ବିରାଟ କୋହଲିଙ୍କ ଆକ୍ରାମକତାରେ ଡରିଯାଇଥିଲେ ଯଶପ୍ରୀତ ବୁମରା, ତାପରେ କିଛି ଏମିତି ଘଟିଲା, ଜାଣନ୍ତୁ ବୁମରାଙ୍କ ବୟାନ।

ଯଶପ୍ରୀତ ବୁମରା ୨୦୧୬ରେ ନିଜର ଇଣ୍ଟରନେସନାଲ କ୍ୟାରିୟର ଆରମ୍ଭ କରିଥିଲେ। ଏହାର ତିନିବର୍ଷ ପୂର୍ବରୁ ସେ ପ୍ରଥମ ଆଇପିଏଲ ମ୍ୟାଚ ଖେଳିଥିଲେ। ବୁମରା ଏବେ ପର୍ଯ୍ୟନ୍ତ ୯୨ ଆଇପିଏଲ ମ୍ୟାଚରେ ୧୦୯ ୱିକେଟ ନେଇସାରିଛନ୍ତି। ଏହି ଲିଗରର ତାଙ୍କର ଏଣ୍ଟ୍ରି କାହାଣୀ ବହୁତ ରୋମାଞ୍ଚକର ଅଟେ। ବୁମରା ଏହା ବିଷୟରେ ଏକ ଇଣ୍ଟରଭିଉରେ କହିଛନ୍ତି। ବୁମରା ଏହା ମଧ୍ୟ କହିଛନ୍ତି କି କିପରି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ତାଙ୍କ ପ୍ରଥମ ମ୍ୟାଚରେ ତାଙ୍କ ବଲକୁ ମାଡ଼ ମାରିଥିଲେ। ଏହା ପରେ ସଚିନ ତେନ୍ଦୁଲକରଙ୍କ ଉପଦେଶ ତାଙ୍କର କାମରେ ଆସିଥିଲା।

Google

ବୁମରା ବିକ୍ରମ ସାଠୟେଙ୍କୁ ଏକ ଇଣ୍ଟରଭିଉ ଦେଇଥିଲେ।ସେଥିରେ ପଚାରଯାଇଥିଲା ସର୍ଵ ପ୍ରଥମେ ତାଙ୍କୁ କିଏ ନୋଟିସ କରିଥିଲେ? ବୁମରା କହିଥିଲେ ହଁ “ଜୋନ ରାଇଟ”। ଭାରତୀୟ ପୂର୍ବ କୋଚ ସେହି ସମୟରେ ମୁମ୍ବାଇ ଇଂଣ୍ଡିଆନ୍ସ ସହିତ ଯୋଡିହୋଇଥିଲେ। ତାଙ୍କ କୋଚିଙ୍ଗରେ ଟିମ ଇଣ୍ଡିଆ ୨୦୦୩ ବିଶ୍ୱକପରେ ପହଁଚିଥିଲା। ବୁମରା ଆଗକୁ କହିଛନ୍ତି,”ସେହି ବର୍ଷ ମୋର ଅଣ୍ଡର-୧୯ ରେ ଲାସ୍ଟ ବର୍ଷ ଥିଲା। ମୁଁ ଗୁଜୁରାଟ ପଟେ ଖେଳୁଥିଲି। ମୁଁ ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଖେଳୁଥିଲି। ପ୍ରଥମ ମ୍ୟାଚ ମୁମ୍ବାଇ ବିରୁଦ୍ଧରେ ଥିଲା। ସେହି ମ୍ୟାଚକୁ ଜନ ରାଇଟ ଦେଖିବାକୁ ଆସିଥିଲା ଏବଂ ସେ ଦୁଇଟି ମ୍ୟାଚ ମଧ୍ୟ ଦେଖିଲେ”।

ବୁମରା ଆଗକୁ କହିଛନ୍ତି,”ଏହା ପରେ ମତେ ମୁମ୍ବାଇ ଇଂଣ୍ଡିଆନ୍ସ ପଟୁ ଫୋନ ଆସିଥିଲାକି ଆମେ ଆପଣଙ୍କୁ ମୁମ୍ବାଇ ଇଂଣ୍ଡିଆନ୍ସ ସହିତ ଯୋଡିବା ପାଇଁ ଚାହୁଁଛୁ କଣ ଆପଣ ପ୍ରସ୍ତୁତ ଅଛନ୍ତି? ଏହା ଉପରେ ମୁଁ ତୁରନ୍ତ ହଁ କହିଥିଲି।ମୁମ୍ବାଇ ସହିତ ପ୍ରଥମ ମ୍ୟାଚ ଅଲଗା ପ୍ରକାର ଥିଲା ଆମ ଟିମ ବାଙ୍ଗାଲୋରରେ ଥିଲା। ଏହା ପରେ ମୁଁ ସେଠାର ନେଟ ସେସନରେ ଭାଗ ନେଇଥିଲି। ମୋର ପ୍ରଥମ ମ୍ୟାଚ ରାୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ବିପକ୍ଷରେ ଥିଲା। ମୁଁ ଵୋଲିଙ୍ଗ କରୁଥିଲି ମ୍ୟାଚ ପୂର୍ବରୁ ସେଠାରେ ବର୍ଷା ମଧ୍ୟ ହୋଇଥିଲା। ମୁଁ କାହାକୁ ବି ଏହା କହିବାକୁ ଡରୁଥିଲି କି ମୋ ଗୋଡ଼ ଖସୁଛି। ଆରମ୍ଭ ଚାରୋଟି ବଲରେ ବିରାଟ କୋହଲି ୩ଟି ଚୌକା ମାରିଦେଇଥିଲେ”।

Google

ବୁମରା ଆଗକୁ କହିଛନ୍ତି,”ସେହି ସମୟରେ ଯଦି ମୁଁ କାହାକୁ ମୋ ସମସ୍ୟା କହିନଥାନ୍ତି ତ ତାହା ମୋର ଲାସ୍ଟ ମ୍ୟାଚ ହୋଇଥାନ୍ତା। ଏହା ପରେ ମୁଁ ସଚିନ ତେନ୍ଦୁଲକରଙ୍କୁ କହିଥିଲି। ସେ କହିଥିଲି ଡର ନାହିଁ ଗୋଟିଏ ଭଲ ବଲରେ ସବୁ କିଛି ଠିକ ହୋଇଯିବ। ଏହା ପରେ ଆଗାମୀ ବଲରେ ମୁଁ କୋହଲିଙ୍କୁ ଆଉଟ କରିଦେଲି। ମୁଁ ତିନୋଟି ୱିକେଟ ନେଇଥିଲି। କୋହଲି, ମୟଙ୍କ ଅଗ୍ରୱାଲ ଓ କରୁଣ ନାୟର।ଆମେ ମ୍ୟାଚ ହାରିଯାଇଥିଲୁ କିନ୍ତୁ ମୁଁ ଖୁସି ଥିଲିକୁ ମୋର ପ୍ରଦର୍ଶନ ଭଲ ଥିଲା। ଆମର ମିଡିଆ ମ୍ୟାନେଜର କହିଥିଲେ କି ମୋ ପାଇଁ ଅମିତାଭ ଵଚନ ଟ୍ୱିଟ କରିଛନ୍ତି। ସେହି ସମୟରେ ମତେ ଟ୍ୱିଟର ବିଷୟରେ ଜଣାନଥିଲା”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *