ଆପଣ ଜାଣିଲେ ଚକିତ ହୋଇଯିବେ ଯେ ବଲିଉଡ଼ରେ କୋରିଓଗ୍ରାଫର ହେବା ପୂର୍ବରୁ ଧର୍ମେସ ପିଅନ କାମ କରୁଥିଲେ। ଏତିକି ନୁହେଁ ସେ ଏକ ସମୟରେ ବଡା ପାଓ ମଧ୍ୟ ବିକ୍ରି କରିଛନ୍ତି ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ।

କୁହାଯାଏ ନା- “ଯେଉଁଠି ଇଚ୍ଛା ସେଇଠି ସଫଳତା”,ସଠିକ କୁହାଯାଇଛି। ଆଜି ଆମେ ଆପଣଙ୍କୁ ଏକ ଏପରି ଏକ ସେଲିବ୍ରେଟିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ଜୀବନର ସଂଘର୍ଷ ଙ୍କୁ ନିଜ ସ୍ୱପ୍ନ ଆଗକୁ ଆଣିବାକୁ ଦେଇନାହାଁନ୍ତି। ଆମେ କହିବାକୁ ଯାଉଛୁ ବଲିଉଡ଼ର ପ୍ରସିଦ୍ଧ କୋରିଓଗ୍ରାଫର ଧର୍ମେସ ଜେଲନ୍ଦେ ବା ଧର୍ମେସ ସାରଙ୍କ ବିଷୟରେ ଯାହାଙ୍କର ଆଜି ଜନ୍ମଦିନ ଅଟେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବଲିଉଡ଼ରେ କୋରିଓଗ୍ରାଫର ବନିବା ପୂର୍ବରୁ ଧର୍ମେସ ପିଅନ କାମ କରୁଥିଲେ। ଏତିକି ନୁହେଁ ସେ ଏକ ସମୟରେ ବଡା ପାଓ ମଧ୍ୟ ବିକ୍ରି କରିଛନ୍ତି ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ। “ଆସନ୍ତୁ ଜାଣିବା ଧର୍ମେସଙ୍କର ପିଅନ ରୁ କୋରିଓଗ୍ରାଫର ହେବାର ସଫଳତା ବିଷୟରେ”
ଧର୍ମେସଙ୍କ ଅନୁସାରେ ଗୋଟିଏ ସଫଳ ଡ୍ୟାନ୍ସର ହେବାପାଇଁ ତାଙ୍କୁ ୧୮ ବର୍ଷ ସଂଘର୍ଷ କରିବାକୁ ପଡିଥିଲା। ଧର୍ମେସଙ୍କୁ ସଠିକ ରେ “ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ” ରେ ନିଜର ଜବରଦସ୍ତ ଡ୍ୟାନ୍ସ ପାଇଁ ଇଣ୍ଡଷ୍ଟ୍ରିରେଜାଗା ମିଳିଥିଲା। “ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ” ରେ ପହଞ୍ଚିବା ପରେ ଧର୍ମେସଙ୍କର ସେହି ଭିଡ଼ିଓ ଆଜି ବି ୟୁଟୁବରେ ଉପଲବ୍ଧ ଅଛି ଓ ଏହାକୁ ଆଜି ପର୍ଯ୍ୟନ୍ତ ୪ କୋଟି ୯୦ ଲକ୍ଷ ଲୋକ ଦେଖିସାରିଲେଣି।

ଧର୍ମେସଙ୍କ ଅନୁସାରେ ସେ ପାଠପଢାଠୁ ଅଧିକ ଦିୱାନା ଡ୍ୟାନ୍ସ ପାଇଁ ଥିଲେ। ଏହା ସହିତ ସେ ନିଜ ପରିବାରକୁ ମଧ୍ୟ ଏହା କହିଥିଲେ କି ସେ ପଇସା ମଧ୍ୟ କମାଇବେ ଯାହା ଦ୍ୱାରା ନିଜ ପରିବାର କୁ ସପୋର୍ଟ କରିପାରିବେ। ଏହା କାରଣ ଅଟେ କି ଗୋଟିଏ ସମୟରେ ଧର୍ମେସ ପିଅନ କାମ କରିବା ସହିତ ବଡା ପାଓ ମଧ୍ୟ ବିକ୍ରି କରୁଥିଲେ।
କଥା ଯଦି ଧର୍ମେସଙ୍କର ଫିଲ୍ମ ସଫର ବିଷୟରେ କହିବା ତ ଧର୍ମେସ ଏବେ “ଡ୍ୟାନ୍ସ ପ୍ଲସ” ଜଜ ଅଛ ନ୍ତି। ଧର୍ମେସ ଏହା ପୂର୍ବରୁ ABCD-Anybody Can Dance ଓ ABCD -୨ ରେ ଅଭିନୟ କରିଛନ୍ତି। ଆପଣଙ୍କୁ କହିରଖିବୁ କି ଧର୍ମେସ “ତିସ ମାର ଖାଁ” ଫିଲ୍ମରେ ଅକ୍ଷୟ କୁମାରଙ୍କୁ କୋରିଓଗ୍ରାଫ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।