ଚାହଲ ଏବେ ଭାରତର ବର୍ତ୍ତମାନ ଟିମର ଜଣେ ବହୁତ ଗୁରୁତ୍ତ୍ୱପୂର୍ଣ ଭାଗ ଅଟନ୍ତି। ସେ ୨୦୧୬ରୁ ଭାରତ ପାଇଁ ଖେଳି ଆସୁ ଛନ୍ତି। ତାଙ୍କୁ ଭାରତ ପାଇଁ ଖେଳିବାର ପ୍ରଥମ ସୁଯୋଗ ୧୧ଜୁନ ୨୦୧୬କୁ ମିଳିଲା। ଜିମ୍ବାୱେ ବିପକ୍ଷରେ ସେ ୧୧ଜୁନ ୨୦୧୬ରେ ନିଜର ଡେବ୍ୟୁ କଲେ ଆଉ ନିଜର ପ୍ରଥମ ଏକ ଦିବସିୟ ମ୍ୟାଚ ଖେଳିଲେ। ସେହି ମାସ ୧୮ ତାରିଖକୁ ହି ନିଜର ପ୍ରଥମ ଟି ଟ୍ୱେଣ୍ଟି ଖେଳିଲେ। ଦୁଇଟି ଯାକ ମ୍ୟାଚ ହରାରେ ଗ୍ରାଉଣ୍ଡରେ ଖେଳା ଯାଇଥିଲା। ଚାହାଲ ଏକ ଇଣ୍ଟରଭିଉରେ ପ୍ରଥମ ବାର ଇଣ୍ଡିଆ ପାଇଁ ମ୍ୟାଚ ଖେଳିବା ତଥା ଧୋନୀଙ୍କ ସହ ନିଜର ପ୍ରଥମ ଇଣ୍ଟରଭିଉ ବାବଦରେ କହିଲେ।

ପ୍ରକୃତରେ ସ୍ପୋର୍ଟସ ଆଙ୍କର ଗୌରବ କପୁର ଆକ୍ଟ୍ରି ସ୍ପୋର୍ଟସ ୟୁ ଟ୍ୟୁବ ଚ୍ୟାନେଲ ପାଇଁ ଚାହାଲଙ୍କର ଏକ ଇଣ୍ଟରଭିଉ ନେଉ ଥିଲେ। ଏହି ସମୟରେ ଚାହାଲ ତାଙ୍କର ଇଣ୍ଡିଆରେ ଚୟନ ହେବା କଥା କହିଲେ। ଚାହାଲ କହିଲେ କି ରାୟପୁରରେ ତାଙ୍କୁ ପ୍ରଥମ ଥର ପାଇଁ ପରପଲ କ୍ୟାପ ମିଳି ଥିଲା। ଆହୁରି କହିଲେ “ମୋତେ ଜଣା ନଥିଲା କି ଟିମ ଇଣ୍ଡିଆର ଟିମ ଘୋଷଣା ହେବାକୁ ଯାଉଛି। ମାତ୍ର ଯେତେବେଳେ ଘୋଷଣା ହେଲା ସେଥିରେ ମୋର ନାମ ବି ଥିଲା। ମୁ ଲିଷ୍ଟ ଦେଖିଲି ଆଉ ସବୁଠୁ ତଳେ ଅର୍ଥାତ ୧୬ତ୍ତମ ସ୍ଥାନରେ ମୋର ନାମ ଥିଲା। ତାହା ଏକ ବହୁତ ବଡ଼ ସମୟ ଥିଲା। ମୁ ସେହି ସମୟରେ ବହୁତ କାନ୍ଦିଲି। ଅଧା ଘଣ୍ଟା ଯାଏ ସେଇ ପେପର କୁ ଦେଖି ରହିଲି। କାହାରି ସହ କଥା ହେଲି ନାହିଁ।”
ଚାହାଲ ଆହୁରି ଆଗକୁ କହିଲେ କି “ଯେଉଁଦିନ ଜର୍ସି ପିନ୍ଧିବାର ଥିଲା ସେଦିନ ଆଇନା ସାମ୍ନାରେ ଘଣ୍ଟା ଘଣ୍ଟା ଯାଏ ଛିଡା ହେଇକି ରହିଲି। ବହୁତ ଫୋଟୋ ବାହାର କଲି ଆଉ ମୋତେ ନିଜ ଜୀବନର ପ୍ରଥମ ଓଡ଼ିଆଇ କ୍ୟାପ ମହେନ୍ଦ୍ର ସିଂ ଧୋନୀଙ୍କ ହାତରୁ ମିଳି ଥିଲା। ବହୁତ ବଡ଼ ଖେଳାଳି, ତାଙ୍କ ସାମ୍ନାରେ ମୋର ଆବାଜ ହି ବାହାରୁ ନଥିଲା। ସେ ଯେତେବେଳେ ଯୁବ ଖେଳାଳି ମାନଙ୍କ ସହ କଥା ହୁଅନ୍ତି ତ ଲାଗେ ହି ନାହିଁ କିସେ ଜଣେ ଏତେ ବଡ ଖେଳାଳି ବୋଲି। ଜିମ୍ବାୱେ ରେ ଯେବେ ପ୍ରଥମ ଥର ତାଙ୍କ ସହ ଦେଖା ହେଇଥିଲା ତ ତାଙ୍କୁ ମୁ ମାହିଁ ସାର, ମାହିଁ ସାର କାହିଁକି ଡାକୁଥିଲି। ଦୁଇ ଓଭର ବୋଲିଂ କରିବା ପରେ ସେ ମୋ ପାଖକୁ ଆସିଲେ ଆଉ କହିଲେ ‘ମାହି, ଧୋନୀ, ମହେନ୍ଦ୍ର ସିଂ ଧୋନୀ ଅଥବା ଭାଇ ଯାହା କହିବା କଥା କହିଦେ।’ ତା ପରେ ମୁ କହିଲି ଓକେ ସାର, ତ ସେ ମୋତେ ଭଗେଇ ଦେଲେ ଆଉ କହିଲେ କି ତୋର କିଛି ହେଇପାରିବନି।”

ଚାହାଲ ରୋହିତଙ୍କ ବାବଦରେ କହିଲେ ” ରୋହିତ ଭାଇ ଆମ ଭାରତୀୟ ଟିମର ଜଣେ ବହୁତ ବଡ଼ ଖେଳାଳି। ସେ ମୋର ବହୁତ ଭଲ ସାଙ୍ଗ ଅଟନ୍ତି ଆଉ ସେ ହି ମୋର କ୍ୟାରିଅରର ଆରମ୍ଭ କରିଥିଲେ। ମୁଁ ମୁମ୍ବାଇ ଇଣ୍ଡିଆନ୍ସରୁ ହି ନିଜର ଡେବ୍ୟୁ କରିଥିଲି। ରିକି ପୋଣ୍ଟିଂ ଟିମରେ ଥିଲେ ଆଉ ତାଙ୍କର ଭଲ ତୁର୍ଣ୍ଣାମେଣ୍ଟ ଯାଉନଥିଲା। କୋଲକାତାରେ ରୋହିତ କହିଲେ କି ମୁଁ ଅଧିନାୟକ। ଆଉ ତା ପରେ ସେ ମୋ ଜାଗା ଟିମରେ ପକ୍କା କରିଥିଲେ ଆଉ ମୋତେ ଲାଗିଲା କି ମୋ କ୍ୟାରିଅରର ଆରମ୍ଭ ହେଇଗଲା।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।