କ୍ୟାପଟେନ ବିରାଟ କୋହଲିଙ୍କ ଆଶ୍ଚର୍ଯ୍ୟକର ବୟାନ: ସମସ୍ତେ ଯେଉଁ ଟିମକୁ ହରାଇବାକୁ ଚାହାନ୍ତି ସେହି ଟିମରେ ମୁଁ….

ଆପଣଙ୍କୁ କହିରଖିବୁ ଭାରତ ପୂର୍ଵ କିଛି ବର୍ଷରୁ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଅଧିନାୟକ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଏବେ ପର୍ଯ୍ୟନ୍ତ ଗୋଟେ ମଧ୍ୟ ଆଇସିସି ଟ୍ରଫି ଜିତିପାରିନାହିଁ ଯାହାର ଆଲୋଚନା ସର୍ଵଦା ଲାଗିରହିଛି। ଏବେ ଅଧିନାୟକ ବିରାଟ କୋହଲି ଏହା ଉପରେ ବଡ଼ ବୟାନ ଦେଇଛନ୍ତି ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

Google

ଆପଣଙ୍କୁ କହିରଖିବୁ ବର୍ତ୍ତମାନ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଚାଲିଛି ଯାହାର ତୃତୀୟ ମ୍ୟାଚରେ ଭାରତକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏବେ ଚତ୍ରୁର୍ଥ ଟେଷ୍ଟ ପୂର୍ବରୁ ଲଣ୍ଡନର ତାଜ ହୋଟେଲରେ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ଯେଉଁଥିରେ ଏହି ସବୁ ଆଲୋଚନାର ପ୍ରଶ୍ନର ଉତ୍ତର ରଖିଛନ୍ତି ବିରାଟ କୋହଲି ଓ କହିଛନ୍ତି ଆମ କୋଚ ରବି ଶାସ୍ତ୍ରୀ ଓ ମୁଁ ଏଭଳି ଟିମ ତିଆରି କରିଛୁ ଯାହାକୁ ସମସ୍ତେ ଇର୍ଷା କରନ୍ତି ଓ ହରେଇବା ପାଇଁ ଚାହିଁଥାନ୍ତି।

ସେହି କାର୍ଯ୍ୟକ୍ରମରେ କୋହଲି ସମସ୍ତଙ୍କୁ କହିଛନ୍ତି ଆମ ଟିମ ଏବେ ନିଜ ପରିଶ୍ରମ ଓ ଖେଳାଳି ମାନଙ୍କ ଭଲ ପ୍ରଦର୍ଶନ ଯୋଗୁ ସେହି ସଂମାନ ହାସଲ କରିଛି ଯାହା ଦ୍ୱାରା ଅନ୍ୟ ଟିମ ଆମ ଟିମକୁ ଇର୍ଷା କରନ୍ତି ଓ ହରାଇବାକୁ ଚାହିଁନ୍ତି ଓ ଏହା ସହ ସେ ସେହି ଟିମରେ ଥିବାରୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି। ଏହା ସହ ସେ ଆହୁରି କହିଛନ୍ତି ଆମ ଖେଳାଳିମାନେ ସମସ୍ତଙ୍କ ସହ ସହଯୋଗ ଓ ବନ୍ଧୁତ୍ୱ ସ୍ଥାପନ କରିଥାନ୍ତି ଯାହା ସେମାନଙ୍କର ବହୁତ ଭଲ ଗୁଣ ଅଟେ।

Google

ଏହା ସହ କିଙ୍ଗ କୋହଲି ଏହି ସିରିଜ ବିଷୟରେ ମଧ୍ୟ କହିଛନ୍ତି ଏବେ ସିରିଜ ୧-୧ରେ ବରାବର ହେବା ଦ୍ଵାରା ଖେଳ ପ୍ରେମୀମାନଙ୍କ ପାଇଁ ଆଗାମୀ ୨ ଟି ଟେଷ୍ଟ ବହୁତ ରୋମାଞ୍ଚକର ହେବାକୁ ଯାଉଛି।କୋହଲିଙ୍କ ପରେ ହେର୍ଡ କୋଚ ରବି ଶାସ୍ତ୍ରୀ କହିଥିଲେ ଯେବେ ଅଧିନାୟକ ଓ କୋଚ ଏକମତରେ କାର୍ଯ୍ୟ କରିଥାନ୍ତି ଏହା ଦଳକୁ ମଜବୁତ କରିଥାଏ। ରବି ଶାସ୍ତ୍ରୀ ମଧ୍ୟ କହିଛନ୍ତି ଆମେ ଏହି ସିରିଜରେ ଆଗକୁ ନିଶ୍ଚୟ ଭଲ ପ୍ରଦର୍ଶନ କରିବୁ ଓ ଏହି ସିରିଜ ରୋମାଞ୍ଚକର ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *