କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡକରି କହିଛନ୍ତି କି ଭାରତୀୟ ଅଟୋ ମୋବାଇଲ ଇଣ୍ଡଷ୍ଟ୍ରି ସିଏନଜି ବୈଦୁତିକ ଓ ଉଦଜାନ ଭଳି ବିକଳ୍ପ ଇନ୍ଧନର ପ୍ରୟୋଗକୁ ଆପଣାଇବାକୁ ଚାହିଁବ। ସେ କହିଛନ୍ତି କି କେନ୍ଦ୍ର ସରକାର ଇ-ଭେଇକିଲସ୍ କୁ ବଢେଇବାର ସୁଯୋଗ ଦେବା ପାଇଁ ଜିଏସଟି ୫ ପ୍ରତିଶତ ହ୍ରାସ କରିବା ସହିତ କେତେକ ପଦକ୍ଷେପ ଉଠାଇଛନ୍ତି ।

ପେଟ୍ରୋଲିୟମ ପଦାର୍ଥଗୁଡିକର ଆମଦାନୀ ଉପରେ ନିର୍ଭରତା,ଇନ୍ଧନର ଖର୍ଚ୍ଚ ଓ ପ୍ରଦୂଷଣ କମ କରିବା ପାଇଁ କେନ୍ଦ୍ର ସରକାର ବାରମ୍ବାର ବୈଦୁତିକ ଯାନର ଚଳନକୁ ବଢତି ଦେଉଛନ୍ତି। ବୈଦୁତିକ ଯାନର ଅଧିକରୁ ଅଧିକ ବ୍ୟବହାର ପାଇଁ ସବୁଠୁ ବଡ଼ ଆହ୍ୱାନ ହେଉଛି କମ ଚାର୍ଜୀଂ ଷ୍ଟେସନ ଓ ବେଶୀ ଉତ୍ପାଦନର ଖର୍ଚ୍ଚ ଅଟେ। କେନ୍ଦ୍ର ସରକାର ଚାହୁଁଛନ୍ତି କି ପେଟ୍ରୋଲ ପମ୍ପ ଭଳି ଦେଶସାରା ବୈଦୁତିକ ଯାନର ଚାର୍ଜୀଂ ଷ୍ଟେସନର ବ୍ୟବସ୍ଥା କରାଯାଉ। ସଡକ ପରିବହନ ଓ ରାଜ୍ୟମାର୍ଗ ମନ୍ତ୍ରୀ ନିତିନ ଗଡକରି କହିଛନ୍ତି କି ଦେଶସାରାର ୬୯ ହଜାର ପେଟ୍ରୋଲ ପମ୍ପରେ ଇ-ଭେଇକିଲ ଚାର୍ଜୀଂ କୀୟୋସ୍କ ଲଗେଇବାର ଯୋଜନା ଉପରେ କାମ କରୁଛନ୍ତି ।
ବ୍ରାଜିଲ ଓ ଆମେରିକା ଭଳି ଦେଶରେ ବାହାନ ଇଂଜିନ ତିଆରିକରନ୍ତୁ ଇଣ୍ଡଷ୍ଟ୍ରି:-
ବୈଦୁତିକ ମୋବିଲିଟି କନ୍ଫରେନସ୍ ୨୦୨୦ରେ ଗଡକରି ଆମେରିକା ଓ ବ୍ରାଜିଲ ପରି ଅଟୋ ମୋବାଇଲ ଇଣ୍ଡଷ୍ଟ୍ରିରୁ ପେଟ୍ରୋଲ,ଏଥାନଲ,ସିଏନଜି ଏହି ତିନୋଟିରେ ଚାଲୁଥିବା ଯାନର ଇଂଜିନ ତିଆରି କରିବା ଦିଗରେ କାମ କରିବା ପାଇଁ ଅନୁରୋଧ କରିଛନ୍ତି। ଗଡକରି ଭରସା ଜତାଇଛନ୍ତି କି ଭାରତୀୟ ଅଟୋ ମୋବାଇଲ ଇଣ୍ଡଷ୍ଟ୍ରି ସିଏନଜି,ବୈଦୁତିକ ଓ ଉଦଜାନ ଭଳି ବିକଳ୍ପ ଇନ୍ଧନର ପ୍ରୟୋଗକୁ ଆପଣାଇବାକୁ ଚାହିଁବ। ଏହା ମଧ୍ୟରେ ସେ କହିଛନ୍ତି କି ଅଟୋ ମୋବାଇଲ ସେକ୍ଟରକୁ ଡବଲ ଡେକର ବସର ପ୍ରସ୍ତୁତି ଦିଗରେ ମଧ୍ୟ କାମ କରିବା ଦରକାର। ତା ସହିତ କହିଛନ୍ତି କି କେନ୍ଦ୍ର ସରକାର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେକୁ ବୈଦୁତିକ ହାଇୱେ ପରି ଉନ୍ନତ କରାଯାଉଅଛି।
୫ ବର୍ଷରେ ଭାରତ ହେବ ଅଟୋ ମୋବାଇଲ ମ୍ୟାନୁଫ୍ୟାକ୍ଚରିଙ୍ଗର ହର୍ବ:-
ଭାରତ ସବୁ କ୍ଷେତ୍ରରେ ଆତ୍ମନିର୍ଭର ହେବା ଦିଗରେ କାମ କରୁଅଛି। ଭାରତ ସରକାର ଏଥିପାଇଁ ସବୁ ଇଣ୍ଡଷ୍ଟ୍ରିକୁ ସବୁ ସମ୍ଭବ ସୁଯୋଗ ଦେଉଅଛି। କେନ୍ଦ୍ରୀୟ ମନ୍ତ୍ରୀ ଗଡକରି କହିଛନ୍ତି କି ତାଙ୍କ ସ୍ୱପ୍ନ ହେଉଛି ପରବର୍ତ୍ତୀ ୫ ବର୍ଷରେ ଭାରତ ଅଟୋ ମୋବାଇଲ ନିର୍ମାଣ କରିବାର ହର୍ବ ହେଉ।ଏହା ସହିତ ଭରସା ଦେଇଛନ୍ତି କି ତାଙ୍କର ଏହି ସ୍ଵପ୍ନ ନିଶ୍ଚୟ ପୂରଣ ହେବ। ଗଡକରି କହିଛନ୍ତି କି ଅଟୋ ମୋବାଇଲ ସେକ୍ଟର ଏବେ ଏବେ କେତେକ ନବୀକରଣ କରିଅଛି।ଯାନର ଅଲଗା ଅଲଗା ଡିଜାଇନ ଓ ମଡେଲସର ଉନ୍ନତିକରଣ,ଭଲ ଆକର୍ଷଣୀୟ କାର୍ଯ୍ୟ, ବଡ ବଜାର,ସରକାରଙ୍କର ସ୍ଥାୟୀ ଗଠନ ଓ ଦେଶର ଅତ୍ୟଧିକ ପ୍ରତିଭାଶିଳ ଇଂଜିନିୟରମାନଙ୍କର ଉପାୟରେ ଏହି ସ୍ୱପ୍ନ ସତ ହେବ।

ଇ-ଭେଇକିଲକୁ ଆଗକୁ ବଢିବା ପାଇଁ କେନ୍ଦ୍ର ଉଠେଇଛନ୍ତି ଏହି ପଦକ୍ଷେପ:-
ଦେଶରେ ଇଲେକ୍ଟ୍ରିକ ଭେଇକିଲକୁ ବଢେଇବା ପାଇଁ ନିକଟରେ ବହୁତ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଇଲେକ୍ଟ୍ରି ଭେଇକିଲରେ ଜିଏସ୍ଟି କମେଇ ୫ %କରିଦେଇଛନ୍ତି।ବାହାନର ମୁଲ୍ୟରୁ ବ୍ୟାଟେରୀର ମୁଲ୍ୟକୁ ଅଲଗା ଅଲଗା ରଖିବା ପାଇଁ ମଧ୍ୟ ଅନୁମତି ମିଳିଛି। କହିରଖୁଛୁ କି ଇଲେକ୍ଟ୍ରି ବାହାନରେ ୩୦%ଭାଗ ବ୍ୟାଟେରୀର ମୁଲ୍ୟ ହୋଇଥାଏ।କେବଳ ଏତିକି ନୁହେଁ ଅଟୋମୋବାଇଲ ସେକ୍ଟର ପାଇଁ କେନ୍ଦ୍ର ସରକାର ୫୧,୦୦୦ କୋଟି ଟଙ୍କା ପ୍ରଡକ୍ସନ ଲିଙ୍କଡ଼ ଇସୋଟିଭର ଘୋଷଣା କରିଛନ୍ତି। ଏହି ସେକ୍ଟରରେ ନୂଆ ଚାକିରୀର ମଧ୍ୟ ବହୁତ ସମ୍ଭାବନା ରହିଛି। ଏହି ଅନୁମାନ ହିସାବରେ ଅଟୋମୋବାଇଲ ସେକ୍ଟରକୁ ୨.୫କୋଟି ସ୍କିଲଡ଼ କର୍ମଚାରୀ ଦରକାର।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।