ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲୁରହିଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚରେ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିର୍ଣ୍ଣୟ ନେଇଥିଲେ। ପ୍ରଥମ ଦିନ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୧୬୬ ରନ କରି ୨ ୱିକେଟ ହରାଇଥିଲା। ମ୍ୟାଚରେ ପ୍ରଥମ ଦିନ ୱିଲ ପୁକୋବସ୍କି ଓ ୱାରନର ଆଉଟ ହୋଇଥିଲର। ୱାରନର ୫ ରନ ଓ ପୁକୋବସ୍କି ୬୨ ରନ କରିଥିଲେ। ଫ୍ୟାନ୍ସ ମାନେ କିଛି କୌତୁହଳ ସୀନ ମଧ୍ୟ ଦେଖିଲେ।
ମ୍ୟାଚ ପ୍ରଥମ ଦିନ ଯଶପ୍ରୀତ ବୁମରା ପୂର୍ବ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ନକଲ କରିବାର ନଜର ଆସିଲେ।ସୋସିଆଲ ମିଡିଆରେ ବୁମରାଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ଓ ଫ୍ୟାନ୍ସ ମଧ୍ୟ ଏହାକୁ ଖୁବ ଲାଇକ କରିଛନ୍ତି। ଏହି ଭାଇରାଲ ଭିଡିଓରେ ବୁମରା ସ୍ମିଥଙ୍କ ନକଲ କରୁଛନ୍ତି। ଯେମିତି ରିଆକ୍ସନ ସେ ସର୍ଟ ଖେଳିବାପରେ ଦେଇଥାନ୍ତି।
ଯଶପ୍ରୀତ ବୁମରାଙ୍କ ବଲରେ ସ୍ମିଥ ଏକ ଡିଫେନ୍ସ ସର୍ଟ ଖେଳିଲେ। ଏହାପରେ ସେ ତାଙ୍କ କାନ୍ଧକୁ ଉଠେଇକି ଏକ ରିଆକ୍ସନ ଦେଲେ। ଏହା ଦେଖି ବୁମରା ମଧ୍ୟ ନ ରହିପାରି ସେ ମଧ୍ୟ ହସି ପକେଇଲେ।
Hahaha @Jaspritbumrah93 reaction on Smith #AUSvIND 🤣🤣 pic.twitter.com/vjgOMokAMn
— Jasprit Bumrah FC (@JBFC93) January 7, 2021
ଏହାପରେ ବୁମରା ବୋଲିଂ କରିବାକୁ ଯାଉଥିଲେ,ସେ ସ୍ମିଥଙ୍କ ଏହି ରିୟାକସନକୁ କପି କଲେ। ସ୍ମିଥଙ୍କ ଏହି ରିୟାକସନ ବହୁତ ହାସ୍ୟଲ୍ୟ ଥିଲା। ଯାହାକୁ ଦେଖି ମହମ୍ମଦ ସିରାଜ ବି ହସକୁ ଅଟକାଇପାରିଲେନି ।
ସିଡ୍ନୀ ଟେଷ୍ଟର ପ୍ରଥମ ଦିନରେ ବୁମରାଙ୍କୁ ମିଳିଲା ନାହିଁ ୱିକେଟ:
ସିଡ୍ନୀ ଟେଷ୍ଟର ପ୍ରଥମ ଦିନରେ ବୁମରାଙ୍କୁ କେଉଁ ସଫଳତା ମିଳିଲା ନାହିଁ। ବର୍ଷା କାରଣରୁ ପ୍ରଥମ ଦିନ ୫୫ ଓଭର ବୋଲିଂ ହୋଇଥିଲା। ସେହିପରି ପୂର୍ଵ ଦୁଇ ମ୍ୟାଚରେ ଖରାପ ଫର୍ମରେ ଥିବା ସ୍ମିଥ ତାଙ୍କ ରଙ୍ଗରେ ଫେରିବାର ନଜର ଆସୁଛନ୍ତି। ମ୍ୟାଚର ଦ୍ଵିତୀୟ ଦିନରେ ସେ ତାଙ୍କର ଅର୍ଦ୍ଧଶତକ ମଧ୍ୟ ହାସିଲ କରିନେଲେ। ସେହିପରି ଆହତ ସମସ୍ୟାରୁ ବାହାରକୁ ଆସିଥିବା ୱାରନରଙ୍କ ପାଇଁ ପ୍ରଥମ ଦିନ ଭଲ ହୋଇ ନଥିଲା। ସେ କେବଳ ୫ ରନ କରି ଆଉଟ ହୋଇଯାଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।