IND vs AUS: ଯଶପ୍ରୀତ ବୁମରା ନମ୍ବର ୩ରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଲେ,ଗାଭାସ୍କର ଯାହା କହିଲେ ଦେଖିଲେ ହେବେ ଆଶ୍ଚର୍ଯ୍ୟ।

ଏଡିଲେଡ଼ ଟେଷ୍ଟରେ ଦ୍ୱିତୀୟ ଦିନ ଯଶପ୍ରୀତ ବୁମରାଙ୍କୁ ନାଇଟ ୱାଚମ୍ୟାନ ରୂପରେ ଓହ୍ଲାଯାଇଛି। ପ୍ରଶଂସକ କଲେ ବ୍ୟାଟିଙ୍ଗର ପ୍ରଶଂସା।

Google

ଏଡ଼ିଲେଡ଼ ଟେଷ୍ଟର ଦ୍ୱିତୀୟ ଦିନ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିରୁଦ୍ଧରେ ୫୩ରନର ମହତ୍ତ୍ୱପୂର୍ଣ୍ଣ ଆଗୁଆ ହାସଲ କରିଦେଇଛି। ଭାରତୀୟ ଟିମ ସୁନ୍ଦର ଵୋଲିଙ୍ଗ କରି କଙ୍ଗାରୁ ଟିମ କୁ ୧୯୧ ରନରେ ଅଲଆଉଟ କରିଦେଲେ। ଦିନ ଶେଷ ହେବା ଅଳ୍ପ ସମୟ ପୂର୍ବରୁ ଭାରତୀୟ ଟିମ ପୃଥୀ ସ୍ୱ ନାମରେ ଗୋଟେ ବ୍ୟାଟ୍ସମ୍ୟାନ ହରାଇଦେଲା। ଏହା ପରେ ସମସ୍ତେ ଆଶ୍ଚର୍ଯ୍ୟ ରହିଗଲେ ଯେବେ ବିରାଟ କୋହଲି ନାଇଟ ୱାଚମ୍ୟାନ ରୂପରେ ନମ୍ବର ୩ରେ ଯଶପ୍ରୀତ ବୁମରାଙ୍କୁ ଓହ୍ଲାଇଲେ। ଯଶପ୍ରୀତ ବୁମରା ମଧ୍ୟ ଗଜବ ଖେଳିଲେ ଓ ମୟଙ୍କ ଅଗ୍ରୱାଲଙ୍କ ସହ ରହିଲେ। ବୁମରା ନାଇଟ ୱାଚମ୍ୟାନ ରୂପରେ ଓଲ୍ହାଇବା ପରେ ସୋସିଆଲ ମିଡିଆରେ ପ୍ରଶଂସକ ନିଜର ରିଆକ୍ସନ ଦେଉଛନ୍ତି। ଫ୍ୟାନ ମାନେ ହୁଅନ୍ତୁ ବା କ୍ରିକେଟ ଏକ୍ସପଟ ସମସ୍ତେ ବୁମରାଙ୍କୁ ପ୍ରଶଂସା କରିଛନ୍ତି।

ବ୍ୟାଟିଙ୍ଗରେ ଭଲ ପ୍ରଦର୍ଶନ କଲେ ବୁମରା:

ବୁମରା ଯେବେ ନାଇଟ ୱାଚମ୍ୟାନ ରୂପରେ ଓହ୍ଲାଇଲେ ତ ଅନେକ ଲୋକ ଭାରତୀୟ ଦଳର ଫଇସଲା ଉପରେ ପ୍ରଶ୍ନ କଲେ। କ୍ରିକେଟ ଏକ୍ସପଟ ମଧ୍ୟ ଅଶ୍ୱିନୀଙ୍କୁ ନାଇଟ ୱାଚମ୍ୟାନ ରୂପରେ ପଠାଇବା ପାଇଁ କଥା କହିଥିଲେ କିନ୍ତୁ ବୁମରା ସମସ୍ତଙ୍କୁ ଭୁଲ ସାବ୍ୟସ୍ତ କରିଦେଲେ। ବୁମରା ମିଚେଲ ଷ୍ଟାର୍କ, ଜୋସ ହେଜଲହୁଡ଼ ଓ କମିନ୍ସଙ୍କର ଖତରନାକ ବଲର ସୁନ୍ଦର ଭାବେ ସାମ୍ନା କରିଛନ୍ତି। ବୁମରା ବାହାରକୁ ଯାଉଥିବା ବଲକୁ ସୁନ୍ଦର ଭାବେ ଛାଡ଼ିଛନ୍ତି ଓ ସିଧା ବଲକୁ ଭଲ ଡିଫନ୍ସ କରିଛନ୍ତି।

ବୁମରାଙ୍କ ଡ଼ିଫନ୍ସ ଦେଖି ଅନେକ ଫ୍ୟାନ୍ସ ତାଙ୍କ ଟେକ୍ନିକକୁ ପୃଥୀ ସ୍ୱଙ୍କ ଠୁ ସୁନ୍ଦର କହିଛନ୍ତି। କାରଣ ପୃଥୀ ସ୍ଵ ଏଡିଲେଡ଼ ଟେଷ୍ଟର ଦୁଇଟି ଯାକ ପାରିରେ ଫ୍ଲପ ସାବ୍ୟସ୍ତ ହେଲେ। ସ୍ୱ ପ୍ରଥମ ପାରିରେ ଖାତା ଖୋଲିପାରିଲେ ନାହିଁ ଓ ଦ୍ୱିତୀୟ ପାରିରେ ମାତ୍ର ୪ ରନ ହିଁ କରିପାରିଲେ। ଦୁଇଟି ଯାକ ପାରିରେ ଶୋ ବୋଲ୍ଡ ହେଇଛନ୍ତି ଓ ଆଗକୁ ସେ ସିରିଜରେ ଖେଳିବା କଷ୍ଟସାଧ୍ୟ ଦେଖାଯାଉଛି।

Google
ଗାଭାସ୍କର କଲେ ବୁମରାଙ୍କ ଉପରେ ରହସ୍ୟମୟ କମେଣ୍ଟ:

ବୁମରା ନମ୍ବର ୩ରେ ଓହ୍ଲାଇବା ଦ୍ଵାରା ପୂର୍ବ ଭାରତୀୟ ଅଧିନାୟକ ଅଦ୍ଭୁତ କମେଣ୍ଟ କରିଛନ୍ତି। ଅଷ୍ଟ୍ରେଲିଆ ଚ୍ୟାନେଲ ପାଇଁ କମେଟ୍ରି କରୁଥିବା ଗାଭାସ୍କର କହିଛନ୍ତି ବୁମରା ୩୦-୪୦ ବର୍ଷ ପରେ ନିଜ ନାତି ନାତୁଣୀ ମାନଙ୍କୁ କହିବେ କି ସେ ଭାରତୀୟ ଦଳ ପାଇଁ ନମ୍ବର ୩ରେ ବ୍ୟାଟିଙ୍ଗ ମଧ୍ୟ କରିଛନ୍ତି। ସେ ଏହା ପଛର କାରଣ କହିବେ ନାହିଁ। ଯଶପ୍ରୀତ ବୁମରା ଅଷ୍ଟ୍ରେଲିଆ ଏ ବିରୁଦ୍ଧରେ ସୁନ୍ଦର ଅର୍ଦ୍ଧଶତକ ମାରିଥିଲେ। ଯାହା ପରେ ଟିମ ଇଣ୍ଡିଆ ତାଙ୍କୁ ନାଇଟ ୱାଚମ୍ୟାନ ରୂପରେ ପଠାଇଲେ ଓ ସେ ଭଲ ପ୍ରଦର୍ଶନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *