ସୋସିଆଲ ମିଡିଆରେ ଏକ ଅଜବ ପ୍ରକାରର ସ୍ପିନ ବୋଲିଂର ଭିଡ଼ିଓ ଏବେ ଭାଇରାଲ ହେବାକୁ ଲାଗିଛି,ଯାହାକୁ ଦେଖି ଆପଣ ମଧ୍ୟ ହସି ପକେଇବେ। ବୋଲର ଭାରତ ନାଟ୍ୟମ ଷ୍ଟାଇଲରେ ସ୍ପିନ ବୋଲିଂ କଲେ। ଏହି ମଜାଦାର ଭିଡ଼ିଓକୁ ଯୁବରାଜ ସିଂ ପୋଷ୍ଟ କରିଛନ୍ତି,ଯାହାକୁ ବହୁତ ମାତ୍ରାରେ ପ୍ରସନ୍ଦ କରାଯାଉଛି। ୟୁବି ଏହି ଭିଡ଼ିଓରେ ହରଭଜନ ସିଂଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି।

ଭିଡ଼ିଓରେ ଦେଖା ଯାଉଛି କି ପୁଅଟି ରନ ନେଉଛି। ତା ପରେ ସେ ଗୋଲ ଗୋଲ ବୁଲୁଛି ଓ ବୁଲି ବୁଲି ବଲ ପକାଉଛି।ବ୍ୟାଟ୍ସମ୍ୟାନ ମଧ୍ୟ ବୋଲରକୁ ଏମିତି ଦେଖି ଚକିତ ହୋଇଯାଇଛି। ବ୍ୟାଟ୍ସମ୍ୟାନ ମଧ୍ୟ ଯେମିତି ହଉ ସର୍ଟ ମାରିଛି।ହେଲେ ଅଜବ ରନଅପକୁ ଦେଖି ଯୁବରାଜ ସିଂ ମଧ୍ୟ ଚକିତ ହେଇଗଲେ।
ଭିଡିଓ ସେୟାର କରି ୟୁଭି ଲେଖିଲେ,”ଭାରତ ନାଟ୍ୟମ ଷ୍ଟାଇଲ ଅଫ ସ୍ପିନ,କଣ କହୁଛ ହରଭଜନ ସିଂ”।
ଏହି ଭିଡ଼ିଓକୁ ଯୁବରାଜ ସିଂ ୧୫ ଜାନୁଆରୀରେ ସେୟାର କରିଥିଲେ,ଯେଉଁଥିରେ ଏ ପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲାଇକ ହୋଇଗଲାଣି। ଲୋକଙ୍କୁ ଏହି ଭିଡିଓ ଅଧିକ ପସନ୍ଦ ଆସୁଛି।
ଜଣେ ୟୁଜର୍ସ ଲେଖିଲେ,”ଏହାକୁ ଦେଖି ଲଗାନ ଫିଲ୍ମ ମନେ ପଡିଯାଉଛି ।ଭୁରା ଏଥିରେ ବି ଭଲ ଥିଲା।”ଅନ୍ୟ ୟୁଜର ମଜାରେ ଲେଖିଲେ,”ଗୋକୁଳଥାମ ପ୍ରିମିୟର ଲିଗର ନାମ ଶୁଣିଛନ୍ତି”। ତୃତୀୟ ୟୁଜର୍ସ ଲେଖିଛନ୍ତି କି,”ଏମିତି ଲାଗୁଚି ଯେପରି ଶକ୍ତିମାନ ବୋଲିଂ କରୁଛି।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।