ଭାଇ ଦେଲା ଧୋକା, ତାପରେ ନିଜେ ଠିଆ କଲେ ୧୦୦୦ କୋଟିର କମ୍ପାନୀ, ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଭାରତର ଦିଗଜ୍ଜ ବ୍ୟବସାୟୀ ନିତିନ ଶାହଙ୍କର ଏହି କାହାଣୀ ଅଟେ। ନିଜର ବଡ ଭାଇଙ୍କର ଠାରୁ ଧୋକା ଖାଇବାପରେ ନିତିନଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବାର ଇଚ୍ଛା ହେଲା,କିନ୍ତୁ ନିଜ ପକେଟରେ ପଡିଥିବା କେବଳ ୨୦ଟଙ୍କା ତାଙ୍କ ଆଶାରେ ପାଣି ଫେରିଦେଲା। ତଥାପି ସେ ହାର ମାନିଲେନାହିଁ ଓ ୫୦୦ଟଙ୍କା ଧାର ନେଇ ନିଜ ଦୃଢ ମନୋବଳରୁ ୧୦୦୦କୋଟିର ବିଶାଳ ସାମ୍ରାଜ୍ୟକୁ ସଫଳ କଲେ।

Google
ଛୋଟ ବ୍ୟବସାୟୀ ପରିବାରରେ ଜନ୍ମ:-

ନିତିନ ଶାହ ମହାରାଷ୍ଟ୍ରର ଛୋଟ ବ୍ୟବସାୟୀ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ବାପା ଏକ ଛୋଟ ଅଗ୍ନିଶମ ଯନ୍ତ୍ର ତିଆରି କରିବାର ଦୋକାନ ଚଳାଉଥିଲେ,ଯାହାର ନାମ ଜିନିଥ ଫାୟାର ସର୍ଭିସେସ ଥିଲା। ଛୋଟ ବୟସରୁ ହିଁ ପାଠପଢ଼ାରୁ ସମୟ କାଢି ନିଜ ବାପାଙ୍କୁ କାମରେ ସାହାଯ୍ୟ କରୁଥିଲେ।

ବଡଭାଇ ଦେଲେ ଧୋକା:-

ସବୁଠୁ ଛୋଟ ହେବା କାରଣରୁ ତାଙ୍କ ବଡଭାଇ ତାଙ୍କୁ ଉପେକ୍ଷା କରି ବ୍ୟବସାୟ ଉପରେ କବଜା କରିନେଲେ। ନିତିନଙ୍କୁ ବହୁତ କଷ୍ଟ ହେଲା ଓ ସେ ନିଜର ବ୍ୟବସାୟ ଆରମ୍ଭ କରିବାର ନିଷ୍ପତ୍ତି ନେଲେ।

Google
ସଂଘର୍ଷର ଦିନ:-

ନିତିନ ନିଜ ସଂଘର୍ଷର ଦିନକୁ ମନେପକାଇ କହିଲେକି “ମୁଁ ଜାନୁଆରୀ ୧୯୮୪ରେ ସାଙ୍ଗଠାରୁ ୫୦୦ଟଙ୍କା ଧାର ଆଣିଲେ ଓ ତାର ଅଟୋ ଗ୍ୟାରେଜରେ କାମ କରିବା ଆରମ୍ଭ କଲି।ମୁଁ ମେକାନିକାଲ ଇଂଜିନିୟରିଂରେ ଡିପ୍ଲୋମା କରିଥିଲି ଓ ବାପାଙ୍କ ସହ କାମ କରି କରି କିଛି ସମ୍ପର୍କ ମଧ୍ୟ ହୋଇଯାଇଥିଲା, ସେଥିରୁ ଏକ ଡିପାର୍ଟମେଣ୍ଟ ଅଫ ଆଟୋମିକ ଏନରଜି (ଡିଏଇ)ରେ ଉଚ୍ଚ ପରାମର୍ଶଦାତା ମତେ ଅଗ୍ନିଶମ ଯନ୍ତ୍ରର ରକ୍ଷଣର ଚୁକ୍ତିବଦ୍ଧ କରିଲେ।

କମ ସାଧନାରୁ ଆରମ୍ଭ:-

ତାଙ୍କ ପାଖରେ ଖୁବ କମ ସାଧନ ଥିଲା ,ହେଲେ ସେ ସାହସ ନ ହାରି ସେ ୨୦ ଲକ୍ଷ ଟଙ୍କା ଜମା କରିଦେଲେ ଓ ୧୨୦୦ ଫୁଟ ଜାଗା କିଣି ନିତିନ ଫାୟାର ପ୍ରଡକ୍ସନ ଇଣ୍ଡଷ୍ଟ୍ରି ନାମକ ଏକ କମ୍ପାନୀର ଶୁଭାରମ୍ଭ କରିଲେ। ୧୯୮୬ ରେ ମିଳିବାକୁ ଥିବା ଓଏନଜିସି ମେଣ୍ଟନାନ୍ସର କଣ୍ଟ୍ରାକ କମ୍ପାନୀ ପାଇଁ ଟ୍ରନିଂ ପାଇଣ୍ଟ ସାବ୍ୟସ୍ତ ହେଲା।

Google

-୧୯୮୭ ରେ ନିତିନ ଏକ କୋଟି ଟଙ୍କାରେ ଗୁଜୁରାଟର ଉମରଗାଁରେ ୫୦୦୦୦ ଫୁଟ ଜାଗା କିଣିଲେ ଓ ୨୫ କର୍ମଚାରୀ ସହ ମିଶି ଅଗ୍ନି ସମନ ଯନ୍ତ୍ର ତିଆରି କରିବାର ଆରମ୍ଭ କଲେ।

-୧୯୮୮ରେ ଗୋଆରେ ଅଫିସର ଓପନିଂ କଲେ ଓ ୧୯୮୯ରେ ୟୁକେର କମ୍ପାନୀ ଆପୋଲୋ ଫାୟାର ଡିଟେକ୍ଟର୍ସ ସହ କାମ କରି ଜୁନ ୨୦୦୭ କୁ ୬୫ କୋଟି ଟଙ୍କାର ଆଇପିଓ ଆଣିଲେ।

୨୦୦୮ ରେ ସେ ନିତିନ ବେଚର୍ସ ମାଧ୍ୟମରେ ୩୦ ବର୍ଷ ପୁରୁଣା ସଂଯୁକ୍ତ ଆରବ ଅମୀରାତ କମ୍ପାନୀ ନ୍ୟୁ ଏଜ କମ୍ପାନୀରେ ନିଜର ଭାଗ ରଖି ୨୦୧୧ ରେ କମ୍ପାନୀକୁ ନିଜ ନାମରେ କରିଦେଲେ। ଏହି କମ୍ପାନୀର କାର୍ଯ୍ୟାଳୟ ଦୁବାଇ,ଆବୁଧବୀ ଓ ସାରଜାହାରେ ରହିଛି।

ୟୁରୋପୀୟ ବଜାରରେ ଜମାଇ ପ୍ୟାଠ:-

ନିତିନ ଏକ ୟୁରୋପୀୟନ ବେଞ୍ଚର ସ୍ଥାପନା କରିଥିଲେ ଯାହାର ଉଦ୍ଦେଶ୍ୟ ୟୁରୋପୀୟ ବଜାର ନିଜର ପ୍ୟାଠ ଜମା କରିବାର ଥିଲା। ଆଜି ଅକ୍ରିମ ଗ୍ୟାସ,ରାସାୟନିକ ଗ୍ୟାସ,ଓ ପାଣି ସହିତ ସବୁ ପ୍ରକାରର ଅଗ୍ନି ସୁରକ୍ଷା ଉପାଦାନ ପ୍ରସ୍ତୁତ କରିବାରେ ଏହା ଦୁନିଆରେ ଗୋଟିଏ ମାତ୍ର କମ୍ପାନୀ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *