ବଜେଟ ୨୦୨୧: ସୀମାରେ ଅସନ୍ତୋଷ କାରଣରୁ ମଧ୍ୟ ବଜେଟରେ ହେଲା ଅଦଳ ବଦଳ, ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଚୀନ ଓ ପାକିସ୍ତାନ ସହ ସୀମାରେ ଅସନ୍ତୋଷ ମଧ୍ୟରେ ବିତ ମନ୍ତ୍ରୀ ନର୍ମଳା ସୀତାରମଣ ଆଜି ବଜେଟ ଘୋଷଣା କଲେ ତ ଆଶା ଥିଲା ଏଥର ରକ୍ଷା ବଜେଟରେ ଅଧିକ ବୃଦ୍ଧି ଦେଖିବା ପାଇଁ ମିଳିବ କିନ୍ତୁ ଏପରି କିଛି ହେଲା ନାହିଁ। ପୂର୍ଵ ବର୍ଷ ଯେଉଁଠି ରକ୍ଷା ବଜେଟ ୪.୭୧ ଲକ୍ଷ କୋଟି ଥିଲା ଏବେ ଏହା ଅଳ୍ପ ବୃଦ୍ଧି କରାଯାଇ ୪.୭୮ ଲକ୍ଷ କୋଟି କରାଯାଇଛି।

Google

ତଥାପି ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିତ ବର୍ଷ ୨୦୨୧-୨୨ ପାଇଁ ରକ୍ଷା ବଜେଟକୁ ବଢ଼ାଇ ୪.୭୮ ଲକ୍ଷ କୋଟି କରିଥିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିତ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି ଓ ଏହାକୁ ୧୫ ବର୍ଷ ମଧ୍ୟରେ ସବୁଠୁ ଅଧିକ ବୋଲି କହିଛନ୍ତି। ଏହା ପୂର୍ଵରୁ ମୋଦି ସରକାର ୨୦୨୦ରେ ରକ୍ଷା କ୍ଷେତ୍ର ବଜେଟରେ ୬% ବଢ଼େଇଥିଲେ। ୨୦୧୯ ତୁଳନାରେ ୩.୧୮ ଲକ୍ଷ କୋଟିରୁ ବୃଦ୍ଧି ହୋଇ ୨୦୨୦ରେ ୩.୩୭ ଲକ୍ଷ କୋଟି କରାଯାଇଥିଲା।

ଏହିଥର ମାନାଯାଉଥିଲା କି ସୀମାରେ ଅସନ୍ତୋଷ କାରଣରୁ ଏଥିରେ ଅଧିକ ବୃଦ୍ଧି କରାଯିବ। ସୀତାରମଣ ନିଜେ ରକ୍ଷା ମନ୍ତ୍ରୀ ରହିସାରିଛନ୍ତି। ଏହି କ୍ଷେତ୍ରରେ ଆବଶ୍ୟକତା ବିଷୟରେ ତାଙ୍କୁ ଜଣାଅଛି କିନ୍ତୁ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଲାଗୁନାହିଁ କି ଏଠାରେ ରକ୍ଷା କ୍ଷେତ୍ରକୁ କିଛି ଖାସ ମିଳିଛି। ତଥାପି ପ୍ରତିଥର ଏହି ବଜେଟକୁ ଡିଜିପିର ୩% ପର୍ଯ୍ୟନ୍ତ କରିବା ପାଇଁ ଦାବି କରାଯାଇଥାଏ।

ଚୀନର ରକ୍ଷା ଉପରେ ହେଉଥିବା ବାର୍ଷିକ ଖର୍ଚ୍ଚ ପାଖାପାଖି ୨୬୧ ଅରବ ଡଲାର ଯାହାକି ୧୯ ଲକ୍ଷ କୋଟି କିନ୍ତୁ ଭାରତ ମାତ୍ର ୭୧ ଅରବ ଡଲାର ବା ୫ ଲକ୍ଷ କୋଟି ଖର୍ଚ୍ଚ କରିଥାଏ। ଆମେରିକା ଏହି ଲିଷ୍ଟରେ ଏକ ନମ୍ବରରେ ଅଛି ଯିଏକି ସବୁଠୁ ଅଧିକ ଖର୍ଚ୍ଚ କରିଥାଏ । ଏହା ପର ନମ୍ବର ଆସିଥାଏ ଚୀନ।

Google

ସିକିମର ନାଥୁଲାରେ ଚୀନ ସେନାଙ୍କ ସହିତ ଭାରତର ସଂଘର୍ଷକୁ ଏହା ପୂର୍ବରୁ ୧୫ ଜୁନକୁ ଗଲବାନରେ ଚୀନ ସୈନିକଙ୍କ ସହିତ ସଂଘର୍ଷକୁ ଦେଖି ଲୋକ ରକ୍ଷାକୁ ନେଇ ପ୍ରଶ୍ନ କରୁଥିଲେ। ଲୋକଙ୍କର ମାନିବାର ଥିଲା କି ସେନାକୁ ଆହୁରି ମଝବୁତ କରିବାର ଆବଶ୍ୟକ ରହିଛି। ଗଲବାନ ଓ ଡୋକଲାମ ପରି ମାମଲା ଏଲଓସିରେ ବଢୁଥିବା ଅସନ୍ତୋଷ ବିପଦକୁ ଆହୁରି ବଢାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *