ଆଫଗାନିସ୍ତାନ ସ୍ଥିତି ଦେଖି ରସିଦ ଖାନ ହେଲେ ଭାବୁକ, କହିଲେ ଆମକୁ ମାର ନାହିଁ…..

ଆପଣ ମାନେ ତ ଜାଣିଥିବେ ଏବେ ଆଫଗାନିସ୍ତାନର ଅବସ୍ଥା କେମିତି। ତାଲିବାନ ମାନଙ୍କ ହାତରେ ଏବେ ଆଫଗାନିସ୍ତାନ। ଆଫଗାନିସ୍ତାନର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ମରାମାରି କମ ହେବାର ନାହିଁ।ଆଫଗାନିସ୍ତାନ ଥିବା ଅନ୍ୟ ଦେଶର ଲୋକମାନେ ନିଜ ଘରକୁ ଯିବାକୁ ଚାହୁଁଛନ୍ତି। ଏଥି ପାଇଁ କାବୁଲ ଏୟାରପୋର୍ଟରେ ୧୦୦୦ ଲୋକ ନିଜ ଘରକୁ ଯିବାର ବାଟକୁ ଅନେଇ ବସିଛନ୍ତି। ବନ୍ଧୁକ ଦମରେ ତାଲିବାନମାନେ କବଜା ତ କରିନେଲେ ଏବଂ ଏବେ ଲୋକମାନଙ୍କ ମଧ୍ୟରେ ହିଂସା ବଢ଼ିବାରେ ଲାଗିଛି । ଏହି କିଛି ଦିନ ତଳେ କାବୁଲ ଏୟାରପୋର୍ଟ ବାହାରେ ଦୁଇଟି ହୱାଇ ଆକ୍ରମଣ ପରେ ବହୁତ ସୈନ୍ୟ ମୃତ୍ୟୁବରଣ କରିଥିଲେ।

Google

ବହୁତ ଜଣ ଅନ୍ୟ ଜବାନ ମଧ୍ୟ ଆହତ ହୋଇଥିଲେ।ଏହା ଛଡ଼ା ଏହି ଆକ୍ରମଣରେ ବହୁତ ମାସୁମ ଲୋକ ମଧ୍ୟ ଆହତ ହୋଇଥିଲେ। ଏହି ଆକ୍ରମଣ ଆଇଏସଆଇଏସ କରିଥିଲା ବୋଲି କହିଛି। ଏହି ମଧ୍ୟରେ ପୁଣି ଆଫଗାନିସ୍ତାନର ଷ୍ଟାର ଖେଳାଳି ରସିଦ ଖାନଙ୍କର ହୃଦୟ ଭାଙ୍ଗି ପଡିଛି। କାବୁଲ ଏୟାରପୋର୍ଟରେ ଧମାକା ପରେ ରସିଦ ଖାନ ଆଉ ଥରେ ପୁଣି ଅପିଲ କରିଛନ୍ତି। ତେବେ ରସିଦ ଖାନ ବହୁତ ପୂର୍ବରୁ ଏଥିପାଇଁ ନିଜ ସ୍ୱର ଉଠାଇଛନ୍ତି।

ସେ ଟୁଇଟ କରି କହିଛନ୍ତି କି କାବୁଲରେ ପୁଣି ଥରେ ମୃତ୍ୟୁର ଖେଳ ଚାଲୁଛି। ଦୟାକରି ଆଫଗାନିସ୍ତାନବାସୀଙ୍କୁ ମାରିବା ବନ୍ଦ କରନ୍ତୁ। ଏହା ପ୍ରଥମ ଥର ନୁହଁ କି ଯେତେବେଳେ ରସିଦ ନିଜ ସ୍ୱର ଆଫଗାନିସ୍ତାନ ପାଇଁ ଉଠାଇଛନ୍ତି। ଏହା ପୂର୍ବରୁ ବହୁତ ଥର ରସିଦ ଖାନ ନିଜ ଦେଶ ପାଇଁ ଚିନ୍ତା କରିଛନ୍ତି। ଇଂଲଣ୍ଡରେ ଖେଳିବା ବେଳେ ସେ ନିଜ ଚେହେରାରେ ଆଫଗାନିସ୍ତାନର ପତାକା ଆଙ୍କି ଥିଲେ।ତାଙ୍କ ପରିବାର ଏବେ ଆଫଗାନିସ୍ତାନରେ ଅଛନ୍ତି। ଯାହାଦ୍ଵାରା ସେ ନିଜ ପରିବାର ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି। ତାଲିବାନ କହିଛି କି ଏହି ଆକ୍ରମଣ ସେହି ଜାଗାରେ ହୋଇଛି ଯେଉଁଟା ଆମେରିକା ସେନା ନିୟନ୍ତ୍ରଣରେ ଅଛି। ସେମାନେ ପୁରା ଇଲାକାର ସୁରକ୍ଷା ବଢ଼େଇବା ପାଇଁ ମଧ୍ୟ କହିଛନ୍ତି କିନ୍ତୁ ପୁଣି ଥରେ କ୍ରିକେଟର ରସିଦ ଖାନ ଦୁଃଖୀ ଅଛନ୍ତି। ସେ ନିଜ ଦେଶର ଭଲ ଓ ବିକାଶ ଚାହାନ୍ତି। ସେ ଏହି ଘଟଣାରେ ଅତ୍ୟନ୍ତ ଦୁଃଖ ଅନୁଭବ କରୁଛନ୍ତି।

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *