁଳ୍କ,ଆର୍ଟିକିଲ ୧୫,ଥପ୍ପଡ ଭଳି ଫିଲ୍ମ ତିଆରି କରିଥିବା ଡାଇରେକ୍ଟର ଅନୁଭବ ସିନହା କହିଛନ୍ତି-ପ୍ରଥମ ସାଲାରୀ ୮୦,ବୟସ ୧୮,କାମ-୭ମ ଶ୍ରେଣୀ ଛୁଆକୁ ମୁଁ ଗଣିତ ଟ୍ୟୁସନ ଦେଇଥିଲି। ଇଂଜିନିୟରିଂ କଲେଜ ପଢିବା ସମୟରେ ସମୋକିଂ କରିବା ପାଇଁ କମେଇଥିଲି।
୧୧.ହଂସଲ ମେହେତା: ଆଜି କାଲି ୱେବ ସିରିଜ “ଦ ସ୍କାମ ୧୯୯୨” ଓ ଛଲାଙ୍ଗ ଭଳି ଫିଲ୍ମ ଡ଼ାଇରେକ୍ଟର ହଂସଲ ମେହେତା କହିଲେ-୪୫୦ ଟଙ୍କା। ବୟସ ୧୬ ବର୍ଷ।କାମ-ଇଣ୍ଟରସପି କେପ୍ସ କର୍ଣର ରେ ସେଲେସ ମ୍ୟାନ ଭାବରେ ଜିନ୍ସ ଓ କାଜୁଆଲ ବସ୍ତ୍ର ବିକି ପିଇସା କମେଇଥିଲେ। କାହିଁକିନା ଜୁନିଅର କଲେଜରେ ବାଁର୍ଡରୋବ କିଣିପାରିବି।

୧୨.ମିଜାନ ଜାଫରି: ଅଭିନେତା ଜାବେଡ଼ ଜାଫରି ପୁଅ ମିଜାନଙ୍କୁ ପ୍ରଥମ ସାଲାରୀ ଭାବରେ ୧୫୦୦୦ ଟଙ୍କା ମିଳିଥିଲା। ତାଙ୍କୁ ଏକ ଫିଲ୍ମ ପାଇଁ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର କାମ ମିଳିଥିଲା। ସେ ଆକ୍ଟର ଜାବେଡ଼ ଜାଫରିଙ୍କ ପୁଅ ଓ ୨୦୧୯ରେ ଫିଲ୍ମ ‘ମଲାଲ’ରେ ଡେବ୍ୟୁ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।