ଶବ ସଂସ୍କାର କରି କରି ଥକି ପଡିଲେଣି ମଶାଣି କର୍ମଚାରୀ, ଲୋଡିଲେଣି ସହାୟତା। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ବର୍ତ୍ତମାନ ଭାରତରେ କରୋନାର ଦ୍ଵିତୀୟ ଲହରୀ ଚାଲିଛି ଓ ଏହା ପ୍ରଥମ ଲହରୀ ଅପେକ୍ଷା ଅଧିକ ପ୍ରଭାବିତ କରିଛି।ପ୍ରଥମ ଲହରୀ ଅପେକ୍ଷା ଦ୍ୱିତୀୟ ଲହରୀରେ ଅଧିକ ଲୋକ ସଂକ୍ରମଣ ହେଉଛନ୍ତି ଓ ଅଧିକ ଲୋକ ମରୁଛନ୍ତି। ପ୍ରତ୍ୟେକ ଦିନ ହଜାର ହଜାର ଲୋକ ମରୁଛନ୍ତି। ଭାକ୍ସିନ ଦିଆଚାଲିଛି କିନ୍ତୁ ମୃତ୍ୟୁ ହାରକୁ ଅଟକାଯାଇପାରୁନି ଏପରି ପରିସ୍ଥିତିରେ ମଶାଣିରେ ଶବ ଏତେ ମାତ୍ରରେ ଜଳୁଛୀ ଯେପରି। ଦୂରରୁ କୌଣସି ଜଙ୍ଗଲରେ ନିଆଁ ଲାଗିଲାପରି ଲାଗୁଛି। ପ୍ରତ୍ୟେକ ଦିନ ଏତେ ମାତ୍ରାରେ ଲୋକ। କରୋନାରେ ମରୁଛନ୍ତି ଯେ ଟ୍ରକ ଟ୍ରକ କାଠ ତାଙ୍କ ପାଇଁ କମ ପଡିଯାଉଛି ଓ ପ୍ରତ୍ୟେକ ଦିନ ଏତେ ଶବ ସଂସ୍କାର କରି କରି ମଶାଣି କର୍ମଚାରୀ ଥକି ପଡିଲେଣି। ଏହି ଦୃଶ୍ୟ ଆପଣଙ୍କ ଛାତି ଥରାଇଦେବ।

Google

ଏପରି କରୁଣ ଦୃଶ୍ୟ ଦେଖାଯାଇଛି ଉତ୍ତରପ୍ରଦେଶର ମର୍ଣ୍ଣକନିଆ ଶ୍ମଶାନରେ। ଏଠାକର ଦୃଶ୍ୟ କାହାରବି ଛାତିକୁ ଦୋହଲାଇ ଦେବ କାରଣ ଏଠାରେ ଏକା ସାଙ୍ଗରେ ୧୦ -୧୨ ଶବ ସଂସ୍କାର ହେଉଛି। ପ୍ରତ୍ୟେକ ଦିନ ଏତେ ମାତ୍ରାରେ ଶବ ସଂସ୍କାର କରିବା ଦ୍ୱାରା ସଂସ୍କାର କରୁଥିବା ଲୋକ ମଧ୍ୟ ଥକି ପଡିଲେଣି। ଏବେ କ୍ରେନ ସାହାଯ୍ୟରେ କାଠ ନଦାଯାଉଛି ଓ ପୋଡା ଯାଇଥିବା ଲୋକଙ୍କ ପାଉଁଶ ସଫା କରାଯାଉଛି। ମରିଯାଇଥିବା ଲୋକଙ୍କ କାନ୍ଦଣାରେ ମଧ୍ୟ ଥରି ଉଠୁଛି ସେଠିକାର ପରିବେଶ।

ପ୍ରତ୍ୟେକ ଦିନ ଶହ ଶହ ଶବ ଆସିବାରେ ଲାଗିଛି। ଅନେକ ଲୋକ ନିଜ ଲୋକଙ୍କ ଶବ ସଂସ୍କାର କରିବା ପାଇଁ ଅସମର୍ଥ ଥିବାରୁ ଶବ ପୋତି ଦେଉଛନ୍ତି। ସେଠିକାର ମଶାଣି ପୂଜକଙ୍କ କହିବା ଅନୁସାରେ ପ୍ରତ୍ୟେକ ଦିନ ୧୦୦-୧୩୦ ଶବ ସେଠାକୁ ଆସୁଛି। ଏହା ଶୁଣି ଯିଏ ନା ସିଏ ଆଶ୍ଚର୍ଯ୍ୟ ହୋଇଯାଉଥିବା ଯଦି ଗୋଟିଏ ମଶାଣିକୁ ଏତେ ଆସୁଛି ପୁରା ରାଜ୍ୟର ଅବସ୍ଥା କଣ ହେଉଥିବ। କରୋନର ଏହି ପ୍ରକୋପ ସମସ୍ତଙ୍କୁ ବିଚଳିତ କରିଦେଇଛି। ଅନେକ ଲୋକ ନିଜ ପରିବାରକୁ ହରାଇ ଅନାଥ ହେଇଯାଉଛନ୍ତି। ଏହିପରି ପୁରା ଦେଶରେ ଏପରି ହିଁ ଅବସ୍ଥା ରହିଛି। କେବଳ ଲୋକଙ୍କ ସଚେତନା ହିଁ ଏହି ବିପଦରୁ ରକ୍ଷା କରିପାରିବ। ତେଣୁ ସମସ୍ତଙ୍କୁ ସରକାରଙ୍କ ଗାଇଡଲାଇନ ମାନିବାକୁ ଅନୁରୋଧ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *