ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ କେନ୍ଦ୍ରୀୟ ଫରେନସିକ ସାଇନ୍ସ ଲ୍ୟାବ (ସିଏଫଏସଏଲ) ଆତ୍ମହତ୍ୟାର ମାମଲା କହିଛନ୍ତି । ସୂତ୍ର ମୁତାବକ କେନ୍ଦ୍ରୀୟ ଫରେନସିକ ସାଇନ୍ସ ଲ୍ୟାବ ତରଫରୁ ଯେଉଁ ରିପୋର୍ଟ ତିଆରି ହୋଇଥିଲା, ସେଥିରେ ବିଶ୍ଵାସ କରାଯାଇଛି କି, ସୁଶାନ୍ତ ଆତ୍ମହତ୍ୟା କରିଥିଲେ । କେନ୍ଦ୍ରୀୟ ଫରେନସିକ ସାଇନ୍ସ ଲ୍ୟାବ ସୁଶାନ୍ତଙ୍କ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରରେ କ୍ରାଇମ ସିନକୁ ପୁନଃତିଆରି କରିଥିଲେ । ଏହାକୁ ଆଧାର କରି ଏହି ରିପୋର୍ଟ ତିଆରି ହୋଇଛି । ସୂତ୍ରରୁ ଦାବି ଅଛି କି ସିଏଫଏସଏଲ ମାନୁଛି କି ଏହା ଆତ୍ମହତ୍ୟା ଅଟେ ଓ ହତ୍ୟା ହେବାର ପ୍ରମାଣ ନାହିଁ । ସେ ନିଜ ରିପୋର୍ଟ ସିବିଆଇକୁ ଦେଇଛନ୍ତି ।
ଆଶା ରହିଛି କି ସିବିଆଇ ରିପୋର୍ଟରେ କଣ ଲେଖା ହୋଇଛି ତାହା ମିଡ଼ିଆ ଆଗରେ କହିବେ । ସିଏଫଏସଏଲ ମୁତାବକ ସୁଶାନ୍ତ ‘ପାର୍ସିଆଲ ହ୍ୟାଙ୍ଗିଙ୍ଗ’ କରି ଆତ୍ମହତ୍ୟା କରିଛନ୍ତି । ଏହାର ମାନେ ମାରିଥିବା ଲୋକର ଗୋଡ ମରିବା ସମୟରେ ପୁରା ଓହଳି ନଥିଲା । ଗୋଡ ମାଟିକୁ ଛୁଇଁଥିଲା କିମ୍ବା ବେଡ଼ରେ ସ୍ତୁଲ ଭଳି କିଛି ବସ୍ତୁର ସାହାରା ନେଇଥିଲା ।

ଏହି ଭଳି ହେଇଛି ସୁଶାନ୍ତଙ୍କ ଆତ୍ମହତ୍ୟା:
କ୍ରାଇମ ସିନର ପୁନଃ ଯାଞ୍ଚ ଓ ପଙ୍ଖାରେ ଲଟକିଥିବା କପଡାର ଷ୍ଟ୍ରେଚିଂ ପରେ ସିଏଫଏସଏଲ ପାଇଲା କି ସୁଶାନ୍ତ ଦୁଇ ହାତର ବ୍ୟବହାର କରି ଫାଶୀ ଲଗେଇଥିବେ । ସୁଶାନ୍ତ ନିଜର ଡାହାଣ ହାତ ସାହାଯ୍ୟରେ ଫାଶୀ ଲଗେଇଥିବେ । କୁହାଯାଏ କି ସିଧା ହାତର ବ୍ୟବହାର କରୁଥିବା ବ୍ୟକ୍ତି ଏହି ପ୍ରକାରରେ ଫାଶୀ ଲଗେଇ ପାରିବ । ରିପୋର୍ଟେରେ ଏହା ମଧ୍ୟ କୁହାଯାଇଛି କି ସୁଶାନ୍ତ ରୁମରେ ଥିବା କପଡାରେ ଫାଶୀ ଲଗାଯାଇଥିଲା । ସେହିପରି ସୁଶାନ୍ତଙ୍କ ବେକରେ କିପରି ଅଲଗା ଦାଗ ରହିଛି ଏହା ମଧ୍ୟ ସେଥିରେ ଲେଖାଯାଇଛି ।

ସୁଶାନ୍ତଙ୍କ ମୃତ୍ୟୁ ୧୪ ଜୁନରେ ହୋଇଥିଲା । ହେଲେ ତାଙ୍କ ମୃତ୍ୟୁ ହତ୍ୟା ବା ଆତ୍ମହତ୍ୟା ତାହା ଜାଣିବା ପାଇଁ ସିବିଆଇ ଟିମ ପ୍ରୟାସ କରୁଛି । ମୁମ୍ବାଇ ପୁଲିସ ସୁଶାନ୍ତଙ୍କ କେସକୁ ଆତ୍ମହତ୍ୟା କହିଥିଲା । ସିବିଆଇ ନିଜ ଉପାୟରେ ଏହାର ଯାଞ୍ଚ ଆରମ୍ଭ କରିଥିଲା । ଏଥିରେ କେନ୍ଦ୍ରୀୟ ଫରେନସିକ ସାଇନ୍ସ ଲ୍ୟାବର ସାହାଯ୍ୟ ନେଇଥିଲା । ସିବିଆଇ ସିଏଫଏସଏଲ ସହ ସୁଶାନ୍ତଙ୍କ ଘରକୁ ଯାଇ କେତେ ଥର ଏହାର ପୁନଃ ଯାଞ୍ଚ କରିଛି । ଯାହାପରେ ଏହି ରିପୋର୍ଟ ତିଆରି କରାଯାଇଛି । ହେଲେ ଏବେ ପର୍ଯ୍ୟନ୍ତ ସିବିଆଇ ଓ ସିଏଫଏସଏଲ ତରଫରୁ ଏହି କଥାର ଅଧିକାରୀକ ପୁଷ୍ଟି ହୋଇନାହିଁ କି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି । ଏହି ଖବର ସୂତ୍ରରୁ ମିଳିଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।