ଗ୍ରୀନ୍ ଜୋନ୍ ରେ ଚାଲିବ ବସ୍ ବିଜ୍ଞପ୍ତି ଜାରି କଲା – SRC
ଗ୍ରୀନ୍ ଜୋନ୍ ରେ ଯାତ୍ରୀବାହୀ ବସ୍ ଚାଲିପାରିବ, ଏନେଇ ଆଜି ବିଜ୍ଞପ୍ତି ଜାରି କରାଯାଇଛି -SRC
କେବେଳ ଗ୍ରୀନ୍ ଜୋନ୍ ରେ ହିଁ ଚାଲିପାରିବ ଯାତ୍ରୀବାହୀ ବସ୍ । ଅରେଞ୍ଜ ଜୋନ୍ କିମ୍ବା ରେଡ୍ ଜୋନ୍ ରେ ବସ୍ ଚାଲିବାକୁ ଅନୁମତି ନାହିଁ ।
ସାମାଜିକ ଦୂରତ୍ବକୁ ଆଖି ଆଗରେ ରଖି ଗ୍ରୀନ୍ ଜୋନରେ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଗ୍ରୀନ୍ ଜୋନରେ ଆନ୍ତଃ ଜିଲ୍ଲା ଏବଂ ଜିଲ୍ଲା ଭିତରେ ବସ୍ ଗୁଡିକ ୫୦ ପ୍ରତିଶତ ଯାତ୍ରୀ ପରିବହନ କରିପାରିବେ । ବସ୍ ଗୁଡିକ ରେଡ୍ କିମ୍ବା ଅରେଞ୍ଜ ଜୋନର ସୀମା ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ ।

ଓଡିଶା ପୋଲିସ କମିଶନର ଟୁଇଟ୍ କରିଛନ୍ତି ସକାଳ ୭ ରୁ ସଂଧ୍ୟା ୭ ଟା ପର୍ଯ୍ୟନ୍ତ ବାହାରିବା ମନା । ଲକ୍ଡାଉନ୍ ନିୟମ ଅନୁସାରେ ଟୁଇଟ୍ କରି ମନା କରିଛନ୍ତି । ଆଜି ଠାରୁ ଏହି କଟକଣା କଡାକଡି ଭାବେ ଲାଗୁହେବ ବୋଲି ପୋଲିସ କମିଶନର କହିଛନ୍ତି ।
ସମସ୍ତ ଜୋନ୍ ରେ ସଂଧ୍ୟା ୭ ରୁ ସକାଳ ୭ ଟା ଯାଏ କଟକଣା ଲାଗୁହେବ । ଏହି ସମୟରେ ଘରେ ରହିବାକୁ ନିବେଦନ କରିଛନ୍ତି ପୋଲିସ କମିଶନର ।

ଜଗତସିଂହପୁରରେ ରାତିରେ କର୍ଫ୍ୟୁ । କର୍ଫ୍ୟୁ ନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ଦେଇଛିନ୍ତି ସୂଚନା । ଲକ୍ଡାଉନ୍ ୩ ଗାଇଡ଼ଲାଇନ ଅନୁସାରେ ରାତି ବେଳେ ଯାଆସ ମନା । ଜଗତସିଂହପୁର ଜିଲ୍ଲା ଗ୍ରୀନ୍ ଜୋନ୍ ରେ ଥିବାରୁ ଲୋକମାନେ ରାତିରେ ବୁଲି ପାରନ୍ତି । ସେହି ଦୃଷ୍ଟି ରୁ ସଂଧ୍ୟା ୭ ରୁ ସକାଳ ୭ ତା ଯାଏ କର୍ଫ୍ୟୁ ଜାରି କରିଛୁ । ଲକ୍ଡାଉନ୍ ଅବଧି ଶେଷ ହେବ ଯାଏ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
ଜଗତସିଂହପୁର ଜିଲ୍ଲା ଗ୍ରୀନ୍ ଜୋନ୍ ରେ ଥିଲେ ମଧ୍ୟ୍ୟ ରାତିରେ ଲୋକମାନେ ବୁଲିପାରନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ । ସେଥି ପାଇଁ ଏହିପରି ନିଷ୍ପତି ନେଇଛନ୍ତି ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ । କରୋନା ସୁରକ୍ଷା ପାଇଁ ସାରା ଦେଶ ଓ ରାଜ୍ୟ ଲଢେଇକରୁଛି । ସେଥିପାଇଁ ସକାଳ ୭ ରୁ ସଂଧ୍ୟା ୭ ଟା ପର୍ଯ୍ୟନ୍ତ ବାହାରିବା ମନା ।