ବ୍ୟୁରୋ ରିପୋର୍ଟ: ଇଂଲଣ୍ଡର ପ୍ରେସର ଷ୍ଟୁଆର୍ଟ ବ୍ରଡ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଓଭାଲରେ ଖେଳାଯାଉଥିବା ଆସେସ ସିରିଜର ପଞ୍ଚମ ବା ଶେଷ ମ୍ୟାଚର ଦ୍ୱିତୀୟ ଦିନ ରାଗରେ ଦେଖାଯାଇଛନ୍ତି। ସେ ଅନଫିଲ୍ଡ କ୍ୟାମେରା ଦ୍ଵାରା ନିରାଶ ହୋଇଯାଇଛନ୍ତି। ପ୍ରଥମ ପାରିରେ ୬୩ ଓଭର ସମୟରେ ୩୫ ବର୍ଷୀୟ ଏହି ବୋଲର ବୋଲିଙ୍ଗ କରିବାକୁ ପହଁଚିବା ପରେ ରନ ଅପ ନେଲେ ଓ ଅଚାନକ ରହିଗଲେ। ମିଚେଲ ଷ୍ଟାର୍କଙ୍କ ପଛରେ ଲାଗିଥିବା କ୍ୟାମେରା ତାଙ୍କୁ ବିଚଳିତ କରିଥିଲା ଯାହା ଦ୍ୱାରା ସେ ରାଗିଯାଇଥିଲେ।

ଗ୍ରାଉଣ୍ଡରେ ସାଧାରଣତଃ କ୍ୟାମେରା ବାଉଣ୍ଡରିର ଚାରିପାଖରେ ବୁଲିଥାଏ। ଜେମ୍ସ ଏଣ୍ଡରସନଙ୍କ ପରେ ଇଂଲଣ୍ଡ ପାଇଁ ସବୁଠୁ ଅଧିକ ଟେଷ୍ଟ ୱିକେଟ ନେଇଥିବା ବ୍ରର୍ଡଙ୍କ ପାଇଁ କିନ୍ତୁ ଏହି କ୍ୟାମେରା ଅସୁବିଧା ସୃଷ୍ଟି କରିଥିଲା। ବ୍ରର୍ଡ ବୋଲିଙ୍ଗ ପାଇଁ ରନ ଅପ ନେଉଥିଲେ ସାମ୍ନାରେ ମିଚେଲ ଷ୍ଟାର୍କ ଥିଲେ କିନ୍ତୁ କ୍ୟାମେରା ପାଇଁ ବ୍ରଡ଼ ଅଧାରୁ ଅଟକି ଗଲେ।ଏହା ପୂର୍ବରୁ ବ୍ୟାଟ୍ସମ୍ୟାନ ଓ ୱିକେଟ କିପର ସାମ ବିଲିଙ୍ଗସ କିଛି ବୁଝିପାରିଥାନ୍ତେ ବ୍ରୋର୍ଡ ସ୍ପାଇଡ଼ର କ୍ୟାମ ଉପରେ ଚିଲାଇ ବ୍ରୋର୍ଡକାଷ୍ଟ ଉପରେ ରାଗିଯାଇଥିଲେ।
ବ୍ରର୍ଡ କ୍ୟାମେରାରେ ଚିଲାଇବା ଦ୍ଵାରା ତାହା ରେକର୍ଡ ହୋଇଯାଇଥିଲା। ସେ କହୁଥିଲେ ରୋବଟକୁ ହଲାଇବା ବନ୍ଦ କର। ଏହି ଘଟଣା ସେବେ ଘଟିଲା ଯେବେ ଅଷ୍ଟ୍ରେଲିଆର ପାରିର ୬୩ ତମ ଓଭରରେ ୬ ୱିକେଟ ହରାଇ ୨୪୫ ରନରେ ଖେଳୁଥିଲା। ବ୍ରର୍ଡଙ୍କ ଏପରି କ୍ୟାମେରା ଉପରେ ରାଗିବା ଦେଖି କମେଣ୍ଟେଟର ହସିଥିଲେ। ଇଂଲଣ୍ଡ ପାଇଁ ଏହା ଏକ ଭଲ ଖବର ଥିଲା କାରଣ ଇଂଲଣ୍ଡ ଏହାର ଏକ ଘଣ୍ଟା ମଧ୍ୟରେ ଅଷ୍ଟ୍ରେଲିଆର ପାରିକୁ ଶେଷ କରିଦଇଥିଲା। ସୋସିଆଲ ମିଡ଼ିଆରେ ବ୍ରର୍ଡଙ୍କ ଏହି କାର୍ଯ୍ୟକଳାପ ଭାଇରାଲ ହେଉଛି।
Not a fan of the @FoxCricket rover, then? 🤖#Ashes pic.twitter.com/1ctxyHdVC7
— cricket.com.au (@cricketcomau) January 15, 2022
କହିରଖିବୁ ବ୍ରର୍ଡ କିଛି ସମୟରୁ ଇଂଲଣ୍ଡର ରୋଟେସନ ପଲିସ ଦ୍ଵାରା ଟିମରୁ ବାହାର ଭିତର ହେଉଛନ୍ତି। ଏସେଜ ସିରିଜର ପ୍ରଥମ ଚାରିଟି ମ୍ୟାଚରୁ ଦୁଇଟି ମ୍ୟାଚ ମିଶ ଦ୍ଵାରା ଏହି ଅନୁଭବୀ ବୋଲର ଉଦାସ ଥିଲେ। ସେ ଏଥିପାଇଁ ନିରାଶ ଥିଲେ ତାଙ୍କୁ ଗାବା ଓ ମେଲବର୍ଣରେ ଵୋଲିଙ୍ଗ କରିବାକୁ ମିଳିଲାନି। କିନ୍ତୁ ହୋବାର୍ଟ ଟେଷ୍ଟରେ ସେ ନିଜ ଦକ୍ଷତା ଦେଖାଇଛନ୍ତି।
ପ୍ରଥମ ପାରିରେ ସେ ୨୪.୪ ଓଭରରେ ୫୯ ରନ ଦେଇ ତିନୋଟି ମହତ୍ତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ। ସେ ପ୍ରଥମେ ଉସ୍ମାନ ଖାଆଜାଙ୍କୁ ଆଉଟ କରିଥିଲେ ଯିଏକି ସିଡ଼ନି ଟେଷ୍ଟର ଦୁଇଟି ଯାକ ପାରିରେ ଶତକ ମାରିଥିଲେ। ଏହା ପରେ ଫର୍ମରେ ଦେଖାଯାଉଥିବା ମାର୍ନସ ଲାବୁସନଙ୍କୁ ଆଉଟ କରିଥିଲେ। ଶେଷରେ ବ୍ରର୍ଡ ନାଥନ ଲାୟନଙ୍କୁ ଆଉଟ କରିଥିଲେ। ଅଷ୍ଟ୍ରେଲିଆର ପ୍ରଥମ ପାରି ୩୦୩ ରନରେ ଅଲଆଉଟ ହୋଇଯାଇଛି।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।