ଦିଶା ସାଲୀୟାନଙ୍କ ମୃତ୍ୟୁର ସିବିଆଇ ଯାଞ୍ଚରେ ୧୨ ଅକ୍ଟୋବର କୁ ହେବ ଫଇସଲା ।

CBI investigation of Disha Salian's death will be decided on October 12

ଦିଶାଙ୍କର ୮ ଜୁନରେ ମୁମ୍ବାଇର ପଶ୍ଚିମ ମଲାଡ଼ରେ ରିଜେଣ୍ଟ ଗ୍ୟାଲାକ୍ସି ର ୧୪ ମାହଲା ରୁ ପଡି ମୃତ୍ୟ ହୋଇଥିଲା। ଆବେଦନ ପତ୍ରରେ କୁହାଯାଇଛି କି ଏହି ଘଟଣାର ୧ ସପ୍ତାହ ପରେ ୧୪ ଜୁନ ସକାଳରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଅଛି,ଯାହାଦ୍ଵାରା ସନ୍ଦେହ ସୃଷ୍ଟି ହେଉଛି।

CBI investigation of Disha Salian's death will be decided on October 12
Google

ସୁପ୍ରିମ କୋର୍ଟ ଗୁରୁବାରକୁ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲୀୟାନ ଙ୍କ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ ପାଇଁ ଅଦାଲତର ଦୃଷ୍ଟି ରେ ଆବେଦନ ର ଶୁଣାଣି ହେବ। ଅଦାଲତ ଏହି ମାମଲାକୁ ୧୨ ଅକ୍ଟୋବର କୁ ସ୍ଥଗିତ ରଖାଯାଇଛି। ଯଦିଓ ସଂକ୍ଷିପ୍ତ ଶୁଣାଣି ସମୟରେ ମୁଖ୍ୟ ଅଦାଲତ ପ୍ରସ୍ତାବ ଦେଇଛନ୍ତି କି ଆବେଦନକାରୀଙ୍କୁ ଏହି ମାମଲା ପାଇଁ ବମ୍ବେ ହାଇକୋର୍ଟରେ କରିବା ପାଇଁ। ମୁଖ୍ୟ ବିଚାରପତି ଏସ .ଏ.ବୋବଡେ, ନ୍ୟାୟମୂର୍ତ୍ତି ଏ. ଏସ.ବୋପନ୍ନା ଓ ବି.ରାମାଶୁଭ୍ରମନ୍ୟମ ଭିଡିଓ କନଫେରେନ୍ସ ଜରିଆରେ ଏହି ମାମଲାର ଶୁଣାଣି କରି କହିଥିଲେ କି ସେ ସୋମବାରକୁ ଏହି ମାମଲାର ଶୁଣାଣି କରିବେ,କାରଣ ଘଟଣାରେ ଓକିଲ ଅନୁପସ୍ଥିତ ଥିଲେ। ଏହି ମାମଲା କୁ ସ୍ଥଗିତ କରି,ଏହା ମଧ୍ୟରେ ମୁଖ୍ୟ ଅଦାଲତ କହିଛନ୍ତି କି ଓକିଲଙ୍କୁ ହାଇକୋର୍ଟ ଯିବା ଉଚିତ।

ପୁନିତ କୌର ଧାଣ୍ଡା ଓକିଲ ବିନୀତ ଧାଣ୍ଡା ଙ୍କ ମାଧ୍ଯମରେ ଅଦାଲତରେ ଅପିଲ କରି ମୁମ୍ବାଇ ପୋଲିସ ଠାରୁ ଏହି ମାମଲାରେ ବିସ୍ତୃତ ଯାଞ୍ଚ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦେବାର ଦାବି କରିଛନ୍ତି।କୁହାଯାଉଛି କି ଦିଶାଙ୍କର କେଶ ଫାଇଲ ହଟେଇ ଦିଆଯାଇଛି କିମ୍ବା ହଜାଇଦିଆଯାଇଛି ।ଧାଣ୍ଡା ଅଦାଲତରେ ଦାବି କରିଛନ୍ତି କି ଯଦି ଅଦାଲତ ଏହି ମାମଲାକୁ ଅସନ୍ତୋଷଜନକ ପାଉଛନ୍ତି ତେବେ ମାମଲାକୁ ଆଗକୁ ଯାଞ୍ଚ କରିବା ପାଇଁ ସିବିଆଇକୁ ପଠାଯାଉ।

ଗୁରୁବାରର ଶୁଣାଣି ସମ୍ୱନ୍ଧରେ ,ଧାଣ୍ଡା କହିଛନ୍ତି କି ସେ କିଛି ବୈଷୟିକ ତ୍ରୁଟି କାରଣରୁ ଏହି ମାମଲାରେ ଯୁକ୍ତି କରିବାକୁ ଅସମର୍ଥ ଅଛନ୍ତି।ଧାଣ୍ଡା କହିଛନ୍ତି କି,”ମାମଲାରେ ସୋମବାର କୁ ପୁଣି ଥରେ ଶୁଣାଣି ହେବ,”ଦିଶାଙ୍କ ୮ ଜୁନରେ ମୁମ୍ବାଇ ର ପଶ୍ଚିମ ମଲାଡ଼ରେ ରିଜେଣ୍ଟ ଗ୍ୟାଲାକ୍ସି ର ୧୪ ତମ ମାହାଲାରୁ ପଡିବା ପରେ ମୃତ୍ୟୁ ହୋଇଥିଲା।ଆବେଦନ ପତ୍ରରେ କୁହାଯାଇଛି କି ଘଟଣାର ୧ ସପ୍ତାହ ପରେ ୧୪ ଜୁନ ସକାଳରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଅଛି,ଯାହାଦ୍ଵାରା ସନ୍ଦେହ ସୃଷ୍ଟି ହେଉଛି। ଏଥିରେ କୁହାଯାଇଛି କି ଦିଶା ଅଭିନେତା ରୋହନ ରାଏଙ୍କ ସହ ସମ୍ବନ୍ଧରେ ଥିଲେ। ଦୁହେଁ ଦେଶବ୍ୟାପି ଲକଡ଼ାଉନ ପରେ ବିବାହ କରିଥାନ୍ତେ।

CBI investigation of Disha Salian's death will be decided on October 12
Google

ଆବେଦନ ପତ୍ର ରେ କୁହାଯାଇଛି କି ମୁମ୍ବାଇ ପୋଲିସ କୁ ଦିଆଯାଇଥିବା ବୟାନ ଅନୁସାରେ ,ପରିବାର ଏହି ସମ୍ପର୍କରେ ଖୁସି ଥିଲେ ଓ ଲକଡ଼ାଉନ ଖୋଲିବାର ଅପେକ୍ଷାରେ ଥିଲେ। ଲକଡ଼ାଉନ ର ଠିକ ପୂର୍ବରୁ ଦିଶା ଓ ରୋହନ ଦକ୍ଷିଣ ମଲାଡ଼ର ରିଜେଣ୍ଟ ଗ୍ୟାଲକ୍ସିରେ ୨-ବିଏଚକେ ର ଫ୍ଲାଟ ନେଇଥିଲେ। ଆବେଦନ କର୍ତ୍ତା ନିଜ ଦଲିଲରେ ଦାବି କରିଛନ୍ତି କି ସୁଶାନ୍ତ ଏବଂ ଦିଶାଙ୍କର ମୃତ୍ୟୁ ପରସ୍ପର ସହ ନିର୍ଭରଶୀଳ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *