ବ୍ୟୁରୋ ରିପୋର୍ଟ: ଆପଣ ପ୍ରାୟ ଜାଣିଥିବେ ଫେବୃୟାରୀ ମାସରେ ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ହେବାକୁ ଯାଉଛି। ଏବେ ସବୁ ଦଳର ପ୍ରାର୍ଥୀ ସ୍ଥିର ହୋଇଗଲେଣି। ପ୍ରାର୍ଥୀ ମାନେ ନିଜର କ୍ୟାମ୍ପେନିଂ ମଧ୍ୟ ଆରମ୍ଭ କରିଦେଲେଣି। ପ୍ରାୟ ସମସ୍ତେ ବିଭିନ୍ନ ଉପାୟରେ ଭୋଟରଙ୍କୁ ବୁଝାଉଛନ୍ତି ତାଙ୍କୁ ଭୋଟ ଦେବାକୁ। ଏହା ମଧ୍ୟରେ ଜଣେ ପ୍ରାର୍ଥୀ ଏପରି କିଛି ପ୍ରକାର କ୍ୟାମ୍ପେନିଂ କରିଛନ୍ତି ଯାହା ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଆପଣଙ୍କୁ କହିରଖିବୁ ପାପଡାହାଣ୍ଡି ବ୍ଲକର ପାତ୍ରୀ ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବରେ ଠିଆ ହୋଇଛନ୍ତି ଭଗବତୀ । ସେ ପୂର୍ବରୁ ନବରଙ୍ଗପୁରର ଜିଲ୍ଲା ପରିଷଦ ଅଦକ୍ଷ ଥିଲେ କିନ୍ତୁ ଏଥର ଟିକଟ ଜିଲ୍ଲା ପରିଷଦର ନମିଳିବାରେ ସେ ସରପଞ୍ଚ ରୂପରେ ଲଢୁଛନ୍ତି। ସେ ମାଛ ଚିହ୍ନରେ ଠିଆ ହୋଇଛନ୍ତି ଓ ସବୁଠୁ ମୁଖ୍ୟ କଥା ହେଉଛି ଲୋକଙ୍କୁ ତାଙ୍କ ଚିହ୍ନ ମନେରଖିବା ପାଇଁ ସେ ଲୋକଙ୍କ ଘରକୁ ଜୀଅନ୍ତା ମାଛ ଧରି କ୍ୟାମ୍ପେନିଂ ପାଇଁ ଯାଉଛନ୍ତି।ତାଙ୍କର ଏପରି ଅଦ୍ଭୁତ କ୍ୟାମ୍ପେନିଂର ଖବର ଚର୍ଚ୍ଚାରେ। ନବରଙ୍ଗପୁରର ଆଉ କିଛି ପ୍ରାର୍ଥୀ ମଧ୍ୟ ଯେଉଁ ଚିହ୍ନରେ ଠିଆ ହୋଇଛନ୍ତି ସେହି ଜିନିଷ ଧରି କ୍ୟାମ୍ପେନିଂ କରୁଛନ୍ତି।
ପ୍ରାର୍ଥୀ ମାନେ ବିଭିନ୍ନ ଗୀତରେ ଲୋକଙ୍କୁ ନିଜ ପ୍ରତିଶୃତି ବିଷୟରେ ବୁଝାଉଛନ୍ତି। ସେମାନେ ଜିତିଲେ କଣ ସବୁ କରିବେ ଏହା ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି। କାରଣ ଏବେ ଆଉ ଅଳ୍ପ ଦିନ ରହିଲା ନିର୍ବାଚନକୁ। କେବଳ ନବରଙ୍ଗପୁର ନୁହେଁ ଜଗତସିଂହପୁରରେ ମଧ୍ୟ କେଟିଲି ଚିହ୍ନରେ ଠିଆ ହୋଇଥିବା କାରଣରୁ ପ୍ରାର୍ଥୀ କେଟିଲ ଧରି ବୁଲୁଛନ୍ତି। ବିଭିନ୍ନ ପୁସିଙ୍ଗ କାର୍ଡ କରି ମଧ୍ୟ ଲୋକଙ୍କୁ ବାଣ୍ଟୁଛନ୍ତି। ଏବେ ଭୋଭିଡ-୧୯ କାରଣରୁ ସରକାରଙ୍କ ଗାଇଡ଼ଲାଇନ ନିୟମ ମାନି ପ୍ରାର୍ଥୀମାନେ କ୍ୟାମ୍ପେନିଂ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।