ଭାଇ, ଭଉଣୀଙ୍କୁ ମହଙ୍ଗା ପଡିଲା ଅନ୍‌ଲାଇନରେ ଖାଦ୍ୟ ମଗାଇବା । ଜାଣନ୍ତୁ କଣ ଅଘଟଣ ଘଟିଲା ।

ଭାଇ, ଭଉଣୀଙ୍କୁ ମହଙ୍ଗା ପଡିଲା ଅନ୍‌ଲାଇନରେ ଖାଦ୍ୟ ମଗାଇବା । ଜାଣନ୍ତୁ କଣ ଅଘଟଣ ଘଟିଲା, brother & sister faced cyber scam for online food order in brahmapur odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ବ୍ରହ୍ମପୁରରେ ପୁଣି ଥରେ ସାଇବର ଅପରାଧୀ ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଛନ୍ତି । ଅନଲାଇନରେ ଖାଦ୍ୟ ଅର୍ଡର କରି ମଗାଇବା ଜଣେ ଛାତ୍ର ପାଇଁ ଏବେ ମହଙ୍ଗା ପଡିଛି । ଏଥିରେ ତାଙ୍କ ଭଉଣୀ ମଧ୍ୟ ଠକାମୀର ଶିକାର ହୋଇଛନ୍ତି । ଠକ ଗ୍ୟାଙ୍ଗ କୌଶଳକ୍ରମେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ରାମହରି ନଗରରେ ରହୁଥିବା ଜଣେ ବ୍ୟବସାୟୀ ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ପୁଅ ଅଭିଷେକ ପାଣିଗ୍ରାହୀ ଓ ତାଙ୍କ ଝିଅଙ୍କ ଆକାଉଣ୍ଟରୁ ୧ ଲକ୍ଷ ୩ ହଜାର ୮୦୦ ଟଙ୍କା ଠକି ନେଇଛନ୍ତି ।

ଏ ନେଇ ଅଭିଷେକ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ନଂ. ୧୨୩/୨୦ରେ ଏକ ମାମଲା ରୁଜୁୁ କରି ଘଟଣାର ତଦନ୍ତ ଚଳାଇଛି । ଘଟଣାରୁ ପ୍ରକାଶ, ଅଭିଷେକ ଦୁଇ ଦିନ ତଳେ ଏକ ଅନଲାଇନ ଖାଦ୍ୟ ଯୋଗାଇବା ସଂସ୍ଥାର ଆପ ଜରିଆରେ ୧୧୧ ଟଙ୍କାର ଖାଦ୍ୟ ମଗାଇଥିଲେ ।

Online food order scam in Brahmapur Odisha
Google

ଉକ୍ତ ସଂସ୍ଥାର ଜଣେ କର୍ମଚାରୀ ଅର୍ଡର ମୁତାବକ ଖାଦ୍ୟ ବ୍ରହ୍ମପୁର ଗାନ୍ଧିନଗର ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରୁ ଆଣି ଅଭିଷେକଙ୍କୁ ଦେଇଥିଲେ । ଖାଦ୍ୟ ପୁଡ଼ିଆରୁ ଦୁର୍ଗନ୍ଧ ବାହାରୁଥିବାରୁ ସେ ତାହା ଗ୍ରହଣ କରି ନ ଥିଲେ । ପରେ ଛାତ୍ର ଜଣଙ୍କ ଉକ୍ତ ଅନଲାଇନ ସଂସ୍ଥାକୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ । ଅଭିଷେକଙ୍କୁ ତାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ସଂସ୍ଥା ପକ୍ଷରୁ କୁହାଯାଇଥିଲା ।

ପରେ ସେ ତାଙ୍କ ଆକାଉଣ୍ଟ ନମ୍ବର ଉକ୍ତ ସଂସ୍ଥାକୁ ପଠାଇଥିଲେ । କିଛି ସମୟ ପରେ ସଂସ୍ଥା ତରଫରୁ ଅଭିଷେକଙ୍କୁ ଫୋନ ଆସିଥିଲା ଯେ ତୁମ ଆକାଉଣ୍ଟ ନମ୍ବର କାମ କରୁନାହିଁ ଏଣୁ ଘରର ଅନ୍ୟ କାହାର ଆକାଉଣ୍ଟ ନମ୍ବର ପଠାଅ । ଏହାପରେ ଅଭିଷେକ ତାଙ୍କ ଭଉଣୀଙ୍କ ଏସବିଆଇ ଆକାଉଣ୍ଟ ନମ୍ବର ଉକ୍ତ ସଂସ୍ଥାକୁ ପଠାଇଥିଲେ । ଦୁଇଟି ଯାକ ଆକାଉଣ୍ଟ ନମ୍ବର ପାଇଯିବା ପରେ ଉକ୍ତ ସଂସ୍ଥା ଅଭିଷେକଙ୍କ ଆକାଉଣ୍ଟରୁ ୪୩୦୦ ଓ ତାଙ୍କ ଭଉଣୀଙ୍କ ଆକାଉଣ୍ଟରୁ ୯୯ ହଜାର ୫୦୦ ଟଙ୍କା ଗାଏବ କରି ଦେଇଥିଲେ ।

Up to 91% More Expensive: How Delivery Apps Eat Up Your Budget ...
Google

ଠକାମୀର ଶିକାର ହୋଇଥିବା ଜାଣିବା ପରେ ଛାତ୍ର ଜଣଙ୍କ ଏ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *