ଭାରତ ଇଂଲଣ୍ଡ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚର ସିରିଜ ୫ ଫେବୃଆରୀ ଠାରୁ ଖେଳାଯିବ। ଟିମ ଇଣ୍ଡିଆ ଏହା ପାଇଁ ଚେନ୍ନାଇ ପହଞ୍ଚି ସାରିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଟୁଇଟର ଆକାଉଣ୍ଟରୁ ଏକ ଭିଡିଓ ଶେୟାର କରାଯାଇଛି ଯେଉଁଥିରେ ଜଶପ୍ରୀତ ବୁମରାହ ଅଭ୍ୟାସ ସମୟରେ ବୋଲିଂ କରୁଅଛନ୍ତି। କୌତୁହଳଜନକ କଥା ଏହା ଅଟେ କି ସେ ନିଜର ଶୈଳୀରେ ନୁହେଁ ବରଂ ପୂର୍ବ ଅଧିନାୟକ ଏବଂ କୋଚ ଅନିଲ କୁଂବଲେଙ୍କର ନକଲ କରୁଥିଲେ। ଦିଗଜ ସ୍ପିନରଙ୍କୁ ବି ଏହି ଭିଡିଓ ବହୁତ ଭଲ ଲାଗିଲା ଏବଂ ସେ ତାକୁ ଟୁଇଟ ମଧ୍ୟ କରିଛନ୍ତି।

ବିସିସିଆଇ ଭିଡିଓ ପୋଷ୍ଟ କରୁଥିବା ବେଳେ ଲେଖିଲେ,”ଆମେ ଜଶପ୍ରୀତ ବୁମରାହଙ୍କ ନିଆଁ ବାହାର କରୁଥିବା ୟର୍କର ଓ ତୀବ୍ର ବାଉଁସର ଦେଖିଲୁ। ଏଠାରେ ଆମେ ଦେଖାଉଛୁ ଦ୍ରୁତ ବୋଲରଙ୍କର ଅଲଗା ରୂପ।ଜଶପ୍ରୀତ ବୁମରାହ ମହାନ ଲେଗ ସ୍ପିନର ଅନିଲ କୁମ୍ବଲେଙ୍କର ଶୈଳୀର ନକଲ ଉତାରୁଛନ୍ତି ଓ ସେ ଏହାକୁ ବହୁତ ଭଲ ଭାବରେ କରିଛନ୍ତି।” କୁମ୍ବଲେ ଭିଡିଓ ଦେଖି ବୁମରାହଙ୍କର ପ୍ରଶଂସା କଲେ। ସେ ଲେଖିଲେ, “ୱେଲ ଡ଼ନ ବୂମ, ଶୈଳୀ ବହୁତ ପାଖାପାଖି ଥିଲା। ଆପଣ ପରବର୍ତ୍ତୀ ପିଢ଼ିର ଦ୍ରୁତ ବୋଲରମାନଙ୍କ ପାଇଁ ପ୍ରେରଣାର ସ୍ରୋତ ଅଟନ୍ତି। ଆଗର ସିରିଜ ପାଇଁ ଶୁଭକାମନା।”
We have all seen @Jaspritbumrah93's fiery yorkers and sharp bouncers. Here’s presenting a never-seen-before version of the fast bowler.
Boom tries to emulate the legendary @anilkumble1074's bowling action and pretty much nails it! pic.twitter.com/wLmPXQGYgC
— BCCI (@BCCI) January 30, 2021
ଭିଡ଼ିଓରେ ବୁମରାହ ୬ଟି ଲେଗ ସ୍ପିନର ବଲ ପକାଉଛନ୍ତି।ଏଥିମଧ୍ୟରୁ ଏକରୁ ୨ଟି ବଲ ଗୁଗଲି ଥିଲା। କୁଂବଲେ ଟେଷ୍ଟ କ୍ରିକେଟରେ ଭାରତର ସବୁଠୁ ସଫଳ ବୋଲର ରହିଲେ।ତାଙ୍କର ନାମରେ ୬୧୯ ଟେଷ୍ଟ ୱିକେଟ ରହିଅଛି। ଏକ ପାଳିରେ ୧୦ ୱିକେଟ ନେବାର ଖାସ ରେକର୍ଡ଼ କରିଛନ୍ତି।ବୁମରାହ ଆଘାତ କାରଣରୁ ଅଷ୍ଟ୍ରେଲିଆର ବିରୁଦ୍ଧ ମ୍ୟାଚରେ ବ୍ରିସବେନର ଗବାରେ ମୈଦାନରେ ଖେଳାଯାଇଥିବା ଚାରୋଟି ଟେଷ୍ଟ ମ୍ୟାଚର ସିରିଜର ଶେଷ ମ୍ୟାଚରେ ଖେଳି ପାରିନଥିଲେ। ସେ ଇଂଲଣ୍ଡ ବିରୁଦ୍ଧ ସିରିଜରେ ପ୍ରତ୍ୟାବର୍ତ୍ତନ କରିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।