ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ତିନି ମାସ ବିତିଗଲାଣି । ଏହି କେସର ତଦନ୍ତ ଦେଶର ତୋନୋଟି ବଡ଼ ଏଜେନ୍ସି ସିବିଆଇ, ଇଡି ଓ ଏନସିବି କରୁଛି । ସୁଶାନ୍ତଙ୍କ କେସରେ ପ୍ରତିଦିନ ନୂଆ ନୂଆ ତଥ୍ୟ ମିଳୁଛି । ଏହି ନୂଆ ନୂଆ ତଥ୍ୟ ଦ୍ଵାରା କେସ ସମାଧାନ ହେବା ପରିବର୍ତ୍ତେ ଓଲଟା ଅଧିକ ଜଟିଳ ହେଉଛି । ଏହି ମାମଲାରେ ଡ୍ରଗ୍ସ ମାମଲା ମଧ୍ୟ ସାମ୍ନାକୁ ଆସିଲାଣି ।ସୁଶାନ୍ତଙ୍କ କେସର ତଦନ୍ତ ଏବେ ସିବିଆଇ ଓ ଏନସିବି କରୁଛି ।
ଏବେ ସମସ୍ତେ ଏମ୍ସର ଡାକ୍ତରଙ୍କର ଫରେନ୍ସିପ ରିପୋର୍ଟକୁ ଅପେକ୍ଷା କରିଛନ୍ତି । ସିବିଆଇ ଏହି ମମଲାକୁ ସମାଧାନ ପାଇଁ ଲାଗିଛି । ଏହା ଭିତରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଖବର ଏହାକି ଏବେ ସୁଶାନ୍ତଙ୍କ ପରିବାର ସିବିଆଇର ନଜରକୁ ଆସିଛି ।

ଏବିପି ନ୍ୟୁଜ ଅନୁସାରେ ସିବିଆଇ ଏବେ ଧାରା ୩୦୬ ଅନୁସାରେ ଏବେ ସିବିଆଇ ସୁଶାନ୍ତଙ୍କ ଭଉଣୀ ମିତୁ, ପ୍ରିୟଙ୍କା ଓ ସୁଶାନ୍ତଙ୍କ ଭଉଣୀର ସ୍ୱାମୀ ଓପି ସିଂଙ୍କୁ ପଚରାଉଚୁରା କରିବ । ଏହା ସହିତ ଆରଏମଏଲ ଡାକ୍ତରଙ୍କୁ ବି ସିବିଆଇ ପଚରାଉଚୁରା କରିବ । କୁହାଯାଉଛି କି ହୁଆଟ୍ସପ ଚାଟକୁ ଆଧାର କରି ସିବିଆଇ ପଚରାଉଚୁରା କରିବ ।
ଜାଣିବା ପାଇଁ କହିରଖିବୁ ସେହି ଚାଟରେ ସୁଶାନ୍ତଙ୍କୁ ଡାକ୍ତର ଦେଖାଇବା କଥା କୁହାଯାଇଛି । ଏବେ ଏହି କେସରେ ନୂଆ ମୋଡ଼ ଆସୁଥିବାର ନଜର ଆସିଛି । ଏହି ମାମଲାରେ ସୁଶାନ୍ତଙ୍କ ପରିବାରର ଓକିଲଙ୍କ କହିଛନ୍ତି ଯେ ପଚରାଉଚୁରା ରିୟାଙ୍କୁ ଏଫଆଇଆର କାରଣରୁ କରାଯିବ । କାରଣ ଏଫଆଇଆର ଦାଖଲ ହେଇଛି ଯେହେତୁ ତାହାକୁ ଯାଞ୍ଚ ତ ଅବଶ୍ୟ ସିବିଆଇ କରିବ କିନ୍ତୁ ଓକିଲଙ୍କ କହିବା କଥା ପରିବାର ଉପରେ କୌଣସି ସଂନ୍ଦେହ ନାହିଁ ।

କଣ ଅଟେ ଧାରା ୩୦୬:
ଭାରତୀୟ ଦଣ୍ଡ ସଂହୀତା ଅନୁସାରେ ଧାରା ୩୦୬ ଯଦି କୌଣସି ବ୍ୟକ୍ତି ଆତ୍ମହତ୍ୟା କରିଥାଏ, ତେବେ ଯଦି କୌଣସି ବ୍ୟକ୍ତି ତାକୁ ଏପରି କରିବା ପାଇଁ ଚାପ ପକାଇଥାଏ, ତ ତାକୁ ମଧ୍ୟ ଜେଲ ଦଣ୍ଡ ଦିଆଯାଇଥାଏ । ଏହି ଦଣ୍ଡକୁ ୧୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ କରାଯାଇପାରେ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।