ଲୋନ ମ୍ୟାରେଟୋରିୟମ: କେନ୍ଦ୍ର ସରକାରଙ୍କର ବଡ଼ ଘୋଷଣା, ଦୀପାବଳି ଆଗରୁ ମିଳିବ ଟଙ୍କା ଫେରସ୍ତର ଉପହାର ।

ସୁପ୍ରିମ କୋର୍ଟରେ ଲୋନ ମ୍ୟାରେଟୋରିୟମରେ ଲମ୍ବା ଘୋଷଣା ପରେ କେନ୍ଦ୍ର ସରକାର କହିଥିଲେ କି ଗ୍ରାହକମାନଙ୍କୁ ଆଶ୍ଵସ୍ତି ଦେବା ପାଇଁ ସୁଧ ଉପରେ ଲାଗୁଥିବା ସୁଧର ଭରପାଇ କରାଯିବ। ଯାହାପରେ ସୁପ୍ରିମ କୋର୍ଟ ଏହାକୁ ଜଲ୍ଦି ଲାଗୁ କରିବାପାଇଁ କହିଥିଲେ।

Google

କୋରନା ସଙ୍କଟ ସମୟରେ ଲୋନରେ ମ୍ୟାରେଟୋରିୟମ ନେଉଥିବା ଗ୍ରାହକମାନଙ୍କ ପାଇଁ ଭଲ ଖବର ଅଛି। କେନ୍ଦ୍ର ସରକାର ୫ ନଭେମ୍ବର ପୂର୍ବରୁ ସମସ୍ତଙ୍କୁ ସୁଧ ଉପରେ ଲାଗୁଥିବା ସୁଧର ଭରପାଇ କରିବାର ଘୋଷଣା କରିଛନ୍ତି।ଏଥିରେ ସରକାରଙ୍କ ତରଫରୁ ଦୀପାଳିର ଉପହାର ରୂପେ ଦେଖାଯାଉଆଛି। ସରକାର କହିଛନ୍ତି ଏହି ଭରପାଇ ଗ୍ରାହକଙ୍କର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଫେରସ୍ତ ରୂପରେ ଦିଆଯିବ ।

କହିଦେଉଛୁ କି ସୁପ୍ରିମ କୋର୍ଟରେ ଲୋନ ମ୍ୟାରେଟୋରିୟମ ଉପରେ ଲମ୍ବା ଶୁଣାଣି ପରେ ଗ୍ରାହକମାନଙ୍କୁ ଆଶ୍ଵସ୍ତି ଦେବା ପାଇଁ ସୁଧ ଉପରେ ଲାଗୁଥିବା ସୁଧର ଭରପାଇ କରାଯିବ।ଯାହାପରେ ସୁପ୍ରିମ କୋର୍ଟ ଏହାକୁ ଜଲ୍ଦି ଲାଗୁ କରିବାପାଇଁ କହିଥିଲେ।

ବିତ୍ର ମନ୍ତ୍ରାଳୟଙ୍କ ତରଫରୁ ହୋଇଥିବା ଗାଇଡ଼ ଲାଇନସରେ କୁହାଯାଇଛି କି ଏହି ଭରପାଇ ୫ ନଭେମ୍ବର କିମ୍ବା ତା ପୂର୍ବରୁ କରାଯିବ। ଗାଇଡ଼ ଲାଇନସ୍ ଅନୁସାରେ କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଫାଇଦା ୨କୋଟି ଟଙ୍କା ପର୍ଯ୍ୟନ୍ତ ଲୋନ ନେଇଥିବା ସବୁ ଗ୍ରାହକମାନଙ୍କୁ ମିଳିବ। ଏହି ମ୍ୟାରେଟୋରିୟମ ପାଇଁ ଆବେଦନ କରିବାର କୌଣସି ସର୍ତ୍ତ ନାହିଁ। ଏହି ଭରପାଇ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ୬୫୦୦କୋଟି ଟଙ୍କାର ଖର୍ଚ୍ଚ ହେବ।

Google
କଣ ଅଟେ ଲୋନ ମ୍ୟାରେଟୋରିୟମ?

ମ୍ୟାରେଟୋରିୟମର ମାନେ ଅଟେ ଆପଣ ଯଦି କୌଣସି ଭରପାଇ କରୁଛନ୍ତି ତେବେ ତାକୁ ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ ରୋକାଦିଆଯିବ। ଧରି ନିଅନ୍ତୁ ଯଦି ଆପଣ କୌଣସି ଲୋନ ନେଉଛନ୍ତି ତେବେ ତାର ଇଏମଆଇକୁ କିଛି ମାସ ପାଇଁ ରୋକି ପାରିବେ। ହଁ କିନ୍ତୁ ଏହାର ମାନେ ନୁହେଁ କି ଆପଣଙ୍କର ଇଏମଆଇ ଛାଡ଼ କରିଦିଆଯାଇଛି।

କିପରି କାମ କରିଥାଏ ମ୍ୟାରେଟୋରିୟମ,ଏହାର ଫାଇଦା କଣ ଅଟେ?

ଯେପରି ଆମେ ଆପଣଙ୍କୁ କହିଲୁ ମ୍ୟାରେଟୋରିୟମରେ ଆପଣଙ୍କ ଇଏମଆଇକୁ କିଛି ସମୟ ପାଇଁ ରୋକି ଦିଆଯାଇପାରିବ କିନ୍ତୁ ଏଠାରେ ଗୋଟିଏ କଥା ଧ୍ୟାନ ରଖିବାକୁ ପଡିବ ଆପଣଙ୍କ ଇଏମଆଇରେ ଲାଗିଥିବା ସୁଧରେ କିଛି ମିଛ ନଥିବ। ଧରି ନିଅନ୍ତୁ ଆପଣ ମ୍ୟାରେଟୋରିୟମର ଅନୁସାରେ ତିନି ମାସ ପରେ ଇଏମଆଇ ଦେଉଛନ୍ତି ସେତେବେଳେ ବି ଆପଣଙ୍କୁ ତିନି ମାସର ସୁଧ ଦେବାକୁ ପଡିବ।

Google
ଆପଣ ପଚାରିବେକି ଏହାର ଫାଇଦା କଣ?

ତେବେ ଏହାର ଉତ୍ତର ହେଉଛି କି ସାଧାରଣତଃ ଯଦି ଆପଣ ଇଏମଆଇ ଦେଇନପାରିବେ ତେବେ ଏହା ଉପରେ ସୁଧ ତ ଲାଗିବ ଏହା ସହିତ ଆପଣମାନଙ୍କର କ୍ରେଡିଟ ରେଟିଙ୍ଗ ବି ଖରାପ ହୋଇଯାଏ କିନ୍ତୁ ମ୍ୟାରେଟୋରିୟମରେ ଇଏମଆଇ ନ ଦେଲେ କ୍ରେଡିଟ ରେଟିଙ୍ଗରେ କିଛି ପ୍ରଭାବ ପଡେନାହିଁ। ଆପଣଙ୍କର କ୍ରେଡିତ ରେଟିଙ୍ଗ ତଳକୁ ଯିବନାହିଁ।

ଲୋନ ମ୍ୟାରେଟୋରିୟମର ସବୁଠୁ ଅଧିକା ଫାଇଦା କିପରି:

ଲୋନ ମ୍ୟାରେଟୋରିୟମର ସବୁଠୁ ଅଧିକା ଫାଇଦା ଉଦ୍ୟୋଗ ଧନ୍ଦା ପାଇଁ ଅଟେ। ଲକଡାଉନ ସମୟରେ ବ୍ୟବସାୟ ନ ଚାଲିବା ଦ୍ୱାରା ଲୋନ ଭରିବା ବି ଅସୁବିଧା ହୋଇଯାଇଛି। ଏଥିପାଇଁ ଧରାଯାଉଅଛି କି ଯଦି ଇଏମଆଇ ଭରିବା ଦ୍ୱାରା ଆଶ୍ଵସ୍ତି ମିଳିବ ଏବଂ ଏହାପରେ ଅନଲକରେ ଯେପରି ବ୍ୟବସାୟ ବଢିବ, ତେବେ କମ୍ପାନୀମାନେ ନିଜ ଲୋନ ସୁଝି ପାରିବେ।

Google
ଲୋନ ମ୍ୟାରେଟୋରିୟମ କିଏ କିଏ ଅପଲୋଡ କରିପାରିବେ?:

ଲୋନ ମ୍ୟାରେଟୋରିୟମ ପାଇଁ କମ୍ପାନୀମାନଙ୍କ ସହିତ କୌଣସି ବି ବ୍ୟକ୍ତି ନିଜର କୌଣସି ବି ଲୋନ ପାଇଁ ମ୍ୟାରେଟୋରିୟମ କରିପାରିବେ। ତେଣିକି ସେ ହୋମ ଲୋନ ହେଉ,କାର ଲୋନ ହେଉ କିମ୍ବା କ୍ରେଡିଟ କାର୍ଡର ବିଲ ହେଉ। କହିଦେଉଛୁ କି ମ୍ୟାରେଟୋରିୟମର ଆରମ୍ଭ ତିନି ମାସରେ କିଛି ବ୍ୟାଙ୍କରେ ୩୦% ଲୋକ ଏହି ସୁବିଧାର ଫାଇଦା ଉଠାଇଛନ୍ତି। ସେହିପରି କିଛି ଛୋଟ ବ୍ୟାଙ୍କରେ ୭୦% ପର୍ଯ୍ୟନ୍ତ ଲୋନ ମ୍ୟାରେଟୋରିୟମରେ ଚାଲିଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *