ଆରପାରିରେ ବଲିଉଡ୍ ଅଭିନେତା ଇରଫାନ୍ ଖାନ୍

ଆରପାରିରେ ବଲିଉଡ୍ ଅଭିନେତା ଇରଫାନ୍ ଖାନ୍, Real Story, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, Bollywood Super Star Irfan Khan Death, Irfan KHan No more, Bollywood Sad News

ଆରପାରିରେ ବଲିଉଡ୍ ଅଭିନେତା ଇରଫାନ୍ ଖାନ୍

ଚଳଚିତ୍ର ଜଗତ ପାଇଁ ଆଜି ବଡ ଦୁଃଖଦ ଖବର । ଆଉ ନାହାଁନ୍ତି ବଲିଉଡ୍ ଅଭିନେତା ଇରଫାନ୍ ଖାନ୍ । ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ମଳଦ୍ୱାରରେ ସଂକ୍ରମଣ ଯୋଗୁ ସେ ବେଶ କିଛି ଦିନ ହେଲା ଅସୁସ୍ଥ ଥିଲେ । ପେଟରେ ସଂକ୍ରମଣ ହେବା କାରଣରୁ ସେ ମଙ୍ଗଳବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଗତ ମଙ୍ଗଳବାରଠାରୁ ଇରଫାନ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ବେଶି ବିଗିଡ଼ିଥିଲା । ସେଠାରେ ତାଙ୍କୁ ପ୍ରଥମେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ୨୦୧୮ରେ ସେ ଲଣ୍ଡନ ଯାଇ ନ୍ୟୁରୋଏଣ୍ଡୋକ୍ରାଇନ ଟ୍ୟୁମରର ଚିକିତ୍ସା କରାଇଥିଲେ । ତେବେ ତାଙ୍କ ମୃତ୍ୟୁ ବଲିଉଡ ଜଗତ ପାଇଁ ବହୁତ ବଡ଼ କ୍ଷତି । ଇରଫାନଙ୍କ ମୃତ୍ୟୁପରେ ପୁରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଇରଫାନ ଖାନଙ୍କ ମୃତ୍ୟୁକୁ ନେଇ ବଲିଉଡ ନିର୍ଦ୍ଦେଶକ ଏବଂ ପ୍ରୟୋଜକ ସୁଜୀତ ସରକାର ଟ୍ୱିଟ କରିଛନ୍ତି । ମୋର ପ୍ରିୟ ବନ୍ଧୁ ଇରଫାନ, ଆପଣ ଲଢ଼ିଲେ, ଲଢ଼ିଲେ ଆଉ ଲଢ଼ିଲେ । ଆପଣଙ୍କୁ ନେଇ ମୁଁ ସବୁବେଳେ ଗର୍ବିତ ଅନୁଭବ କରିବି । ଆମେ ପୁଣି ଦେଖାହେବା । ଶେଷରେ ଇରଫାନ ଖାନଙ୍କୁ ସାଲ୍ୟୁଟ ବୋଲି ସେ କହିଛନ୍ତି ।

ଆରପାରିରେ ବଲିଉଡ୍ ଅଭିନେତା ଇରଫାନ୍ ଖାନ୍, Real Story, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, Bollywood Super Star Irfan Khan Death, Irfan KHan No more, Bollywood Sad News
ଆରପାରିରେ ବଲିଉଡ୍ ଅଭିନେତା ଇରଫାନ୍ ଖାନ୍
ଅଭିନୟ ପାଇଁ ସେ ବହୁତ ଜଣାଶୁଣା ଥିଲେ ।

ଇରଫାନ ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ନିକଟରେ ତାଙ୍କର ଅଙ୍ଗ୍ରେଜୀ ମିଡିୟମ ଫିଲ୍ମ ମଧ୍ୟ ରିଲିଜ ହୋଇଛି। ଏହାପୂର୍ବରୁ ସେ ପିକୁ, ପାନ ସିଂହ ତୋମାର, ବିଲୁ ବାରବର ଭଳି ହିଟ୍ ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି। ତାଙ୍କର ମୃତ୍ୟୁପରେ ବଲିଉଡ୍ ସେଲିବ୍ରିଟମାନେ ଟୁଇଟ୍ କରି ନିଜର ଶୋକ ପ୍ରକାଶ କରିଛନ୍ତି।

ଚଳଚିତ୍ର ଜଗତ ଏହି ସୁପର୍ ଷ୍ଟାର୍ ଙ୍କର ମୃତ୍ୟୁରେ ନିଜର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତୀ ଓ ରାଷ୍ଟ୍ରପତି । ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅଭିନେତା ଅମିତାଭ ବଚନ, ଅକ୍ଷୟ କୁମାର, ଶାହରୁଖ ଖାନ୍, ସଲମାନ୍ ଖାନ୍ ଏବଂ ଅନ୍ୟ ବଲିଉଡ୍ ସେଲିବ୍ରିଟମାନେ ଟୁଇଟ୍ କରି ନିଜର ଶୋକ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତୀ ଙ୍କ ଟୁଇଟ୍:

ରଷ୍ଟ୍ରପତି ଙ୍କ ଟୁଇଟ୍:

ବଲିଉଡ୍ ସେଲିବ୍ରିଟମାନେ ଟୁଇଟ୍ କରି ନିଜର ଶୋକ ପ୍ରକାଶ କରିଛନ୍ତି:

ଗତ କିଛିଦିନ ପୂର୍ବରୁ ଇରଫାନ ଖାନଙ୍କ ମା’ ସଈଦ ବେଗମଙ୍କ ମୃତ୍ୟୁ ହୋଇଥିଲା । ତେବେ ଲକଡାଉନ୍ ଯୋଗୁ ମୁମ୍ବାଇରୁ ଇରଫାନ ଜୟପୁର ଯାଇପାରିନଥିଲେ । ଭିଡ଼ିଓ କଲ ମାଧ୍ୟମରେ ପରିବାର ଲୋକଙ୍କ ସହ କଥା ହୋଇଥିଲେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *