ବସ କଣ୍ଡକ୍ଟରର ଚାକିରିରୁ ଏବେ ଅଟନ୍ତି ସିନେମା ଜଗତର ସୁପରଷ୍ଟାର,ଜାଣନ୍ତୁ ରଜନୀକାନ୍ତଙ୍କ ରୋମାଂଚକର ଷ୍ଟୋରି।

୧୨ ଡିସେମ୍ବର ୧୯୫୦ରେ ବାଙ୍ଗାଲୋରରେ ଜନ୍ମିତ ରଜନୀକାନ୍ତ କଠିନ ପରିଶ୍ରମ କରି ଆଜି ଏହି ସ୍ଥାନ ଲାଭ କରିଛନ୍ତି। ତାଙ୍କ ପ୍ରଶଂସକ ଟୁଇଟରରେ ‘୭୦ତମ ଜନ୍ମଦିନ ସିଡିପି’ ଅର୍ଥାତ କମନ ଡିସପ୍ଲେ ଛବିକୁ ଭାଇରଲ କରିବାର ନଜର ଆସିଥିଲେ। ଏହା ତାଙ୍କର ୭୦ତମ ଜନ୍ମଦିନ ପାଇଁ ତିଆରି କରାଯାଇଛି।

Google

ରଜନୀକାନ୍ତଙ୍କର ପ୍ରକୃତ ନାମ ଶିବାଜୀ ରାଓ ଗାୟକୱାଡ଼ ଥିଲା। ତାଙ୍କର ପିଲାଦିନ ବହୁତ ଅଭାବରେ କଟିଥିଲା। ପିଲାଦିନେ ହିଁ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଯାଇଥିଲା।

ଘର ଚଳାଇବାର ଦାୟିତ୍ୱ ତାଙ୍କ କାନ୍ଧ ଉପରେ ଥିଲା। ଘର ଚଳାଇବା ପାଇଁ ରଜନୀକାନ୍ତ କୁଲିର କାମ ମଧ୍ୟ କରିଥିଲେ।

ବହୁତ କମ ଲୋକ ଜାଣିଛନ୍ତି କି ରଜନୀକାନ୍ତ ପ୍ରଥେମ ବସ କଣ୍ଡକ୍ଟରର କାମ ସମ୍ପାଦନ କରୁଥିଲେ। ତାଙ୍କର ଚଳଚ୍ଚିତ୍ରରେ କାମ କରିବାର ସ୍ୱପ୍ନ ଆରମ୍ଭରୁ ଥିଲା।

Google

ରଜନୀକାନ୍ତ ଅଭିନୟ କ୍ୟାରିୟରର ଆରମ୍ଭ କନ୍ନଡ଼ ନାଟକରୁ କରିଥିଲେ। ସେଠାରେ ମହାଭାରତର ଦୁର୍ଯୋଧନ ରୂପରେ ତାଙ୍କ ଅଭିନୟର ବହୁତ ପ୍ରଶଂସା ହେଉଥିଲା।ରଜନୀକାନ୍ତ ତାମିଲ ଚଳଚ୍ଚିତ୍ର ଦୁନିଆରେ ପଶିବା ପୂର୍ବରୁ ପ୍ରଥେମ ତାମିଲ ଭାଷାର ଶିକ୍ଷା ନେଇଥିଲେ। ତାଙ୍କର ପ୍ରଥମ ଫିଲ୍ମ ‘ଅପୂର୍ବା ରାଗନଗାଲ’ ଥିଲା। ଏହି ଚଳଚ୍ଚିତ୍ରରେ କମଳ ହାସନ ବି ଉପସ୍ଥିତ ଥିଲେ

ଚଳଚ୍ଚିତ୍ରରେ ରଜନୀକାନ୍ତଙ୍କ ବଡ ସଫଳତା ‘ବିଲ୍ଲା’ନାମକ ଚଳଚ୍ଚିତ୍ରରୁ ମିଳିଥିଲା। ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର’ଡନ’ଯାହା ୧୮୭୮ରେ ରିଲିଜ ହୋଇଥିଲା, ତାହା ‘ବିଲ୍ଲା’ର ହିଁ ରିମେକ ଥିଲା ବୋଲି ଜଣା ଯାଇଛି।

ଆପଣଙ୍କୁ କହିଦେଉଛୁ କି ରଜନୀକାନ୍ତ ‘ମୁଂଦରୁ ମୁଗମ’ନାମକ ଚଳଚ୍ଚିତ୍ରରେ ପ୍ରଥମଥର ତିହରା ଚରିତ୍ର କରିଥିଲେ। ଫିଲ୍ମରେ ତାଙ୍କ ଅଭିନୟ ପାଇଁ ତାମିଲନାଡୁ ସରକାର ତାଙ୍କୁ ଶ୍ରେଷ୍ଠ ଅଭିନେତାର ପୁରଷ୍କାରରେ ସମ୍ମାନିତ କରିଥିଲେ।

ଅନ୍ଧାକାନୁନ ଫିଲ୍ମ ରଜନୀକାନ୍ତଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ଥିଲା। ଅମିତାଭ ବଚ୍ଚନ, ହେମା ମାଳିନୀ, ଓ ରୀନା ରଏ ମଧ୍ୟ ଏହି ଚଳଚ୍ଚିତ୍ରର ଅଂଶ ଥିଲେ। ‘ହମ’ଚଳଚ୍ଚିତ୍ରରେ ମଧ୍ୟ ରଜନୀକାନ୍ତ ଅମିତାଭ ବଚ୍ଚନଙ୍କ ସହ ନଜର ଆସିଥିଲେ।

ଆପଣଙ୍କୁ ଏହା ଜାଣି ଆର୍ଶ୍ଚଯ୍ୟ ଲାଗିବ କି ରଜନୀକାନ୍ତ କେବଳ ତାମିଲ ଓ ହିନ୍ଦୀ ହିଁ ନୁହେଁ,ମଲାୟଲମ,କନ୍ନଡ଼, ତେଲୁଗୁ ସହ ବଙ୍ଗାଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି।ଭାଗ୍ୟ ଦେବତା ନାମକ ଏକ ବଙ୍ଗାଳି ଫିଲ୍ମରେ ମଧ୍ୟ ନିଜର ପାରଦର୍ଶିତା ପାଇଁ ରଜନୀକାନ୍ତ ଦେଖା ଯାଇଥିଲେ।

Google

ରଜନୀକାନ୍ତଙ୍କୁ ବର୍ଷ ୨୦୦୦ରେ ପଦ୍ମ ଭୂଷଣ ଓ ୨୦୧୬ରେ ପଦ୍ମ ବିଭୂଷଣ ପୁରଷ୍କାରରେ ସମ୍ମାନିତ କରାଯାଇଥିଲା।

ରଜନୀକାନ୍ତ ଆସନ୍ତା ବର୍ଷ ନିଜର ରାଜନୈତିକ ଦଳ ଗଠନ କରିବେ ଯାହାପରେ ସେ ରାଜନୀତିରେ ମଧ୍ୟ ନଜର ଆସିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *