କେନ୍ଦ୍ର ସରକାର ୪୩ ଚାଇନିଜ୍ ଆପ୍ ଉପରେ ଲଗାଇଲେ ପ୍ରତିବଦ୍ଧକ, ଦେଖନ୍ତୁ ପୁରା ଲିଷ୍ଟ ଓ କିପରି କରିବେ ଅନଇନଷ୍ଟଲ ।

Central government banned 43 Chinese apps under this law see complete list and how to uninstall

କେନ୍ଦ୍ର ସରକାର ଲଦାଖ ସୀମାରେ ଅଶାନ୍ତି ଭିତରେ ୨୯ ଜୁନ ୨୦୨୦କୁ ଚୀନର ୫୯ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ପରେ ୨ ସେପ୍ଟେମ୍ବର ୨୦୨୦କୁ ପୁଣି ୧୧୮ ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଆଜି ପ୍ରତିବନ୍ଧକ ଲଗାଯାଇଥିବା ୪୩ ଆପ ମୋବାଇଲ ଓ ନନ ମୋବାଇଲ ବେଷ୍ଟଡ଼ ଇଣ୍ଟରନେଟ ଡ଼ିଭାଇସରେ ବ୍ୟବହାର କରାଯାଇପାରିବ ନାହିଁ।

Govt Bans 43 Chinese Mobile Apps for Engaging in 'Activities Prejudicial to India's Sovereignty & Defence'
Google

କେନ୍ଦ୍ର ସରକାର ଆଜି ଚୀନର ୪୩ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ବୋଲି ଜଣା ଯାଇଛି। ସରକାର ଏହି ଆପ ମାନଙ୍କ ଉପରେ ଅନେକ ଅଭିଯୋଗ ଆସିବା ପରେ ଏହି ଫଇସଲା ନେଇଛନ୍ତି। ଅଭିଯୋଗ ଅନୁସାରେ ଏହି ଆପ ସବୁ ଭାରତର ସୁରକ୍ଷା କାନୁନ ଉପରେ ଅଶୁବିଧା ସୃଷ୍ଟି କରିପାରନ୍ତି। ସେଥିପାଇଁ ସରକାର ଐତିହାସିକ ପଦକ୍ଷେପ ଉଠାଇ ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କହିରଖିବୁ କି ମୋଦି ସରକାର ଲଦାଖ ପାଖରେ ଅଶୁବିଧା ସୃଷ୍ଟି ହେବା ପରେ ୧୫୦ ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏଥିରେ ଟିକଟକ,  ଲାଇକି, ସେୟାରଚାର୍ଟ, ହେଲୋ ଓ ୟୁସି ବ୍ରାଉଜର ଭଳି ଆପ ସାମିଲ ଅଛି। ସରକାରଙ୍କ କହିବା ଅଟେକି ଦେଶର କୋଟି କୋଟି ମୋବାଇଲ ଓ ଇଣ୍ଟରନେଟ ୟୁଜର ଙ୍କୁ ରକ୍ଷା କରିବା ଓ ଇଣ୍ଡିଆନ ସାଇବରସ୍ପେସର ସୁରକ୍ଷାକୁ ନଜରରେ ରଖି ଏହି ଫଇସଲା ନେଇଛନ୍ତି।

କେନ୍ଦ୍ର ସରକାର ଏହି କାନୁନ ଆଧାରରେ ଆପ ମାନଙ୍କ ଉପରେ ଲଗାଇଲେ ପ୍ରତିବନ୍ଧକ:

କେନ୍ଦ୍ର ସରକାର ଇଂନଫରମେସନ ଟେକ୍ନୋଲୋଜି ଆର୍ଟର ଧାରା -୬୯ଏ ଓ ଇଂନଫରମେସନ ଟେକ୍ନୋଲୋଜି (ପ୍ରୋସିଜର ଆଣ୍ଡ ସେଫ ଗାର୍ଡସ ଫୋର ବ୍ଲାଙ୍କିଙ୍ଗ ଅଫ ଏକ୍ସେସ ଅଫ ଇଂନଫରମେସନ ବାଇ ପବ୍ଲିକ)ରୁଲ୍ସ, ୨୦୦୯ର ସମ୍ବଧିତ ପ୍ରାବନ୍ଧନ ଅନୁସାରେ ୪୩ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଧାରା କେନ୍ଦ୍ର ସରକାରଙ୍କୁ ବିଦେଶୀ ଆପ ଉପରେ ପ୍ରତିବନ୍ଧକ ଲଗାଇ ପାରିବେ।ଏହି ଆପ ଭାରତର ରକ୍ଷା, ସୁରକ୍ଷା, ପାଇଁ ହାନିକାରକ ମାନାଯାଉଛି। ପ୍ରତିବନ୍ଧକ ପରେ ଏବେ ସେହି ଆପକୁ ମୋବାଇଲ ଓ ନନ ମୋବାଇଲ ବେଷ୍ଟଡ଼ ଇଣ୍ଟରନେଟ ଡ଼ିଭାଇସରେ ବ୍ୟବହାର କରାଯାଇ ପାରିବ ନାହିଁ । ଏହା ପୂର୍ବରୁ କେନ୍ଦ୍ର ସରକାର ୨୯ ଜୁନ ୨୦୨୦କୁ ଚୀନର ୫୯ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ପରେ ୨ ସେପ୍ଟେମ୍ବର ୨୦୨୦କୁ ପୁଣି ୧୧୮ ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

Central government banned 43 Chinese apps under this law, see complete list
Google
ୟୁଜର୍ସଙ୍କ ଡାଟା ଚୋରିକରି ବାହାରକୁ ପଠାଇବା ଭାରତ ପାଇଁ ବିପଦ:

ସୂଚନା ପ୍ରଦ୍ୟୋଗୀକ ମନ୍ତ୍ରାଳୟ ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଇ କହିଲା ଏଣ୍ଡ୍ରେଏଡ ଓ ଆଇଓଏସ ପ୍ଲାଟଫୋର୍ମ ଉପରେ କିଛି ଦୁରୁପ ଯୋଗ ଅଭିଯୋଗ ଅନୁସାରେ ଭାରତୀୟ ଆପ ୟୁଜର୍ସ ମାନଙ୍କ ଡାଟା ଚୋରି କରିକରି ଅନ୍ୟ ଦେଶକୁ ପଠାଯାଇଛି। ଭାରତର ରାଷ୍ଟ୍ରୀୟ ସୁରକ୍ଷାର ଶତ୍ରୁ ହେଉଥିବା ତତ୍ୱ ଓ ତାର ତଥ୍ୟକୁ ଏକାଠି କରିବା ଓ ଯାଞ୍ଚ କରିବା ଓ ପୋଫାଇଲିଙ୍ଗ ଭାରତୀୟ ସଂପ୍ରଭୁକତା ଓ ଅଖଣ୍ଡତା ପାଇଁ ବିପଦ ଅଟେ। ଏହାକୁ ଅଟକାଇବା ପାଇଁ ଆପଦକାଳୀନ ଉପାୟର ଆବଶ୍ୟକ ଅଛି। ସେହିପରି ଗୃହ ମନ୍ତ୍ରାଳୟ ଅନୁସାରେ ଆଗାମୀ ସାଇବର ଅପରାଧ ସମ୍ବଧିୟ କେନ୍ଦ୍ର ଆପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଅଭିଯୋଗ କରିଥିଲା।

ପ୍ରତିବନ୍ଧକ ୪୩ ଆପର ପୁରା ଲିଷ୍ଟ:

Mobile AliSuppliers App
Alibaba Workbench
AliExpress – Smarter Shopping, Better Living
Alipay Cashier
Lalamove India – Delivery App
Drive with Lalamove India
Snack Video
CamCard – Business Card Reader
CamCard – BCR (Western)
Soul- Follow the soul to find you
Chinese Social – Free Online Dating Video App & Chat
Date in Asia – Dating & Chat for Asian Singles
WeDate-Dating App
Free dating app-Singol, start your date!
Adore App
TrulyChinese – Chinese Dating App
TrulyAsian – Asian Dating App ChinaLove: dating app for Chinese singles
DateMyAge: Chat, Meet, Date Mature Singles Online
AsianDate: find Asian singles
FlirtWish: chat with singles
Guys Only Dating: Gay Chat
Tubit: Live Streams
WeWorkChina
First Love Live- super hot live beauties live online
Rela – Lesbian Social Network
Cashier Wallet
MangoTV
MGTV-HunanTV official TV APP
WeTV – TV version
WeTV – Cdrama, Kdrama & More
WeTV Lite
Lucky Live-Live Video Streaming App
Taobao Live
DingTalk
Identity V
Isoland 2: Ashes of Time
BoxStar (Early Access)
Heroes Evolved
Happy Fish
Jellipop Match-Decorate your dream island
Match Munchkin: Magic Home Building
Conquista Online II

Google
ଏହିପରି ଅନ-ଇନଷ୍ଟଲ,ଡିସେବଲ ବା ଡିଲେଟ କରିପାରିବେ ଚୀନ ଆପ:

ଯଦି ଆପଣଙ୍କ ମୋବାଇଲରେ ମଧ୍ୟ ପ୍ରତିବନ୍ଧକ ଆପ ମଧ୍ୟରୁ କୌଣସି ଆପ ଅଛି ଓ ଏହାକୁ ଯଦି ଆପଣ ହଟାଇବା ପାଇଁ ଚାହୁଁଛନ୍ତି ତେବେ କିଛି ସେକେଣ୍ଡ ପର୍ଯ୍ୟନ୍ତ ତାକୁ ଚିପି ରଖନ୍ତୁ ଅନ-ଇନଷ୍ଟଲର ଅପ୍ସନ ଦେଖାଯିବ। ଆପକୁ ଡ୍ରଗ ଅପ୍ସନ ପର୍ଯ୍ୟନ୍ତ ନେଇଯାଇ ଛାଡି ଦିଅନ୍ତୁ। ଏହା ପରେ ଆପ ଆପଣଙ୍କ ସ୍ମାର୍ଟ ଫୋନରୁ ପୁରା ଶେଷ ହୋଇଯିବ କିନ୍ତୁ କିଛି ଆପ ସିଷ୍ଟମ ସହିତ ଯୋଡିହୋଇଥାନ୍ତି । ଯାହା ଦ୍ୱାରା ତାକୁ ଏହିଭଳି ଡ଼ିଲେଟ କରାଯାଇପାରିନଥାଏ। ଏହା ଦ୍ଵାରା ତାକୁ କେବଳ ଆପଣ ଡ଼ିସେବଲ କରିପାରିବେ। ଏପରି କରିବା ପାଇଁ ଫୋନର ସେଟିଙ୍ଗ ଅପ୍ସନ କୁ ଯାଆନ୍ତୁ। ଏହା ପରେ ଆପ୍ସ ଅପ୍ସନରେ କ୍ଲିକ କରନ୍ତୁ ଏହା ପରେ ଆପଣଙ୍କୁ ମୋବାଇଲରେ ଥିବା ସବୁ ଆପ ଦେଖାଯିବ। ଏଥୁରୁ ପ୍ରତିବନ୍ଧକ ଆପକୁ ସିଲେକ୍ଟ କରି ତାହାକୁ ଡ଼ିସେବଲ ବା ଡ଼ିଲେଟ କରିପାରିବେ। ଯଦି ଅନ ଇଂନଷ୍ଟଲର ଅପ୍ସନ ଆସେ ସେଥିରେ କ୍ଲିକ କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *