ସୁଶାନ୍ତ ସିଂହ ରାଜପୂତଙ୍କ ମୃତ୍ୟୁକୁ ୬ ମାସରୁ ଅଧିକ ସମୟ ବିତିଯାଇଛି। ଏହି ମାମଲାର ଯାଞ୍ଚ ଗତ ୧୪୫ ଦିନରୁ ସିବିଆଇ ପାଖରେ ଅଛି କିନ୍ତୁ ଏ ପର୍ଯ୍ୟନ୍ତ ଯାଞ୍ଚ ସଂସ୍ଥା କୌଣସି ଫଳାଫଳରେ ପହଞ୍ଚି ପାରି ନାହିଁ। ସେହିପରି ସିବିଆଇ ଉପରେ କେତେକ ଲୋକ ଏବେ ଯାଞ୍ଚକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ଭାଜପା ସାଂସଦ ସୁଭ୍ରମନ୍ୟମ ସ୍ୱାମୀ କହିଛନ୍ତି କି ଏହି ମାମଲାରେ ଏବେ ସିବିଆଇ ନିଜ ଜବାବ ଦେଇଦେଇଛି ଓ ଏହା ସହିତ ଏହା ମଧ୍ୟ କହିଛି କି ମାମଲାର ଯାଞ୍ଚ କିପରି ହେଉଅଛି।

ସିବିଆଇ ସୁଶାନ୍ତଙ୍କ ମାମଲାରେ ଦେଲା ଜବାବ:
ପ୍ରକୃତରେ ସୁଭ୍ରମନ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟକୁ ପତ୍ର ଲେଖି ଯାଞ୍ଚର ସ୍ଥିତି ବିଷୟରେ ସୂଚନା ମାଗିଥିଲେ।ଯାହାର ଉତ୍ତର ଦେଇ ସିବିଆଇ କହିଛି କି ଯାଞ୍ଚ ସଂସ୍ଥା ସୁଶାନ୍ତ ମାମଲାରେ ସବୁ ଅଂଶ ଉପରେ ଦୃଷ୍ଟି ରଖିଛି ଓ ବର୍ତ୍ତମାନ କୌଣସି ସମ୍ଭାବନାକୁ ମଧ୍ୟ ପ୍ରତ୍ୟାଖନ କରାଯାଇ ପାରିବ ନାହିଁ।
ବ୍ୟାପକ ଓ ପେଶାଯୁକ୍ତ ଉପାୟରେ ହେଉଅଛି ଯାଞ୍ଚ:
ସିବିଆଇ ନିଜ ଜବାବରେ କହିଛି କି ବ୍ୟାପକ ଓ ପେଶାଯୁକ୍ତ ଉପାୟରେ ଫରେନ୍ସିକ ଉପକରଣ ଗୁଡିକର ସାହାଯ୍ୟରେ ଯାଞ୍ଚ ହେଉଅଛି। ମୋବାଇଲ ଓ ଟ୍ୟାବରୁ ବେକାର ହୋଇଯାଇଥିବା ସୂଚନାର ମଧ୍ୟ ଗମ୍ଭିର ବିଶ୍ଳେଷଣ ମଧ୍ୟ କରାଯାଇଅଛି। ଏହା ଛଡା କେଶ ସହ ଜଡିତ ସମସ୍ତ ସମ୍ବନ୍ଧିତ ସାକ୍ଷୀମାନଙ୍କର ବୟାନକୁ ନିଆଯାଇଛି, ଯାହାଦ୍ଵାରା କି ଯେଉଁ ପ୍ରଶ୍ନ ଉଠାଯାଇଛି ସେମାନଙ୍କର ସଠିକ ଜବାବ ମିଳିପାରିବ। ମାମଲାର ଯାଞ୍ଚ ବହୁତ ଗମ୍ଭୀରତା ଓ ବ୍ୟାପକ ସ୍ତରରେ ହେଉଅଛି।

ମହାରାଷ୍ଟ୍ରର ଗୃହମନ୍ତ୍ରୀ ଜଲ୍ଦି ଖୁଲାସା କରିବାର ଦାବି କରିଛନ୍ତି:
ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ବିଗତ ଦିନରେ କହିଥିଲେ କି ମହାରାଷ୍ଟ୍ର ଓ ଦେଶର ଜନତା ସିବିଆଇ ରିପୋର୍ଟର ପ୍ରତୀକ୍ଷା କରିଛି। ସୁଶାନ୍ତ ସିଂହ ରାଜପୂତଙ୍କ ମୃତ୍ୟୁ ମାମଲାରେ ଲୋକମାନେ ମତେ କେଶର ଉନ୍ନତି ବିଷୟରେ ପଚାରିଛନ୍ତି। ମୁଁ ସିବିଆଇକୁ ନିବେଦନ କରିବି କି ସେ ଶୀଘ୍ର ରୁ ଅତିଶୀଘ୍ର ଏହି କଥାର ଖୁଲାସା କରନ୍ତୁ କି ଏହା ଆତ୍ମହତ୍ୟା ଥିଲା ନା ତାଙ୍କର ହତ୍ୟା ହୋଇଥିଲା।
ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ଉଠାଇଥିଲେ ପ୍ରଶ୍ନ:
ଏହି ମାମଲାର ମୁଖ୍ୟ ଆରୋପୀ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମାନେସିନ୍ଦେ ଏକ ବୟାନ ଜାରି କରି କହିଥିଲେ କି ସିବିଆଇକୁ ନିଜ ଯାଞ୍ଚ ଲୋକଙ୍କୁ ସହିତ ଆଲୋଚନା କରିବା ଦରକାର। ସେ ନିଜ ବୟାନରେ କହିଲେ କି ମୁଁ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କର ବୟାନକୁ ସ୍ୱାଗତ କରୁଛି,ଯେଉଁଥିରେ ସେ ସିବିଆଇକୁ ସୁଶାନ୍ତ ସିଂହ ମାମଲାର ଯାଞ୍ଚକୁ ଲୋକଙ୍କ ସହିତ ଆଲୋଚନା କରିବା କଥା କହିଛନ୍ତି।

ମହାରାଷ୍ଟ୍ର ସରକାରଙ୍କ ବୟାନରେ ଆଗକୁ କୁହାଯାଇଛି କି ଯେବେ ମୁମ୍ବାଇ ପୋଲିସ ଯାଞ୍ଚରେ ଦୁଇମାସ ଲଗାଇଥିଲେ, ତେବେ ବହୁତ ହୋହାଲ୍ଲା ହୋଇଥିଲା ଓ ଏ ପର୍ଯ୍ୟନ୍ତ ଯାଞ୍ଚର କୌଣସି ଫଳାଫଳ ସାମ୍ନାକୁ ଆସିପାରି ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।