ପ୍ରବଳ ବର୍ଷାରେ ଭାସିଲା ରାଜଧାନୀ: ବେହାଲ କଟକ, ଜଗତସିଂହପୁରରେ ବୁଡ଼ିଲା ରାସ୍ତା

ପ୍ରବଳ ବର୍ଷାରେ ଓଡ଼ିଶାରେ ବଡ଼ ବଡ଼ ସହର ଏବେ ପ୍ରାୟତଃ ଦେଖିବାକୁ ଗଲେ ଭାସମାନ ଅବସ୍ଥାରେ। କେଉଁଠି ରାସ୍ତାରେ ଆଣ୍ଠୁଏ ପାଣି ଥିବା ବେଳେ ଆଉ କେଉଁଠି ରାସ୍ତା ଉପରେ ବହୁଛି ପାଣି। କହିରଖିବୁ ରବିବାର ସକାଳ ରୁ ବର୍ଷା ଆରମ୍ଭ ହୋଇଥିଲା ଏବଂ ସୋମବାର ଭିତରେ ଅନେକ ସହରରେ ଭରିଦେଲା ପାଣି। ରାଜଧାନୀ ଭୁବନେଶ୍ବରରେ ୬୩ ବର୍ଷର ରେକର୍ଡ ଭଙ୍ଗ କରିଛି ବର୍ଷା। ରାସ୍ତା ସମେତ ରେଳ ଷ୍ଟେସନ ବି ପାଣି ଭର୍ତ୍ତି।

Google

ଆପାର୍ଟମେଂଟ ଠୁ ଆରମ୍ଭ କରି ବସ ଷ୍ଟାଣ୍ଡ ଯାଏ ପାଣିର ସୁଅ ଲାଗିବାର ଦେଖିବାକୁ ମିଳିଛି। କିଏ ବାହାରକୁ ଯାଇପାରୁନି ତ କିଏ ଉଚ୍ଚ ସ୍ଥାନକୁ ପଳାଉଛି। ହେଲେ ରସୁଲଗଡ଼ ନିକଟରେ ଘଟିଛି ଏକ ବଡ଼ ଘଟଣା। ଡିଜିପି କଲୋନୀରେ ଘରରେ ଜମିଛି ବହୁତ ପାଣି। ଦେଖିବାକୁ ମିଳିଛି କିଏ ପମ୍ପ ଲଗାଇ ଘରୁ ପାଣି କାଢୁଛି ତ ଆଉ କାହାର ଘର ଜିନିଷ ପାଣିରେ ଭାସୁଛି।

ରାଜଧାନୀ ବାସିନ୍ଦା ହନ୍ତସନ୍ତ ହେଉଛନ୍ତି ଏହାର କାରଣ ଯେ ଡ୍ରେନେଜ ସିଷ୍ଟମ ଏଯାଏ ବି ହୋଇପାରିଲା ନାହିଁ ଠିକ। ଅପରପକ୍ଷରେ ପୁରୀରେ ୩୪୨.୫ ମିଲି ମିଟରର ବର୍ଷା ହୋଇଛି। ରାସ୍ତାରେ ପାଣିର ଲହରୀ ଦେଖିବାକୁ ମିଳିଛି। ଅନେକ ଜାଗା ଯେପରି ମାଟି ତୋଟା, ପୋଲିସ ଲେନ, ସୁଜାତା ନଗର ଆଦିଜାଗା ମାନଙ୍କରେରେ ପାଣିର ସୁଅ ଛୁଟୁଛି।

Google

ସିଲଭର ସିଟି କଟକ କଥା କହିବା ତ ରାତିରୁ ପ୍ରବଳ ବର୍ଷା ହେବା କାରଣରୁ କଲେଜ ଛକ,ବାଦାମବାଡ଼ି, ଷ୍ଟେସନ ସ୍କୋୟର ,ମେରିଆ ବଜାର ଆଦି ଜାଗା ମାନଙ୍କରେ ପାଣି ଲହରୀ ଭାଙ୍ଗୁଛି। ପ୍ରାୟତଃ କହିବାକୁ ଗଲେ କେତେକ ତଳ ଅଞ୍ଚଳ ଜଳ ଦ୍ଵାରା ଭାସୁଛି। ବର୍ଷା ପାଣି ରାସ୍ତାରେ ହୋଇଯାଇଥିବାରୁ ଲୋକମାନେ ଯିବାରେ ଅସୁବିଧାର ସାମ୍ନା କରୁଛନ୍ତି। କଟକ ନିକଟ ଓମପି ଛକ ମଧ୍ୟ ଅଧା ବୁଡା ପରି ହୋଇଯାଇଛି।

ପ୍ରବଳ ବର୍ଷା ହେବାରୁ ଆଚାର୍ଯ୍ୟ ହରିହର ମେଡିକାଲରେ ପାଣି ପସିଯାଇଛି ଯାହା ଫଳରେ କି ଅସୁବିଧାର ସାମ୍ନା କରୁଛନ୍ତି ରୋଗୀ ଏବଂ ତାଙ୍କର ସଂପର୍କୀୟ। କେବଳ ଏତିକି ନୁହେଁ ବିଶେଷ ସୁତରୁ ଜଣା ପଡ଼ିଛି କି ବଡ଼ ମେଡିକାଲ ସର୍ଜରି ଆଉଟଡୋରର ଛାତ ସିଲିଂ ଖସି ଯାଇଛି।

Google

ଏପଟେ ଜଗତସିଂହପୁର କଥା କହିବା ତ ଏଠାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି, ଯାହା ଫଳରେ ରାସ୍ତା ଉପରେ ପାଣି ହୋଇଯାଇଛି। ଖେଳ ପଡିଆ, ଚାଷ ଜମି ଆଦିରେ ପାଣି ଫୁଲ। ନିର୍ଘାତ ବର୍ଷା ହେବା କାରଣରୁ ଲୋକମାନେ ବାହାରକୁ ଯାଇପାରୁନାହାନ୍ତି। ନ୍ୟୁଜ ଲେଖା ହେବା ବେଳେ ଏବେ ବି ଜଗତସିଂହପୁରର କେତେକ ଅଞ୍ଚଳରେ ବର୍ଷା ସହିତ ପବନ ଲାଗିରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *