ଭାଇରଲ ଖବର: କ୍ୟାମେରାରେ ରେକର୍ଡ ହେଲା ୧୦୮ ଆମ୍ବୁଲାନ୍ସର କଳାକାରନାମା, ଦେଖନ୍ତୁ ଭିଡିଓ

ଧରାପଡିଛି ଆମ୍ବୁଲାନ୍ସର ରହସ୍ୟ,କ୍ୟାମେରେରା ଧରାପଡିଯାଇଛି ଆମ୍ବୁଲାନ୍ସର ସତ। କ୍ୟାମେରାରେ ଧରାପଡିଯାଇଛନ୍ତି ଆମ୍ବୁଲାନ୍ସର ଚୋର। କହିରଖିବୁ ଜୁଲାଇ ୨ତାରିଖ ଦିନ କଟକ ଶିଶୁଭବନ ସମୟ ସଂନ୍ଧ୍ୟା ୬.୩୦ ରୁ ୯.୩୦ ଏହି ସମୟରେ ମିଡ଼ିଆ ଏକ ସତ୍ୟତା ଜାଣିବା ପାଇଁ ଜଗିରହିଥିଲା। ପ୍ରଥମେ ଜଣାପଡିଲା ପ୍ରଥମ ଆମ୍ବୁଲାନ୍ସ  OD-୦୫-AT-୩୯୫୫ କହିରଖିବୁକି ଏହା ଥିଲା ଜଗତସିଂହପୁର ମେଡିକାଲର ଆମ୍ବୁଲାନ୍ସ ଯାହାର ଜିପିଏସରୁ ଜଣାପଡୁଛି ତାହା ମେଡିକାଲ ଭିତରେ ଅଛି କିନ୍ତୁ ଏପରି ନଥିଲା ସେ ବାହାରେ ଥିଲା। ଡ୍ରାଇଭର ଏହା ବିଷୟରେ ସୂଚନା ମଧ୍ୟ ଦେଇନାହାଁନ୍ତି।

ସେହିପରି ଗାଡି ନମ୍ବର OD-୦୨-BG-୦୧୮୯ ଯାହା ବାଲିପାଟଣା ମେଡିକାଲର ଅଟେ ଏହି ଆମ୍ବୁଲାନ୍ସର ଜିପିଏସ ମଧ୍ୟ ଅନ ଅଛି କିନ୍ତୁ ଗାଡି କେଉଁଠି ଅଛି କେହି ଜାଣିନାହାଁନ୍ତି। କେବଳ ଏହି ଦୁଇଟି ଆଡି ନୁହେଁ ଏହି ପରି ମୋର ଚାରିଟି ଗାଡିର ସତ ଧରିଛନ୍ତି ରିପୋର୍ଟର। ଆପଣଙ୍କୁ କହିରଖିବୁ ତିଗିରିଆ ଓ କାନପୁରର ଆମ୍ବୁଲାନ୍ସ ଗାଡି ନମ୍ବର OD-୦୫-AD-୩୦୧୭ ଏବଂ OD-୦୫-AD-୭୦୬୦ ଏହି ଆମ୍ବୁଲାନ୍ସ ମାନେ ମଧ୍ୟ ଜିପିଏସ ଅନ ରଖି ମେଡିକାଲଠୁ ଦୂରରେ ରହିଛନ୍ତି।

ଏହାଠୁ ଆହୁରି କିଛି ଆମ୍ବୁଲାନ୍ସ ସାଂଘାତିକ ଭାବେ ଠକୁଛନ୍ତି।ଆମ୍ବୁଲାନ୍ସମାନେ ଏପରି ଠକୁଛନ୍ତି ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ମିଛ ରୋଗୀଙ୍କ ନାମରେ ରେଜିଷ୍ଟ୍ରେସନ କରି ଜିପିଏସ ଅନ କରି ବୁଲାଉଛନ୍ତି ଆମ୍ବୁଲାନ୍ସ।ସେହିପରି ଏକ ଆମ୍ବୁଲାନ୍ସ ଧରାପଡିଛି ମିଡ଼ିଆବାଲାଙ୍କ ହାତରେ। ଗାଡି ନମ୍ବର OD-୦୫-AV-୦୩୪୫ କଟକ ଏସିବି ମେଡିକାଲ ଯାଉଥିବାର ସୂଚନା ଅନୁସାରେ ମିଡ଼ିଆଵାଲା ତାକୁ ଫଲୋ କରିଦେଇଥିଲେ। ହାଟାତ ଆମ୍ବୁଲାନ୍ସଟି ରାଣୀହାଟରୁ ଭାଙ୍ଗି ବାଦାମବାଡି ଆଡେ ଗଲା। ସେଠି କିଛି ସମୟ ରହିଲା।ସେଠାରେ ତାର ଜିପିଏସ ଅନ ଥିଲା। ମିଛରେ ଗାଡି ବୁଲାଇ ପଇସା ନେଉଛନ୍ତି ଅନେକ ଠକ ଆମ୍ବୁଲାନ୍ସ ଡ୍ରାଇଭର।

ଏହାର ଅର୍ଥ ଆମେ ଜାଣିନଥିଲୁ କିନ୍ତୁ ଜଣେ ପୂର୍ବ ଆମ୍ବୁଲାନ୍ସ ଡ୍ରାଇଭର ଏହାର ସତ୍ୟତା କହିଥିଲେ। ସେ କହିଥିଲେକି ଆମ୍ବୁଲାନ୍ସ ଡ୍ରାଇଭର ମିଛ ଜିପିଏସ ଅନ ରଖି ଅନ୍ୟ କଲ କରନ୍ତି ଏହା ଦ୍ଵାରା ସେପଟେ ପଇସା ପାଆନ୍ତି ଓ ଗାଡି ଯେତେ ଗଡ଼ିବ ଏପଟେ ମଧ୍ୟ ପଇସା ପାଆନ୍ତି। ଏହା ପରେ ମିଡ଼ିଆ ରିପୋର୍ଟର ଏହା ବିଷୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଜଣାଇଥିଲେ ସେ କହିଛନ୍ତି ଲିଖିତ ଅଭିଯୋଗ ପରେ ହିଁ ତଦନ୍ତ ହୋଇପାରିବ। ଯେବେ ଆମ୍ବୁଲାନ୍ସ ଯୋଗାଉଥିବା ସଂସ୍ଥାକୁ ପଚରାଯାଇଥିଲେ ସେ କୌଣସି ପତିକ୍ରିୟା ଦେଇନାହାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *