ଡେବ୍ୟୁ ଟେଷ୍ଟରେ ଦମଦାର ବୋଲିଂ କରିଥିବା ମହମ୍ମଦ ସିରାଜଙ୍କୁ ନେଇ ଯଶପ୍ରୀତ ବୁମରା ଦେଲେ ବଡ଼ ବୟାନ।

ମେଲବର୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ଵିତୀୟ ଟେଷ୍ଟରେ ଡେବ୍ୟୁ କରିଥିବା ଭାରତୀୟ ବୋଲର ମହମ୍ମଦ ସିରାଜ ନିଜ ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଭାରତୀୟ ଦଳର ସିନିୟର ପ୍ଲେୟାର ଯଶପ୍ରୀତ ବୁମରା ସିରାଜଙ୍କ ବୋଲିଂରେ ବହୁତ ଖୁସି ଅଛନ୍ତି। ସିରାଜ ଭଲ ପ୍ରଦର୍ଶନ କରି ପ୍ରଥମ ପାଳିରେ ୨ ଟି ୱିକେଟ ନେଇଥିଲେ। ସିରାଜ,ବୁମରା ଓ ଅଶ୍ୱିନଙ୍କ ଘାତକ ବୋଲିଂରେ ଅଷ୍ଟ୍ରେଲିଆ ୧୯୫ ରନରେ ଅଲଆଉଟ ହୋଇଗଲା।

Google
ସିରାଜ ନେଲେ ଦୁଇ ମହତ୍ତ୍ୱପୂର୍ଣ୍ଣ ୱିକେଟ:

ନିଜ ପ୍ରଥମ ଟେଷ୍ଟ ଖେଲୁଥିବା ମହମ୍ମଦ ସିରାଜ ୧୫ ଓଭରରେ ୪୦ ରନ ନେଇ ୨ ମହତ୍ତ୍ୱପୂର୍ଣ୍ଣ ୱିକେଟ ନେଇଛନ୍ତି। ସେ ଅଷ୍ଟ୍ରେଲିଆର ଦିଗଜ ବ୍ୟାଟ୍ସମ୍ୟାନ ଲବୁସେନଙ୍କୁ(୪୮) ଶୁଭମାନ ଗିଲଙ୍କ ହାତରେ କ୍ୟାଚ କରେଇଲେ। ଏହାପରେ ସେ ଅଷ୍ଟ୍ରେଲିଆ ଅଧିନାୟକ ଟିମ ପ୍ୟାନ ଓ କ୍ୟାମରନ ଗ୍ରୀନଙ୍କ ମଧ୍ୟରେ ଭାଗିଦାରୀକୁ ଭାଙ୍ଗିଲେ। ସେ ଗ୍ରୀନଙ୍କୁ (୧୨) ଏଲବ୍ୟୁ କରିଥିଲେ।

ବୁମରା କହିଲେ ଭାରତୀୟ ଦଳ ପାଇଁ ଭଲ ସଙ୍କେତ:

ପ୍ରଥମ ପାରିରେ ୪ ୱିକେଟ ନେଇଥିବା ଯଶପ୍ରୀତ ବୁମରା ନିଜ ସାଥି ରବିଚନ୍ଦ୍ରନ ଅଶ୍ୱିନ ଓ ମହମ୍ମଦ ସିରାଜଙ୍କ ତାରିଫ କରିଛନ୍ତି। ସେ କହିଲେ କି ଆମେ ଦୁଇପଟୁ ପ୍ରେସର ଦେବାକୁ ଚାହୁଁଥିଲୁ। ଅଶ୍ୱିନ ଓ ସିରାଜ ଭଲ ବୋଲିଂ କରିଥିଲେ। ଆମେ ସବୁ ଅନ୍ୟଜଣଙ୍କ ସାହାଯ୍ୟ କରୁଥିଲୁ। ସିରାଜଙ୍କ କଥା କହି ସେ କହିଛନ୍ତି କି ବହୁତ କଷ୍ଟ କରି ଏଠାରେ ପହଞ୍ଚିଛନ୍ତି। ସେ କହିଲେ,” ଲଞ୍ଚ ପରେ କିଛି ହେଉ ନଥିଲା ଓ ସେ ବହୁତ ନିୟନ୍ତ୍ରଣରେ ବୋଲିଂ କରୁଥିବାର ନଜର ଆସିଥିଲେ।”

Google

ବୁମରା କହିଲେ ଆରମ୍ଭରେ ପିଚ ନମି ଥିଲା ଓ ଭଲ ଉଠୁଥିଲା। ହେଲେ ଦ୍ଵିତୀୟ ପାରିରେ ନମି କମିଗଲା। ସେହି ସମୟରେ ସିରାଜଙ୍କୁ କିଛି ଅଲଗା ମୁଭମେଣ୍ଟ ମିଳିଗଲା ଓ ସେ ତାକୁ ପୁରା ବ୍ୟବହାର କରିବାକୁ ଚାହୁଁଥିଲା। ବୁମରା କହିଲେ କି ଡେବ୍ୟୁ ଟେଷ୍ଟରେ ସେ ଆତ୍ମବିଶ୍ବାସ ସହ ନିଜ କୌଶଳ ଅନୁସାରେ ସେ ଭଲ ବୋଲିଂ କରିଥିଲେ। ଏହା ଆମ ପାଇଁ ଭଲ କୌଶଳ ଓ ଆଶା କରୁଛୁ କି ସେ ଆଗକୁ ଏହିପରି ନିୟମିତ ଭାବେ ରଖିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *