ଆଇପିଏଲ ୨୦୨୦: ଧନଶ୍ରୀ ଚହଲଙ୍କୁ ଦେଲେ ସରପ୍ରାଇଜ, ଏପରି ଥିଲା ଆରସିବି ବୋଲରଙ୍କ ପ୍ରତିକ୍ରିୟା – ଦେଖନ୍ତୁ ।

ଆଇପିଏଲ ୨୦୨୦ର ୧୩ତମ ସିଜିନରେ ୟୁଏଇ (ୟୁନାଇଟେଡ଼ ଆରବ ଏମିରେଟସ) ରେ ଖେଳା ଯାଉଅଛି। କୋରନା ଭାଇରସ୍ ପାଇଁ ଏହି ବର୍ଷ ଏଠାରେ ଟୁର୍ଣ୍ଣାମେଂଣ୍ଟ ବାୟୋ ସିକ୍ୱର ବବଲରେ ଖେଳା ଯାଉଅଛି,ଯାହା ଦ୍ୱାରା ଖେଳାଳିମାନଙ୍କୁ ବାହାରକୁ ଯିବାପାଇଁ ଅନୁମତି ନାହିଁ। ଏହି କାରଣରୁ କେତେକ ଖେଳାଳି ନିଜର ପରିବାରକୁ ସାଙ୍ଗରେ ଆଣି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାପାଇଁ ପହଞ୍ଚିଛନ୍ତି। ରୟାଲ ଚାଲେଞ୍ଜରସ ବାଙ୍ଗାଲୋର ଟିମର ସ୍ପିନ ବୋଲର ୟୁଜବେନ୍ଦ୍ର ଚହଲଙ୍କର ଭାବି ପତ୍ନୀ ମଧ୍ୟ ୟୁଏଇରେ ଅଛନ୍ତି ଏବଂ ଟିମର ମନବଳ ବଢ଼ାଉଛନ୍ତି। ଏହା ମଧ୍ୟରେ,ଧନଶ୍ରୀ ଚହଲଙ୍କୁ ସରପ୍ରାଇଜ କରିବା ପାଇଁ ତାଙ୍କ କକ୍ଷରେ ପହଞ୍ଚିଲେ, ଯାହାର ଭିଡିଓ ଆରସିବି ଟୁଇଟରରେ ଅପଲୋଡ଼ କରିଛି।

Google

ରୟାଲ ଚାଲେଞ୍ଜରସ ବାଙ୍ଗାଲୋର ନିଜର ଟୁଇଟରେ ଶେୟାର କରୁଥିବା ବେଳେ ଲେଖିଲେ,’ୟୁଜିଙ୍କ ହସର ସବୁଠୁ ବଡ଼ କାରଣ ଚହଲ ପଡିଆ ବାହାରେ ଯେତିକି ଖୁସି ରୁହନ୍ତି, ସେ ଫିଲଡ଼ରେ ସେତିକି ଘାତକ ରୁହନ୍ତି। ତାଙ୍କ ଏହି ହସର ଏକ ନୂଆ କାରଣ ଅଟେ ଧନଶ୍ରୀ ବର୍ମା। ‘ଧନଶ୍ରୀ ଏହି ଭିଡିଓରେ ପ୍ରଥମେ ନିଜ ବିଷୟରେ ସୂଚନା ଦେବାର ଦେଖାଯାଉଛି ଏବଂ ଏହା ପରେ ସେ ଚହଲଙ୍କୁ ବିସ୍ମିତ କରିବା ପାଇଁ ତାଙ୍କ କକ୍ଷକୁ ଯାଉଥିବାର ଦେଖିବାକୁ ମିଳିଛି।ଧନଶ୍ରୀଙ୍କୁ ନିଜ କକ୍ଷର ବାହାରେ ଦେଖି ଚହଲ ବହୁତ ଖୁସି ଥିବାର ନଜରକୁ ଆସିଛି। ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଭାଇରଲ ହେଉଛି। ଆପଣମାନଙ୍କୁ କହିଦେଉଛୁ କି ଧନଶ୍ରୀ କୋରିଓଗ୍ରାଫର ଅଟନ୍ତି ଏବଂ ତାଙ୍କ ଇଂଷ୍ଟାଗ୍ରାମରେ ୨୦ଲକ୍ଷରୁ ଅଧିକ ପ୍ରଶଂସକ ଅଛନ୍ତି।

ଚହଲଙ୍କ ପ୍ରଦର୍ଶନ ଏ ବର୍ଷ ଆଇପିଏଲରେ ଆରସିବି ପାଇଁ ବହୁତ ଭଲ ରହିଛି। ସେ ଏ ପର୍ଯ୍ୟନ୍ତ ୧୦ ଟି ମ୍ୟାଚ ଖେଳି ୧୫ ଟି ୱିକେଟ ନେଇସାରିଲେଣି ଏହା ସହ ତାଙ୍କ ଇକୋନୋମି ରେଟ ୭.୨୩ ରହିଛି। ବାଙ୍ଗାଲୋର ଟିମ ଏବେ ପଇଣ୍ଟ ଟେବୁଲରେ ୨ୟ ସ୍ଥାନରେ ରହିଛି। ଏହି ଟିମ ଏବେ ପର୍ଯ୍ୟନ୍ତ ୧୦ ଟି ମ୍ୟାଚ ଖେଳି ୭ ଟିରେ ବିଜୟ ଓ ୩ ଟିରେ ପରାଜିତ ହୋଇଛି। ଟିମର ଆଗାମୀ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ସହ (୨୫ ଅକ୍ଟୋବରରେ)ଦୁବାଇରେ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *