ଲକ୍‌ଡାଉନ୍ କଟକଣା କୋହଳ ହେଲା ଏବେ ଖୋଲିବ ଦୋକାନ

ଲକ୍‌ଡାଉନ୍ କଟକଣା କୋହଳ ହେଲା ଏବେ ଖୋଲିବା ଦୋକାନ, Lockdown, Boost Your Immunity System, Foods for increase Your Immune System, Nitidina, Odisha, News, Govt allow to open shops in lockdown

ଲକ୍‌ଡାଉନ୍ କଟକଣା କୋହଳ ହେଲା ଏବେ ଖୋଲିବ ଦୋକାନ କେଉଁ କେଉଁ ଦୋକାନ ଖୋଲା ରହିବ, କେଉଁଟା ବନ୍ଦ ରହିବ ? ଜଣନ୍ତୁ 

କେନ୍ଦ୍ର ସରକାର ଅତି ସ୍ପଷ୍ଟ ଭାବେ କହିଛି, ବଜାର, ବଜାର ପରିସରରେ ଥିବା ଦୋକାନ କିମ୍ବା ଶପିଙ୍ଗ ମଲ ଖୋଲିବାକୁ କୌଣସି ଅନୁମତି ନାହିଁ ।

ମହାମାରୀ କରୋନା ପାଇଁ ସାରା ଦେଶରେ ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରହିଛି।

ଦେଶରେ ଲକଡାଉନ୍ ଜାରି ରହିଥିବା ବେଳେ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଲକଡାଉନ୍ ସମୟରେ କିଛି ଦୋକାନ ଖୋଲିବା ପାଇଁ ସର୍ତ୍ତମୂଳକ ଅନୁମତି ମିଳିଛି ।

ଲକ୍‌ଡାଉନ୍ କଟକଣା କୋହଳ ହେଲା ଏବେ ଖୋଲିବା ଦୋକାନ, Lockdown, Boost Your Immunity System, Foods for increase Your Immune System, Nitidina, Odisha, News, Govt allow to open shops in lockdown
ଲକ୍‌ଡାଉନ୍ କଟକଣା କୋହଳ ହେଲା ଏବେ ଖୋଲିବା ଦୋକାନ

ତେବେ କେଉଁ ଦୋକାନ ଖୋଲା ରହିବ ଓ କୋଉଁ ଦୋକାନ ବନ୍ଦ ରହିବ, ସେନେଇ ଭଲ ଭାବେ ଜାଣିନିୟନ୍ତୁ । Ministry of Home Affairs (MHA) ଦ୍ୱାରା ଜାରି କରାଯାଇଥିବା ଗାଇଡ ଲାଇନ୍କୁ ଅତି ସରଳ ଏବଂ ପରିସ୍କାର ଭାବେ ଆପଣଙ୍କୁ ବୁଝାଇବା ପାଇଁ ଚେଷ୍ଠା କରିବୁ ।

କେଉଁ କେଉଁ ଦୋକାନ ଖୋଲା ରହିବ, କେଉଁଟା ବନ୍ଦ ରହିବ ?

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯେଉଁ ଗାଇଡ ଲାଇନ୍ ଜାରିକରିଛି, ତାକୁ ଆପଣଙ୍କୁ ଭଲ ଭାବେ ବୁଝିବାକୁ ପଡ଼ିବ । ଏହି ଗାଇଡ ଲାଇନ୍ ଅନୁସାରେ ଗ୍ରାମୀଣ କ୍ଷେତ୍ରରେ ଶପିଙ୍ଗ ମଲ ବ୍ୟତୀତ ଅନ୍ୟସବୁ ଦୋକାନ ଖୋଲା ରହିବ ।

ତେବେ ସହରରେ ଏକକ ଦୋକାନ, ଆବାସିକ ପରିସରରେ ଥିବା ଦୋକାନକୁ ମଧ୍ୟ ଖୋଲିବାକୁ ଅନୁମତି ମିଳିଛି । ଗୃହ ମନ୍ତ୍ରଣାଳୟ ଅତି ସ୍ପଷ୍ଟ ଭାବେ କହିଛି, ବଜାର, ବଜାର ପରିସରରେ ଥିବା ଦୋକାନ କିମ୍ବା ଶପିଙ୍ଗ ମଲ ଖୋଲିବାକୁ କୌଣସି ଅନୁମତି ନାହିଁ ।

ସେହିପରି ଆମାଜନ, ଫ୍ଲିପ କାର୍ଡ ଭଳି ଇ-କମର୍ସ କମ୍ପାନୀମାନେ କେବଳ ଅତ୍ୟାବଶ୍ୟକ ଜିନିଷ ସେବା ଯୋଗାଇପାରିବେ । ଅନ୍ୟପଟେ ମଦ ଦୋକାନ ଆଗପରି ବନ୍ଦ ହିଁ ରହିବ । କୌଣସି ମାଦକ ଦ୍ରବ୍ୟ ଦୋକାନ ଖୋଲା ରହିବ ନାହିଁ ।

କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ୍ ଅନୁସାରେ, ଆବାସିକ କଲୋନୀ ପାଖରେ ଥିବା ଦୋକାନ ଖୋଲା ରହିବ । ତେବେ ଖୋଲିବାକୁ ଥିବା ଦୋକାନ ସମ୍ପୃକ୍ତ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ସ୍ଥାପନା ଅଧିନିୟମରେ ପଞ୍ଜିକୃତ ହୋଇଥିବା ଆବଶ୍ୟକ ।

ସେହିପରି ଦୋକାନରେ କେବଳ ଅଧା (୫୦ ପ୍ରତିଶତ) କର୍ମଚାରୀ ହିଁ କାମ କରିବେ । ଦୋକାନରେ ସାମାଜିକ ଦୂରତ୍ୱର ପାଳନ କରିବା ନିହାତି ଦରକାର । ସମସ୍ତ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଲକଡାଉନର ଅନ୍ୟସବୁ ନିୟମ ମଧ୍ୟ ମାନିବାକୁ ପଡ଼ିବ ।

ଲକ୍‌ଡାଉନ୍ କଟକଣା କୋହଳ ହେଲା ଏବେ ଖୋଲିବା ଦୋକାନ, Lockdown, Boost Your Immunity System, Foods for increase Your Immune System, Nitidina, Odisha, News, Govt allow to open shops in lockdown, shoping mall

ସେହିପରି ଶପିଙ୍ଗ ମଲ ଏବଂ ଶପିଙ୍ଗ କମ୍ପ୍ଲେକ୍ସ ଉପରେ ପୂର୍ବଭଳି ରୋକ୍ ଲାଗିଛି । ଅର୍ଥାତ ଏସବୁ ବନ୍ଦ ରହିବ । ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନଗୁଡ଼ିକରେ କୌଣସି ପ୍ରକାର କଟକଣା କୋହଳ ହେବ ନାହିଁ । ପୌଳପାଳିକ ଅଧିନରେ ଆସୁଥିବା ଦୋକାନ ଆସନ୍ତା ୩ ମେ ପର୍ଯ୍ୟନ୍ତ ବନ୍ଦ ହିଁ ରହିବ ।

ହଟ୍‌ସ୍ପଟ ଏବଂ କନଣ୍ଟେନମେଣ୍ଟ ଜୋନ୍‌ରେ କଟକଣା କୋହଳ ନାହିଁ ।

ହଟସ୍ପଟ୍ ଏବଂ କଣ୍ଟେନମେଣ୍ଟ ଜୋନ୍‌ରେ କୌଣସି ରିହାତି ଦିଆଯାଇ ନାହିଁ । ଏସବୁ ଅଞ୍ଚଳରେ ନିୟମ ଅନୁସାରେ ଦୋକାନ ବନ୍ଦ ରହିବ । ଏହି କୋହଳ ନିୟମ କେବଳ ସେହି ଅଞ୍ଚଳ ପାଇଁ ଯେଉଁଠି କରୋନା ସଂକ୍ରମଣର କୌଣସି ବିପଦ ରହିବ ନାହିଁ କିମ୍ବା ଯେଉଁଠାରେ କରୋନା ଜୀବାଣୁ ନଥିବେ ।

କେନ୍ଦ୍ର ସରକାରଙ୍କ ସର୍ତ୍ତ ଦୋକାନ ଖୋଲିବା ଉପରେ:

ସିନେମା ହଲ୍, ଶପିଙ୍ଗ ମଲ, ଶପିଙ୍ଗ କମ୍ପ୍ଲେକ୍ସ, ଜିମ୍, ସ୍ପୋର୍ଟସ୍ କମ୍ପ୍ଲେକ୍ସ, ସୁଇମିଂ ପୁଲ୍, ଥିଏଟର, ବାର୍ ଏବଂ ଅଡିଟୋରିୟମ୍ ସବୁ ବନ୍ଦ ରହିବ ।

ଗ୍ରାମାଞ୍ଚଳରେ ସମସ୍ତ ଦୋକାନ ଖୋଲା ରହିବ ।

ସହରର ଆବାସିକା ଅଞ୍ଚଳରେ ଦୋକାନ ଖୋଲା ରହିବ ।

କେବଳ ଅଧା କର୍ମଚାରୀ ଦୋକାନରେ ରହିପାରିବେ ।

ଦୋକାନରେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ।

ଦୋକାନରେ ଗ୍ରାହକଙ୍କ ସହ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *