ବଲିଉଡର ଏଭର ଗ୍ରୀନ ଅଭିନେତ୍ରୀ ରେଖା ନା କେବଳ ତାଙ୍କର ଅଦାକାରୀ ଅଭିନୟ ପାଇଁ ପ୍ରସିଦ୍ଧ ପରନ୍ତୁ ସେ ଏହି ବୟସରେ ନିଜ ସୁନ୍ଦରତା ପାଇଁ ମଧ୍ୟ ଅନେକ ପ୍ରଶଂସିତ ହୋଇଛନ୍ତି। ନିଜର ଅଭିନୟ ବଳରେ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ରେଖାଙ୍କର ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚା ରେ ରହିଛି। ରେଖା ୧୯୯୦ ମସିହାରେ ବ୍ୟବସାୟୀ ମୁକେଶ ଅଗ୍ରୱାଲଙ୍କୁ ବିବାହ କରି ନିଜର ସଂସାର ଗଢ଼ିଥିଲେ। ରେଖାଙ୍କ ଜୀବନୀ ଉପରେ ଆଧାରିତ ‘ରେଖା: ଦ ଅନଟୋଲଡ଼ ଷ୍ଟୋରି’ ୟାସେର ଉସମାନଙ୍କ ଦ୍ଵାରା ଲିଖିତ। ରେଖାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ କଥା ରହିଛି।

ଏହି ପୁସ୍ତକ ଅନୁସାରେ, ରେଖା ପ୍ରାୟ ଦିଲ୍ଲୀ ନିଜ ସାଙ୍ଗ ଓ ଫ୍ୟାସନ ଡିଜାଇନର ବିନା ରାମାନିଙ୍କୁ ଦେଖା କରିବା ପାଇଁ ଯାଉଥିଲେ। ସେ ପ୍ରାୟ ବିନାଙ୍କ ସହ କଥା ହେଉଥିଲେ କି ଏବେ ସେ ନିଜ ଜୀବନରେ ସେଟେଲ ହେବାକୁ ଚାହୁଁଛନ୍ତି।ବିନା ରମାନି ହିଁ ରେଖା ଓ ମୁକେଶ ଅଗ୍ରୱାଲଙ୍କର ପ୍ରଥମେ ଦେଖା କରାଇଥିଲେ। ଧୀରେ ଧୀରେ ଦୁହେଁ କଥାବାର୍ତ୍ତା କରିବାକୁ ଲାଗିଲେ। କେତେ ଥର ମୋବାଇଲରେ କଥା ହୋଇସାରିବା ପରେ ଦୁହେଁ ମୁମ୍ବାଇରେ ଦେଖା କରିବାକୁ ରାଜି ହେଲେ। ରେଖାଙ୍କୁ ମୁକେଶଙ୍କର ସଚ୍ଚୋଟପଣ ବହୁତ ପସନ୍ଦ ଥିଲା। ଦୁହିଁଙ୍କୁ ଦେଖା ହେବାର କେବଳ ୧ମାସ ହିଁ ହୋଇଥିଲା କି ମୁକେଶ ରେଖାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ପରେ ଏହି ପ୍ରସ୍ତାବରେ ରେଖା ବି ତଳେ ମାତ୍ର ଡେରି ନ କରି ହଁ କରିଦେଇଥିଲେ।

ମୁକେଶ ଅଗ୍ରୱାଲ ଓ ରେଖା ୧୯୯୦ ମାର୍ଚ୍ଚ ମାସରେ ମୁମ୍ବାଇ ର ଜୁହୁ ସ୍ଥିତ ଏକ ମନ୍ଦିରରେ ବିବାହ କରିଥିଲେ।ବିବାହର ଏକ ମାସ ପରେ ସେ ବିବାହର କାର୍ଯ୍ୟକ୍ରମ ତିରୁପତି ମନ୍ଦିରରେ ରଖିଥିଲେ। ସପ୍ତାହ ପରେ ରେଖାଙ୍କୁ ମୁକେଶ ଙ୍କର ଅଲଗା ହିଁ ରୂପ ଦେଖିବାକୁ ମୁଳିଥିଲା। ବିବାହ ପରେ ମୁକେଶଙ୍କ ବ୍ୟବସାୟରେ କ୍ଷତି ହେବାକୁ ଲାଗିଲା। ରେଖା ବି ଏହି କାରଣରୁ ଚିନ୍ତିତ ରହୁଥିଲେ। ଅନ୍ୟ ପଟରେ ମୁକେଶ ଚାହୁଁଥିଲେ କି ରେଖା ବଲିଉଡ ଛାଡ଼ି ଦିଅନ୍ତୁ ଓ ଦିଲ୍ଲୀରେ ରୁହନ୍ତୁ।

ସୂଚନା ଅନୁସାରେ, ମୁକେଶ ଡିପ୍ରେସନକୁ ଚାଲିଯାଇଥିଲେ। ରେଖା ବି ମଧ୍ୟ ଏହି ବିବାହରେ ଖୁସି ନଥିଲେ। ଏକ ସମୟ ଏମିତି ବି ଆସିଲା ଯେତେବେଳ ଦୁହେଁ ପରସ୍ପର ମଧ୍ୟରେ କଥାବାର୍ତ୍ତା ବି ବନ୍ଦ କରିଦେଲେ ଏବଂ ବିବାହର ୬ ମାସ ପରେ ହିଁ ଛାଡପତ୍ର ପାଇଁ ଦାବି କଲେ। ପରେ ୧୯୯୦ ମସିହାରେ ରେଖାଙ୍କ ସ୍ୱାମୀ ମୁକେଶ ଅଗ୍ରୱାଲ ଆତ୍ମହତ୍ୟା କରିଦେଲେ। ମୁକେଶଙ୍କ ମୃତ୍ୟୁ ପରେ ରେଖାଙ୍କୁ ବି ମିଡ଼ିଆ ଟ୍ରାଏଲର ସାମ୍ନା କରିବାକୁ ପଡିଥିଲା। ଏହି ସମୟରେ ରେଖାଙ୍କୁ ଜାତୀୟ ଭ୍ୟାମ୍ପର ଆଖ୍ୟା ଦିଆଯାଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।