ଚାଇନା ସାମଗ୍ରୀ ବର୍ଜନ ଅଭିଯାନରେ ଯୋଗ ଦେଇଛି ଦେଶର ବ୍ୟବସାୟୀକ ସର୍ବୋଚ୍ଚ ସଂଗଠନ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) । CAIT ଜୁନ୍ 10 ତାରିଖରୁ ସାରା ଦେଶରେ ଚାଇନା ସାମଗ୍ରୀକୁ ବର୍ଜନ କରିବାର ଅଭିଯାନ ଚଳାଇଛି । ୭ କୋଟି ବ୍ୟବସାୟୀ ଏବଂ ୪୦,୦୦୦ ବାଣିଜ୍ୟ ସଙ୍ଗଠନର ପ୍ରତିନିଧିତ୍ୱ କରୁଥିବା CAIT କେବଳ ବ୍ୟବସାୟୀଙ୍କୁ ଚାଇନା ଜିନିଷ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ପ୍ରେରଣା ଦେବ ନାହିଁ ବରଂ ଲୋକଙ୍କୁ ସ୍ୱଦେଶୀ ଉତ୍ପାଦ ଗ୍ରହଣ କରିବାକୁ ମଧ୍ୟ ଅନୁରୋଧ କରିବ ।
ରବିବାର ଦିନ CAIT ତରଫରୁ କୁହାଯାଇଥିଲା ଯେ ଜୁନ୍ ୧୦ ତାରିଖରୁ ଏହାର ଅଭିଯାନ ଆରମ୍ଭ ହେବ ଯାହା ଦ୍ୱାରା ଚାଇନାର ସାମଗ୍ରୀକୁ ବହିଷ୍କାର କରି ସ୍ୱଦେଶୀ ଶିଳ୍ପକୁ ପ୍ରୋତ୍ସାହିତ କରାଯାଇପାରିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭରଶୀଳ ଭାରତ’ ପ୍ରତି ପଦକ୍ଷେପ ନିଆଯାଇପାରିବ ।

CAITର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ମିଶନକୁ ମଜବୁତ କରିବା ପାଇଁ ଆମେ ସମୟ ସମୟରେ ଚାଇନାର ଉତ୍ପାଦକୁ ବହିଷ୍କାର କରିବା ପାଇଁ ପ୍ରଚାର କରୁଛୁ । ଯାହାର ଫଳାଫଳ ହେଉଛି ଚାଇନାରୁ ଆମଦାନୀ ହ୍ରାସ ପାଇଛି । ୨୦୧୭-୧୮ ରେ ଆମଦାନୀ ୭୬ ବିଲିୟନ ଡ଼ଲାର ଥିଲା, ଯାହା ବର୍ତ୍ତମାନ 70 ବିଲିୟନ ଡ଼ଲାରକୁ ଖସି ଆସିଛି । ୬ ବିଲିୟନ ଡଲାରର ହ୍ରାସ ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର ଏବଂ ଉପଭୋକ୍ତା ଭାବନାରେ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି ।
ଖଣ୍ଡେଲୱାଲ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଭିଯାନ ମାଧ୍ୟମରେ ଡିସେମ୍ବର ୨୦୨୧ ସୁଦ୍ଧା ଚାଇନାର ସାମଗ୍ରୀର ଆମଦାନୀକୁ ପ୍ରାୟ ୧୩ ବିଲିୟନ ଡଲାର (ପ୍ରାୟ ୧ ଲକ୍ଷ କୋଟି) ହ୍ରାସ କରିବାକୁ ଉଦ୍ୟମ କରାଯିବ । ଚାଇନାରୁ ଆମଦାନୀ ହୋଇଥିବା ପ୍ରାୟ ୩,୦୦୦ ହଜାର ଉତ୍ପାଦର ଏକ ବିସ୍ତୃତ ତାଲିକା CAIT ପ୍ରସ୍ତୁତ କରିଛି , ଯାହାର ବିକଳ୍ପ ଭାରତରେ ସହଜରେ ଉପଲବ୍ଧ ।

ଉଲ୍ଲେଖନୀୟ କଥା ହେଉଛି, ସୀମା ବିବାଦ ପରଠାରୁ ଦେଶରେ ଚୀନ୍ ବିରୋଧରେ ଏକ ପରିବେଶ ସୃଷ୍ଟି ହୋଇଛି ଏବଂ ପୁଣି ଥରେ ଚାଇନାର ସାମଗ୍ରୀକୁ ବହିଷ୍କାର କରିବା ପାଇଁ ସାଧାରଣରେ ଦାବି ଉଠିଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।