ପୁଣି ଆସିଲା ଯୁବରାଜଙ୍କ ଝଡ଼। ୭ଟି ବଲରେ ଦେଖେଇଦେଲେ ନିଜର ଝଲକ। ଦେଖନ୍ତୁ ଭିଡିଓ।

ରୋଡ଼ ସେଫ୍ଟି ୱାର୍ଲଡ଼ ସିରିଜ ୨୦୨୧ରେ ଇଣ୍ଡିଆ ଲିଜେଣ୍ଡସଙ୍କର ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ପୁଣି ଥରେ ଧମାକାଦାର ବ୍ୟାଟିଂ କରିଛନ୍ତି। ଯୁବରାଜ ସିଂ ୱେଷ୍ଟ ଇଣ୍ଡିଜ ଲିଜେଣ୍ଡସ ବିପକ୍ଷରେ ମାତ୍ର ୨୦ ବଲରେ ୪୯ ରନର ଉନ୍ନତ ଧରଣର ପାରି ଖେଳିଛନ୍ତି। ସେ ନିଜ ପାରିରେ ପୁରା ୬ଟି ଛକା ମାରିଲେ ଆଉ ତାହା ଭିତରୁ ସେ ୫ଟି ଛକା ୭ଟି ବଲରେ ହିଁ ମାରିଦେଲେ। ଯୁବରାଜ ଙ୍କର ଏହି ଧମାକାଦାର ବ୍ୟାଟିଂ ଦ୍ୱାରା ଇଣ୍ଡିଆ ଲିଜେଣ୍ଡସ ୨୦ଓଭର ସମାପ୍ତ ହେବା ପରେ ୩ୱିକେଟ ବିନିମୟରେ ୨୧୮ ରନ ପରି ବିଶାଳ ରନ କରିଛି।

Google

ଯୁବରାଜ ସିଂଙ୍କ ବ୍ୟତୀତ ଅଧିନାୟକ ସଚିନ ବି ୪୨ ବଲରେ ୬୫ ରନ ନଟ ଆଉଟ କଲେ। ସେ ନିଜ ପରିରେ ୩ଟି ଛକା ଆଉ ୬ଟି ଚୌକା ମାରିଲେ। ବିରେନ୍ଦ୍ର ସେହ୍ଵାଗ ବି ୧୭ ବଲରେ ୩୫ ରନର ପାରି ଖେଳିଲେ। ୟୁସୁଫ ପଠାନ ବି ୨୦ ବଲରେ ୩୭ ରନ ନଟ ଆଉଟ କଲେ।

ଯୁବରାଜ ୫ଟି ଛକା ମାତ୍ର ୭ଟି ବଲରେ ମାରିଲେ:

ଇଣ୍ଡିଆ ଲିଜେଣ୍ଡସଙ୍କର ପାରିର ଆକର୍ଷଣ ରହିଲେ ଯୁବରାଜ ସିଂ ଯିଏ କି ଶେଷ ଦୁଇ ଓଭରରେ ଭରପୁର ରନ କଲେ। ସେ ମହେନ୍ଦ୍ର ନାଗାମୁଟ୍ଟୁଙ୍କ ଓଭରର ପ୍ରଥମ ୩ଟି ବଲରେ ୩ଟି ଛକା ମାରିଲେ। ସିକ୍ସର କିଙ୍ଗ ନାମରେ ପ୍ରସିଦ୍ଧ ଯୁବରାଜ ଚତୁର୍ଥ ବଲ ମିସ କଲେ ମାତ୍ର ପୁଣି ପଞ୍ଚମ ବଲରେ ଛକା ମାରିଲେ। ତା ପରେ ଶେଷ ଓଭର ବୋଲିଂ କରିବାକୁ ଆସିଥିବା ସୁଲେମାନ ବେନଙ୍କ ଓଭରରେ ବି ୨ଟି ଛକା ମାରିଲେ।

Google

୧୮ତମ ଓଭରେ ଯୁବରାଜଙ୍କର କ୍ୟାଚ ଛଡା ଯାଇଥିଲା ଆଉ ତାଙ୍କର ସେତେବେଳେ ୯ଟି ବଲରେ ମାତ୍ର ୨୦ ରନ ହେଇଥିଲା। ମାତ୍ର ଏହାପରେ ଯୁବରାଜ ପୁରା ଖେଳ ହିଁ ବଦଳାଇଦେଲେ। ସେ ୭ଟି ବଲରେ ପୁରା ୫ଟି ଛକା ମାରିଲେ ଆଉ ପାରିର ଅନ୍ତିମ ସମୟରେ ସେ ୨୦ ବଲରେ ୪୯ ରନରେ ନଟ ଆଉଟ ରହିଲେ। ଯୁବରାଜ ଏହି ରୋଡ଼ ସେଫ୍ଟି ସିରିଜରେ ହି ସାଉଥ ଆଫ୍ରିକା ଲିଜେଣ୍ଡସ ମାନଙ୍କ ବିପକ୍ଷରେ ୪ଟି ଲଗାତାର ଛକା ମାରିବାର ରେକର୍ଡ ବନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *