ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରିବାରର ସଦସ୍ୟ ଦ୍ଵାରା ମେଡ଼ିକାଲ ଟିମର ପୁର୍ନଗଠନ ପାଇଁ ସିବିଆଇକୁ ଚିଠି ଲେଖିବା ପରେ କିଛି ସମୟପରେ ସିବିଆଇ ଟିମ ପୁଣି ମୁମ୍ବାଇରେ ଆସି ପହଁଚିଯାଇଛି । ସିବିଆଇର ଏକ ସୂତ୍ର କହିଛି କି ସୁଶାନ୍ତଙ୍କ ମୃତ୍ୟୁର ଯାଞ୍ଚ ଏବେ ମଧ୍ୟ ଜାରି ରହିଛି ଓ ସବୁ ଜନିଷକୁ ସବଧାନ ପୂର୍ବକ ଦେଖାଯାଉଛି ।
ସୂତ୍ର ଅନୁସାରେ , “ଯାଞ୍ଚର ଆବେଦନ ଅନୁସାରେ କିମ୍ବା ଅଧିକାରୀଙ୍କ ଟିମ ନିୟମିତ ସମୟ ବ୍ୟବଧାନରେ ମୁମ୍ବାଇ ଯିବା ଆସିବା କରୁଛି । ଯେବେକି ଏଜେନ୍ସିର ମୁମ୍ବାଇ ବ୍ରାଞ୍ଚରେ ମଧ୍ୟ ଅଧିକାରୀମାନେ ରହିଛନ୍ତି । “ହେଲେ ସୂତ୍ର ଅନୁସାରେ ଦିଲ୍ଲୀରୁ ମୁମ୍ବାଇ ପହଁଚିଥିବା ଅଧିକାରୀଙ୍କ ନାମ ଅଜଣା ରହିଛି ।
ଏହି ଟିପ୍ପଣୀ ସୁଶାନ୍ତ ସିଂ ରାଜପୁତଙ୍କ ଓକିଲ ବିକାଶ ସିଂହଙ୍କ ପୁତ୍ର ବରୁଣ ସିଂହ ଦ୍ୱାରା ସିବିଆଇକୁ ଚିଠି ଲେଖିବା ପରେ ଆସିଛି । ସେ ଚିଠିରେ ଅଖିଳ ଭରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ହତ୍ୟାର ସମ୍ଭାବନାକୁ ଖାରଜ କରିଥିବାର ରିପୋର୍ଟ ବିରୁଦ୍ଧରେ ଦାବି ଅଛି କି ଫରେନସିକ ବୋର୍ଡର ଫରେନିସିକ ରିପୋର୍ଟ ଦୋଷପୂର୍ଣ ଅଟେ ।

ଚିଠିରେ କୁହାଯାଇଛି କି – “ମୁଁ ସୁଶାନ୍ତ ସିଂ ରାଜପୁତଙ୍କ ୧୪ଜୁନ,୨୦୨୦ରେ ହୋଇଥିବା ମୃତ୍ୟୁ ମାମଲାରେ ଏମ୍ସ ଦ୍ୱାରା ସିବିଆଇକୁ ଦିଆଯାଇଥିବା ରିପୋର୍ଟକୁ ମିଡ଼ିଆ ଆଗରେ ପଢୁଛି। ମୁଁ ଏମ୍ସର କିଛି ଡାକ୍ତରଙ୍କୁ ଟିଭିରେ ଏହି ଫରେନିସିକ ଯାଞ୍ଚ ସମ୍ବନ୍ଧରେ ବୟାନ ଦେଇଥିବା ମଧ୍ୟ ଦେଖିଛି”।
ମିଡିଆରେ କୁହାଯାଉଥିବା ଏମ୍ସର ଫରେନସିକ ରିପୋର୍ଟ ଯଦି ସତ ଅଟେ ତ ବହୁତ ପ୍ରମାଣ ସହିତ ଏହି ସବୁ ନିକର୍ଷ ବାହାର କରିବା ଭୁଲ ଅଟେ। କହିରଖୁଛୁ କି କେନ୍ଦ୍ର ର ସୁପାରିସରେ ସିବିଆଇ ଟିମ ସୁଶାନ୍ତଙ୍କ କେସରେ ଯାଞ୍ଚ କରିବା ଆରମ୍ଭ କରିଥିଲା।
ବରୁଣ କହିଛନ୍ତି କି – “କାହିଁକିନା ଏବେ ମାଷ୍ଟରମାଇଣ୍ଡ ଏବେ ଜାମିନରେ ବାହାରେ ଅଛି,ଏହା ଏନସିବି ଓ ସୁଶାନ୍ତଙ୍କ ମାମଲାରେ ବଡ ଝଟକା ଅଟେ। ଏଜେନ୍ସି ଦେଶରେ ୧.୩୫ଲକ୍ଷ କୋଟିର ଡ୍ରଗ୍ସ ସିଣ୍ଡିକେଟକୁ ନେଇ ଯାଂଚ କରୁଥିଲା,ଏମିତିରେ ଯେଉଁ ଅପରାଧୀ ସେହି ସିଣ୍ଡିକେଟରେ ସାମିଲ ଅଛନ୍ତି ତାଙ୍କୁ ବହୁତ ଆଶ୍ୱସ୍ଥ ମିଳିଛି। “ସେ ଏହା ମଧ୍ୟ କହିଛନ୍ତି କି ଏବେ ପ୍ରମାଣ ନଷ୍ଟ କରିବାକୁ ପ୍ରୟାସ ଚାଲୁ ରହିଛି।ସାକ୍ଷୀଙ୍କୁ ପ୍ରଭାବିତ କରିବାର କାମ ହୋଇପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।