କଣ ଟି ୨୦ ବିଶ୍ଵକପରେ ଗଡବଡ଼ ହେଲେ ଚାଲିଯିବ କୋହଲିଙ୍କ କ୍ୟାପଟେନସି? କହିଲେ ଏହି ପୂର୍ବ ଖେଳାଳି

ବିରାଟ କୋହଲି ନିଜର ପ୍ରଥମ ଆଇସିସି ଟ୍ରଫି ପାଇଁ ଚତୁର୍ଥ ଥର ପାଇଁ ଭାରତୀୟ ଦଳର ନେତୃତ୍ୱ ସମ୍ଭାଳିବାକୁ ଯାଉଛନ୍ତି। ଏହି ଟି ୨୦ ବିଶ୍ଵକପ ଉପରେ ସମସ୍ତ ଦର୍ଶକ ମାନଙ୍କର ନଜର ରହିଛି। କାରଣ ବିରାଟ କୋହଲିଙ୍କର ଅଧିନାୟକ ଜୀବନ ଅନେକ ସଫଳ ରହିଛି କିନ୍ତୁ ସେ ଆଇ ସି ସିର ସମସ୍ତ ଟୁର୍ଣ୍ଣାମେଣ୍ଟରେ ନିଜର ନେତୃତ୍ୱରେ କିଛିଟା ଅସଫଳ ରହିଛନ୍ତି। ତେଣୁ ଭାରତୀୟ ଦଳର ନେତୃତ୍ବ ପଦରୁ କୋହଲିଙ୍କୁ ହଟା ଯାଇ ପରେ ବୋଲି କହିଛନ୍ତି।

Google

ଯଦି ଆଗକୁ ହେବାକୁ ଥିବା ବିଶ୍ଵକପରେ ଭାରତୀୟ ଦଳ ଆଶାନୁରୂପକ ସଫଳ ନ ହୁଏ ତେବେ ଦର୍ଶକ ମାନଙ୍କୁ ଏକ ନୂତନ ଅଧିନାୟକ ଦେଖିବାକୁ ମିଳି ପାରେ। ଭାରତୀୟ ଦଳର ପୂର୍ବତନ ଖେଳାଳୀ ଦେବ ଦାସ ଗୁପ୍ତା କହିଛନ୍ତି କି ଯଦି ଏହି ବିଶ୍ଵକପରେ କୌଣସି ଅସୁବିଧା ହୁଏ ତେବେ କୋହଲିଙ୍କୁ ଭାରତୀୟ ଦଳର ନେତୃତ୍ବ ଛାଡ଼ିବାକୁ ପଡିପାରେ କିନ୍ତୁ ଏହି ବିଶ୍ଵକପ ଆରମ୍ଭ ହେବାର ୩-୪ ମାସ ପୂର୍ବରୁ ଯଦି ଅଧିନାୟକ ପରିବର୍ତ୍ତନ କରାଯାଏ ତେବେ ଏହା ଉଭୟ କୋହଲି ଓ ରୋହିତଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।

ଏହା ସହିତ ସେ ଆହୁରି କହିଛନ୍ତି କି ଯଦି ଏହି ବିଶ୍ଵକପରେ କିଛି ଭୁଲ ହୁଏ ତେବେ ରୋହିତ ଆଗକୁ ଭାରତୀୟ ଦଳର ଅଧିନାୟକ ହୋଇ ପାରନ୍ତି। ଏହା ସହିତ ରୋହିତ ଏବେ ପର୍ଯ୍ୟନ୍ତ ୧୯ ଟି ମ୍ୟାଚରେ ଭାରତୀୟ ଦଳର ନେତୃତ୍ବ କରିଛନ୍ତି ଯାହା ମଧ୍ୟରୁ ଭାରତୀୟ ଦଳ ୧୫ ଟି ମ୍ୟାଚ ଜିତିଛି। ଏହା ସହିତ ଏହି ବିଜୟ ମଧ୍ୟରେ ନିହଦାସ ଟ୍ରଫି ସହିତ ଏସିଆ କପ ମଧ୍ୟ ଅନ୍ତର୍ଗତ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି କି କୋହଲି ଜଣେ ଭଲ ଅଧିନାୟକ କିନ୍ତୁ ଆଇସିସି କୌଣସି ଟୁର୍ଣ୍ଣାମେଣ୍ଟରେ କୋହଲିଙ୍କ ଜିତିବା ଶବ୍ଦ ଉପରେ ରୋକ ଲାଗି ଯାଇଥାଏ।

Google

୨୦୧୭ ଚାମ୍ପିଅନସ ଟ୍ରଫିର ଫାଇନାଲରେ ଭାରତ ପରାଜୟ ହୋଇଥିଲା,ଏହାପରେ ୨୦୧୯ ଦିନିକିଆ ବିଶ୍ଵକପ ସେମି ଫାଇନାଲରେ ଭାରତ ପରାଜୟ ହୋଇଥିଲା,ଏହାପରେ ୨୦୨୧ ରେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପରେ ଭାରତ ପରାଜୟ ହୋଇଥିଲା। ଏବେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ରହିଛି। ଯେଉଁଠାରେ ଭାରତୀୟ ଦଳକୁ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବାର ଅଛି। ଏହାପରେ ଆଇପିଏଲ ରହିଛି ଓ ଏହାର ତୁରନ୍ତ ପରେ ଅକ୍ଟୋବର ୧୭ ରୁ ବିଶ୍ଵକପ ଆରମ୍ଭ ହେବାକୁ ଯାଉଛି।

ତେବେ ଏହା ନିଶ୍ଚିତ ହୋଇସାରିଛି ଯଦି ଭାରତୀୟ ଦଳ ଏହି ବିଶ୍ଵକପରେ ପରାଜୟ ହୁଏ ତେବେ କୋହଲିଙ୍କୁ ଭାରତୀୟ ଦଳର ଅଧିନାୟକ ପଦ ଛାଡ଼ିବାକୁ ପଡିପାରେ ଓ ରୋହିତଙ୍କୁ ଭାରତୀୟ ଟି ୨୦ ଦଳର ଅଧିନାୟକ କରାଯାଇ ପାରେ। ତେବେ ଏହା ଦେଖିବାକୁ ବାକି ରହିଲା କି ଭରତୀୟ ଦଳ ଏହି ବିଶ୍ଵକପରେ ବିଜୟୀ ହେଉଛି ନା ପରାଜିତ ହେଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *