ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଅନେକ ସମୟ ବିତିଗଲାଣି। ଏହି ମାମଲାରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏବେ ପର୍ଯ୍ୟନ୍ତ ସିବିଆଇ ଏହି ମାମଲାର ଯାଞ୍ଚ କରୁଛି। ଅନେକ ସମୟରୁ ସିବିଆଇ ପକ୍ଷରୁ କୌଣସି ଅପଡେଟ ଆସିନଥିଲା। ଯାହା ପାଇଁ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ପିଏମକୋ ଙ୍କ ନାମରେ ଏକ ଚିଠି ଲେଖିଥିଲେ। ସେ ଏହା ମାଧ୍ୟମରେ ସୁଶାନ୍ତଙ୍କ କେସର ଅପଡେଟ ଦେବାକୁ କହିଥିଲେ। ଏବେ ଏହି ମାମଲାରେ ସିବିଆଇ ବିଜେପି ନେତାଙ୍କୁ ପ୍ରତିକ୍ରିୟା ଦେଇଛନ୍ତି।

ସୁବ୍ରମଣ୍ୟମ ସ୍ୱାମୀଙ୍କୁ ସିବିଆଇ ଦେଲା ଜବାବ:
ସୁବ୍ରମଣ୍ୟମ ସ୍ୱାମୀଙ୍କୁ ସିବିଆଇ ପକ୍ଷରୁ ଜବାବ ଦିଆଯାଇଛି।ଯାଞ୍ଚ ଏଜେନ୍ସି ତିନି ପେଜର ଚିଠି ଲେଖିଛି। ଏଥିରେ ବିସ୍ତାର ରୂପରେ କୁହାଯାଇଛିକି ସିବିଆଇ ଅଧିକାରୀ ସୁଶାନ୍ତଙ୍କ କେସର ସବୁଆଡୁ ଯାଞ୍ଚ କରୁଛନ୍ତି ଏହା ସହ ସବୁ ପଟକୁ ଧ୍ୟାନ ଦେଉଛନ୍ତି।
ଚିଠିରେ ଲେଖିଛନ୍ତି,”ସିବିଆଇ ବହୁତ ଟେକ୍ନିକ ତରିକାରେ ଯାଞ୍ଚ କରୁଛି। ପ୍ରତିଟି ଆଧୁନିକ ଟେକ୍ନିକର ପ୍ରୟୋଗ କରୁଛନ୍ତି। ବର୍ତ୍ତମାନ ଏହା ପୂର୍ବରୁ ଏହି ମାମଲାର ସଠିକ ତାରିକାରେ ଯାଞ୍ଚ ନହେବାର କଥା ସୁଶାନ୍ତଙ୍କ ପରିବାର ଵାଲା ଉଠାଇଥିଲେ କି ସିବିଆଇ ସଠିକ ରୂପରେ ଯାଞ୍ଚ କରୁନାହିଁ। ତାହା ସହ ଏହା କୁହାଯାଇଥିଲାକି ସୁଶାନ୍ତଙ୍କ ଘରର ଠିକ ଭାବେ ଯାଞ୍ଚ କରାଯାଇନଥିଲା”। ଏବେ ସିବିଆଇ ନିଜର ଜବାବ ଦେଇଛି।
ଯାଞ୍ଚ ଉପରେ ସିବିଆଇର ପକ୍ଷ:
ସିବିଆଇ ପକ୍ଷରୁ ଚିଠିରେ ସଫା ସଫା କୁହାଯାଇଥିଲା କି ଦେଶର ସବୁଠୁ ଭଲ ଫରେନ୍ସିକ ଟିମ ଘଟଣାସ୍ଥଳର ଯାଞ୍ଚ କରିଥିଲା। ଆମର ଟିମ ଓ ଅନେକ ସିନିୟର ଅଧିକାରୀ ଘଟଣାସ୍ଥଳର ଯାଞ୍ଚ କରିଥିଲେ। ଏହାର କାରଣ ଥିଲା କି ସେହିଦିନର ଘଟଣାକୁ ଠିକସେ ବୁଝାଯାଉ। ସେହିପରି ଚିଠିରେ ସିମ୍ୟୁଲେସନ ଏକ୍ସରସାଇଜ କଥା ମଧ୍ୟ କୁହାଯାଇଛି। ଏହା ମାଧ୍ୟମରେ ୧୪ ଜୁନ ଵାଲା ଘଟଣାକୁ ରିକ୍ରିଏତଟ କରିବାର ଚେଷ୍ଟା କରାଯାଇଥିଲା।

ସିବିଆଇ ଏହା ଉପରେ ମଧ୍ୟ ଜୋର କରି କହିଛନ୍ତିକି ସୁଶାନ୍ତଙ୍କ କେସରେ ତାଙ୍କ ଯାଞ୍ଚ ବହୁତ ପ୍ରସାରିତ ଥିଲା। ଏହି ମାମଲାରେ ଯାଞ୍ଚ କେବଳ ମୁମ୍ବାଇ ପର୍ଯ୍ୟନ୍ତ ନୁହେଁ ବରଂ ଅଲିଗଡ଼, ଫରିଦାବାଦ,ହାଇଦ୍ରାବାଦ, ମୁମ୍ବାଇ, ମାନେସର ଓ ଘଟଣାରେବି ଅନେକ ଜିନିଷର ଇନଭେସଟିଗେଟ କରାଯାଇଛି।
କେସରେ ହତ୍ୟା ଥିଓରି ରହିଛି ବହୁତ ଚର୍ଚ୍ଚାରେ:
ଚିଠିରେ ଜବାବରେ ସିବିଆଇ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ଅନେକ କଥା ମନେପକାଇଦେଇଛନ୍ତି। ସୁପ୍ରିମକୋର୍ଟର ଫଇସଲାଠୁ ନେଇ ରିୟାଙ୍କ ବିରୁଦ୍ଧରେ ଏଫଆଇଆର ଯାଏ। ସୁଶାନ୍ତଙ୍କ କେସରେ ହତ୍ୟା ଥିଓରି ରହିଥିଲା ବହୁତ ଚର୍ଚ୍ଚାରେ,ଏବେ ବିସିସିଆଇ ଏହାକୁ ଖାରଜ କରିଦେଇଛି। କୌଣସିବି ପକ୍ଷ ଖସିଯାଉଥିବା ଦେଖାଯାଉନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।