ବଡ଼ ଖବର: ରାଜ୍ୟରେ ଦିନ ୨ଟା ରୁ ବନ୍ଦ ରହିବ ଦୋକାନ ବଜାର ! ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।

ଏଣିକି ଦିନ ୨ ଠାରୁ ବନ୍ଦ ରହିବ ଦୋକାନ ବଜାର। ମଇ ୩ ରୁ ୧୫ ପର୍ଯ୍ୟନ୍ତ ଦିନ ୨ ଟାରୁ ବନ୍ଦ ରହିବ ଦୋକାନ ବଜାର। ଦୋକାନ ବନ୍ଦ ରଖିବାକୁ ରାଜ୍ୟ ଵ୍ୟଵସାୟୀକ ସଂଘର ନିଷ୍ପତି କରୋନା ସଂକ୍ରମଣକୁ ଅଟକାଇବା ପାଇଁ ଏଭଳି ନିଷ୍ପତି ନିଆଯାଇଛି। ଵ୍ୟଵସାୟୀ ମହାସଂଘ ଏହି ନିଷ୍ପତି ନେଇଛି ଯାହା ଏବେ ସାମ୍ନାକୁ ଆସୁଛି। ଏହା କେବଳ ମଇ ୩ ରୁ ୧୫ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

Google

ଗତକାଲି କେବଳ କଟକରେ ଏହି ଫଇସଲା ନିଆଯାଇଥିଲାକି ଦିନ ୨ ରୁ ଦୋକାନ ବନ୍ଦ ରହିବ। ଏହା ପରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହି ନିଷ୍ପତି ନିଆଯାଇଥିଲା। ରାଜ୍ୟ ଵ୍ୟଵସାୟୀ ସଂଘର ସମ୍ପାଦକ ସୁଧାକର ପଣ୍ଡାଙ୍କ ସହ କଥା ହେବା ପରେ ଏହି କଥା ଜଣାପଡିଛି। ଆଗରୁ ଦିନ ୯ ଟାରୁ କଟକଣା କରାଯାଇଥିଲା ଏହା ପରେ ମଧ୍ୟ ସବୁ ଚାଲୁଥିଲା।ଗତକାଲି ଭୁବନେଶ୍ୱରର ହାଟରେ ଅନେକ ଭିଡ଼ ଦେଖିବାକୁ ମିଳିଥିଲା। ଯାହା ଦ୍ୱାରା ସଂକ୍ରମଣ ବଢିବାର ଭୟ ଦେଖାଯାଉଛି।

ଏହା ଦ୍ଵାରା ଗୋଟେ କଥା ପ୍ରଷ୍ଟ ଯେ ବ୍ୟବସାୟିକ ଦୋକାନ ଯେଉଁଠି ରହିଛି ସେଠାରେ ଭିଡ଼ ନିଶ୍ଚିନ୍ତ ଲାଗିରହିବ। ଏହାକୁ ନଜର ରଖି ରାଜ୍ୟ ଵ୍ୟଵସାୟୀକ ସଂଘ ଏହି ନିଷ୍ପତି ନେଇଛି। ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିବ କେଉଁ କେଉଁ ଦୋକାନ ସବୁ ବନ୍ଦ ରହିବ। ଏହା ଏପର୍ଯ୍ୟନ୍ତ ଜଣାପଡିନାହିଁ କାଲି ପ୍ରେସ ମିଟିଙ୍ଗରେ ଏହି କଥା ଜଣାପଡିବ। ଯେଉଁ ଗୁଜବ ହେଉଛିକି ଆଗାମୀ ଦିନରେ ସର୍ଟଡାଉନ ହୋଇପାରେ। ଏହା କୌଣସି ସତ ନୁହେଁ କିନ୍ତୁ ଲୋକ ଯେଉଁଭଳି ସରକାରଙ୍କ ଗାଇଡଲାଇନକୁ ମାନୁ ନାହଁନ୍ତି ଏପରି ହୋଇମଧ୍ୟ ପାରେ।

Google

ଅନେକ ସ୍ଥାନରେ ପୋଲିସ ଚଢ଼ାଉ କରିଛି। ଅନେକ ଲୋକଙ୍କ ଠୁ ମାସ୍କ ନପିନ୍ଧିବା ଦ୍ଵାରା ଫାଇନ ଆଦାୟ କରାଯାଉଛି । ଏହା ପରେ ମଧ୍ୟ ଲୋକ ସଚେତନ ହେଉନାହାଁନ୍ତି ।ଏଥିପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତି ନେବା। ପୂର୍ବରୁ ଵ୍ୟଵସାୟୀ ପ୍ରତିଷ୍ଠାନ ଏହି ନିଷ୍ପତି ନେଉଛି। ଏହା ସହ କଟକ ପରି ଭୁବନେଶ୍ୱରରେ ମଧ୍ୟ ଦିନ ଦୁଇଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ଦୋକାନ ବନ୍ଦ ରହିବ। କାରଣ ରାତି ୯ ରୁ ସକାଳ ୭ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଅଟେ। ଏବେ ଦେଶରେ କରୋନାର ଦ୍ୱିତୀୟ ଲହରୀ ବେସି ତାଣ୍ଡବ ସୃଷ୍ଟି କରିଛି। ଏହା ଦ୍ଵାରା ସ୍ଥିତି ଅସମ୍ଭାଳ ହେବାକୁ ଲାଗିଲାଣି। ଦୈନିକ ୩ ଲକ୍ଷରୁ ଅଧିକ ଲୋକ ସଂକ୍ରମଣ ହେବା ସହ ୨ ହଜାରରୁ ଅଧିକ ଲୋକ ପ୍ରତିଦିନ ମରୁଛନ୍ତି। ଏଣୁ ସମସ୍ତଙ୍କୁ ସରକାରଙ୍କ ଗାଇଡଲାଇନ ମାନି ସତର୍କ ରହିବା ଆବଶ୍ୟକ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *