ଯଶପ୍ରୀତ ବୁମରା କଲେ ସଂଜନାଙ୍କ ସହ ବିବାହ। କହିଲେ ଏପରି କଥା। ସମସ୍ତେ ଦେଉଛନ୍ତି ବଧାୟୀ।

ଟିମ ଇଣ୍ଡିଆର ପେସ ବୋଲର ଯଶପ୍ରୀତ ବୁମରା ବି ଶେଷରେ କ୍ଲିନ ବୋଲ୍ଡ ହୋଇଗଲେ। ବୁମରା ଗୋଆରେ ପ୍ରସିଦ୍ଧ ସ୍ପୋର୍ଟ ଏଙ୍କର ସଂଜନା ଗଣେସନଙ୍କ ସହ ବିବାହ କରିଛନ୍ତି। ପୂର୍ବ ଅନେକ ଦିନରୁ ଯଶପ୍ରୀତ ବୁମରାଙ୍କ ବିବାହର ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା କିନ୍ତୁ ପ୍ରଶଂସକ ଜାଣିପାରୁନଥିଲେ କି କନ୍ୟା କିଏ? କିନ୍ତୁ ଏବେ ପକା ହୋଇଯାଇଛିକି ବୁମରା ସଂଜନା ଗଣେସନଙ୍କ ସହ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି।

Google

ଯଶପ୍ରୀତ ବୁମରାଙ୍କ ବିବାହର ଫଟୋ ତାଙ୍କ ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଆନ୍ସ ପୋଷ୍ଟ କରିଛି। ମୁମ୍ବାଇର ଟ୍ୱିଟର ଆକାଉଣ୍ଟରେ ବୁମରା ଓ ସଂଜନାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁମ୍ବାଇ ଇଣ୍ଡିଆନ୍ସ ଟ୍ୱିଟ କରି ଲେଖିଛି,”ସଂଜନା ବୁମରାଙ୍କୁ ବୋଲ୍ଡ କରିଦେଇଛନ୍ତି। ଆପଣ ଦୁହିଁଙ୍କୁ ବହୁତ ପ୍ରେମ ଓ ଖୁସି ମିଳୁ”।

ଯଶପ୍ରୀତ ବୁମରା ସ୍ପୋର୍ଟସ ଏଙ୍କର ସଂଜନା ଗଣେସନଙ୍କ ସହ ବିବାହ ପରେ ପ୍ରଶଂସକଙ୍କ ସହ ମଧ୍ୟ ଖୁସି ବାଣ୍ଟିଛନ୍ତି।ସେ କହିଛନ୍ତି ଆଜିଠୁ ତାଙ୍କ ଜୀବନରେ ଏକ ନୂଆ ଯାତ୍ରା ଆରମ୍ଭ ହୋଇଯାଇଛି। ଏହା ତାଙ୍କ ଜୀବନରେ ସବୁଠୁ ଖୁସି ଦିନ ମଧ୍ୟରୁ ଗୋଟେ। ବୁମରା ଇଂଷ୍ଟାଗ୍ରାମରେ ଲେଖିଛନ୍ତି,”ପ୍ରେମରେ ପ୍ରେରିତ ହୋଇ ଆମେ ଦୁହେଁ ଏକ ନୂଆ ଯାତ୍ରା ଆରମ୍ଭ କରିଛୁ। ଆଜି ଆମ ଜୀବନରେ ସବୁଠୁ ଖୁସି ଦିନ ମଧ୍ୟରୁ ଗୋଟେ। ଓ ଆମେ ଆମ ବିବାହର ଖବର ଓ ଖୁସି ଆପଣଙ୍କ ସହ ସେୟାର କରିଥିବାରୁ ବହୁତ ଖୁସି ଅନୁଭବ କରୁଅଛୁ”।

Google
କିଏ ଅଟନ୍ତି ସଂଜନା ଗଣେସନ:

କହିରଖବୁକି ସଂଜନା ଗଣେସନ ଜଣେ ପ୍ରସିଦ୍ଧ ସ୍ପୋର୍ଟ ଏଙ୍କର ଅଟନ୍ତି। ସେ ଆଇପିଏଲରେ ମଧ୍ୟ ଏଙ୍କରିଙ୍ଗ କରିଥାନ୍ତି।ଏହା ସହିତ ସେ ଆଇସିସି ବିଶ୍ୱକପ ୨୦୧୯ରେ ମଧ୍ୟ ଏଙ୍କରିଙ୍ଗ କରିଥିଲେ। ଆପଣଙ୍କୁ କହିରଖବୁକି ସଂଜନା ଇଞ୍ଜିନିୟର ମଧ୍ୟ ଅଟନ୍ତି। ସେ ପୁନେର ଏକ ବଡ଼ ୟୁନିଭରସିଟିରେ ଇଞ୍ଜିନିୟରର ଡିଗ୍ରୀ ମଧ୍ୟ ପାଇଛନ୍ତି। ଏହା ପରେ ସେ ମଡ଼େଲିଙ୍ଗ କରିଥିଲେ।୨୦୧୪ରେ ସେ ମିସ ଇଣ୍ଡିଆର ଫାଇନାଲ ମଧ୍ୟ ପହଁଚିଥିଲେ। ସଂଜନା ୨୦୧୩ରେ ଫେମିନା ଗାର୍ଜିଯସ ମଧ୍ୟ ବିଜୟ ଲାଭ କରିଥିଲେ। ସେ ଏଲିଟି ଶୋ ସ୍ପିଲିଟସ ବିଲା ରୁ ଟିଭିରେ ଡେଭ୍ୟୁ କରିବାର ନଜର ଆସିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *