ବଲିଉଡ ସିଙ୍ଗର ଅଭିଜିତ ଶାହରୁଖ ଖାଁଙ୍କ ପାଇଁ ଗୀତ ଗାଉଥିଲେ, କିଛି ଏମିତି ହେଲା ଯାହାପରେ ସେ ଶାହରୁଖଙ୍କ ପାଇଁ ଗୀତ ଗାଇବା ବନ୍ଦ କରିଦେଇଥିଲେ ଜାଣନ୍ତୁ କାହିଁକି ।

Bollywood singer Abhijeet used to sing songs for Shahrukh Khan, know why he left the song for King Khan

ବଲିଉଡର ଜଣାଶୁଣା ସିଙ୍ଗର ଅଭିଜିତ ଭଟାଚାର୍ଯ୍ୟ ବଡ ବଡ ଆକ୍ଟର ମାନଙ୍କୁ ନିଜ ଗୀତରେ ନଚେଇଛନ୍ତି। ଆଜି ଅଜିଜିତ ତାଙ୍କର ୬୨ ତମ ଜନ୍ମ ଦିବସ ପାଳନ କରୁଛନ୍ତି।ଆଜି ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ଅଛନ୍ତି ସତ ହେଲେ ଗୋଟେ ସମୟ ଏପରି ଥିଲା ସେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ରାଜ କରୁଥିଲେ। ସେ ସଦବାହାର ଗାୟକମାନଙ୍କ ମଧ୍ୟରୁ ଏକ ଥିଲେ। ଗୋଟିଏ ସମୟ ଏପରି ଥିଲା ସେ ଶାହରୁଖଙ୍କ ପାଇଁ ଗାଉଥିଲେ।

Bollywood singer Abhijeet used to sing songs for Shahrukh Khan, know why he left the song for King Khan
Google

ଅଭିଜିତ ମାନନ୍ତି କି ସେ କେତେକ ଆକ୍ଟରଙ୍କୁ ନିଜ ସ୍ୱର ଦ୍ୱାରା ଷ୍ଟାର ବନେଇଛନ୍ତି। ଏକ ସମୟରେ ଏପରି ଥିଲା ସେ ଶାହରୁଖ ଖାନଙ୍କ ପାଇଁ ସବୁ ଫିଲ୍ମରେ ଗୀତ ଗାଉଥିଲେ ଓ ଶାହରୁଖ ମଧ୍ୟ ବାଃ ବାଃ କରୁଥିଲେ। ସେହି ସମୟରେ ପ୍ଲେବ୍ୟାକ ସିଙ୍ଗରଙ୍କୁ କମ ଓ ଫିଲ୍ମରେ ଆକ୍ଟରଙ୍କ ସ୍ୱର ହେବା ପାଇଁ ବହୁତ ତାରିଫ ଶୁଣିବାକୁ ମିଳୁଥିଲା। କିଛି ଏମିତି ଅଭିଜିତଙ୍କ ସହ ହୋଇଥିଲା, ଯାହାପରେ ସେ ଶାହରୁଖଙ୍କ ପାଇଁ ଗୀତ ଗାଇବା ବନ୍ଦ କରିଦେଇଥିଲେ।

ଏକ ଇଣ୍ଟରର୍ଭିଉରେ ଅଭିଜିତ ଭଟାଚାର୍ଯ୍ୟ କହିଥିଲେ,ମୁଁ ମୋ ସ୍ବରଦ୍ୱାରା ବହୁତ ସୁପରଷ୍ଟାର ତିଆରି କରିଛି। ଯେବେ ପର୍ଯ୍ୟନ୍ତ ମୁଁ ଶାହରୁଖଙ୍କ ପାଇଁ ଗାଉଥିଲି ସେ ରକ୍ ଷ୍ଟାର ଥିଲେ। ଯେବେ ମୁଁ ତାଙ୍କ ପାଇଁ ଗୀତ ଗାଇବା ବନ୍ଦ କରିଦେଲି ସେ ଲୁଙ୍ଗୀ ଡ୍ୟାନ୍ସକୁ ଆସିଗଲେ। ମୁଁ ଛୋଟ କଥା ପାଇଁ ଶାହରୁଖ ଖାନଙ୍କ ପାଇଁ ଗୀତ ଗାଇବା ବନ୍ଦକରିଦେଲି।ଫିଲ୍ମରେ ମେ ହୁଁ ନା ରେ ,ସେ ସମସ୍ତଙ୍କୁ ଦେଖେଇଲେ,ସ୍ପଟ ବୟକୁ ନେଇ ସମସ୍ତଙ୍କୁ ହେଲେ ସିଙ୍ଗରଙ୍କୁ କେହି ଦେଖେଇଲେ ନାହିଁ।

Google

ଆଗକୁ କହିଛନ୍ତିକି,”ଫିଲ୍ମ ଓମ ଶାନ୍ତି ଓମ” ରେ ମଧ୍ୟ ହେଲା।ଷ୍ଟାର ଧୁମ ତାନା ମରା ଗୀତ ଗାଇଲେ। ସେ ଗୀତରେ ମୋ ସ୍ୱର ଥିଲା। ହେଲେ ଏହି କଥା କେଉଁଠି ଦେଖା ଗଲାନାହିଁ।ମତେ ଦୁଃଖ ଲାଗିଲା। ମୁଁ ତାଙ୍କୁ ମୋ ନାମ ଲେଖିବାକୁ କେମିତି କହିବି? ଅସୁବିଧା ଏହା ଯେ ମୋ ପାଖରେ କୌଣସି ଜିନିଷର ଅଭାଵ ନାହିଁ। ତାହାଲେ ମୁଁ ତାଙ୍କୁ କାହିଁକି କିଛି ମାଗିବି?

ଅଭିଜିତ ଆଗକୁ ପୁଣି କହିଥିଲେ କି ,ମୁଁ ଏକା ଏପରି ସିଙ୍ଗରଯିଏ ବିବାହରେ ଗୀତ ଗାଏ ନାହିଁ। ଥରେ କି ଦୁଇଥର ଗାଇଛି ହେଲେ ଦେଖିଲି କି ମାହୋଲ ପୁରା ଖରାପ ଥିଲା। ହଁ ମୁଁ ଗାଏ ଯେଉଁଠି ମୋର ସମ୍ମାନ ଥାଏ। ସେ କହିଛନ୍ତି ୨୫ ବର୍ଷ ହେବ ରିୟାଲିଟି ସୋ ଚାଲିଛି। ହେଲେ କୌଣସି ସିଙ୍ଗର ଷ୍ଟାର ହୋଇନାହିଁ। ଜଜ ମାନେ ବେକାର କଥା କହିଥାଆନ୍ତି।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *