ଚାଣକ୍ୟ ନୀତି: ଜୀବନରେ ଏହି ଦୁଇଟି ଅଭ୍ୟାସ ନିଶା ସମାନ ହୋଇଥାଏ, ଥରେ ହୋଇଗଲେ ସବୁ ବର୍ବାଦ କରିଦେଇଥାଏ ।

ଚାଣକ୍ୟ ଅନେକ କାଳରୁ ଜଣେ ବିଦ୍ୱାନ ବ୍ୟକ୍ତି ରୂପରେ ପରିଚିତ। ତାଙ୍କ ଚାଣକ୍ୟ ନୀତି ପୁରା ଦୁନିଆରେ ପ୍ରସିଦ୍ଧ। ସେ ନିଜ ଅନୁଭବରେ ଜୀବନକୁ ସଠିକ ରୂପରେ କେମିତି ବଞ୍ଚିବା ତାହାର ତରିକା ଖୋଜିଛନ୍ତି। ଯଦି ଆପଣ ଚାଣକ୍ୟ ନୀତି ଅନୁସାରେ ନିଜ ଜୀବନ ବିତାଇବେ ତେବେ କେବେବି ଜୀବନରେ ଦୁଃଖ ପାଇବେ ନାହିଁ। ଚାଣକ୍ୟ ନୀତି ଅନୁସାରେ ଜୀବନରେ ସେହି ବ୍ୟକ୍ତି ସବୁଠୁ ଅଧିକ ସୁଖରେ ରହିଥାଏ ଯିଏକି ସବୁ ଅବଗୁଣରୁ ଦୁରେଇ ରହାଇଥାଏ। ଏହି ଅବଗୁଣ ବ୍ୟକ୍ତିର ଦୁଃଖର କାରଣ ହୋଇଥାଏ। ଏହା ଦ୍ଵାରା ବ୍ୟକ୍ତି ସର୍ବଦା ଅଶାନ୍ତିରେ ରହିଥାଏ। ଏହା ଅନେକ ସମସ୍ୟାର କାରଣ ମଧ୍ୟ ହୋଇପାରେ। ଚାଣକ୍ୟ ନୀତି ଅନୁସାରେ ବ୍ୟକ୍ତିକୁ ସୁଖୀ ରହିବା ପାଇଁ ଏହି ଦୁଇ ଅବଗୁଣରୁ ଦୂରରେ ରହିବା ଆବଶ୍ୟକ।

Google
ଲୋଭ କରନ୍ତୁ ନାହିଁ:-

ଲୋଭ ମଧ୍ୟ କୌଣସି ରୋଗରୁ କମ ହୋଇନଥାଏ। ଏହା ଥରେ ଆପଣଙ୍କୁ ଲାଗିଗଲେ ଆପଣ କେବେବି ଶାନ୍ତିରେ ରହିପାରିବେ ନାହିଁ। ଆପଣଙ୍କ ମନରେ ଲଗାତର କିଛି ନା କିଛି ହାସଲ କରିବାର ଇଛା ରହିବ। ତାହା ପରେ ବହୁତ ଶୀଘ୍ର ତାହା ଏପରି ନିଶା ହୋଇଯିବ ଯାହା ଆପଣଙ୍କୁ ଖରାପ ରାସ୍ତାରେ ଯିବା ପାଇଁ ମଧ୍ୟ ବାଧ୍ୟ କରିଦେବ। ଏହି ସବୁ ଜିନିଷ କାରଣରୁ ଆପଣଙ୍କ ଜୀବନରୁ ସୁଖ ନାମକ ଜିନିଷ ଗାଏବ ହୋଇଯିବ।

ଏହି ଲୋଭ ଆପଣଙ୍କ ଜୀବନ ବର୍ବାଦ କରିକି ହିଁ ଛାଡିବ।ଏହା ଦ୍ଵାରା ଆପଣ କେବେବି ଜୀବନରେ ସନ୍ତୁଷ୍ଟ ହୋଇପାରିବେ ନାହିଁ। ଏହି ଲୋଭ କାରଣରୁ ପୂର୍ବରୁ ଆପଣଙ୍କ ପାଖରେ ଯାହା ଅଛି ଯାହାକୁ ଆପଣ ପଚାରିବେ ନାହିଁ।ଆପଣ ଜୀବନର ଆନନ୍ଦ ନନେଇ ନୂଆ ନୂଆ ଜିନିଷ ହାସଲ କରିବା ପଛରେ ପଡିବେ। ଏଥିପାଇଁ ଯଦି ଆପଣ ନିଜ ଜୀବନରେ ସୁଖ ଶାନ୍ତିରେ ରହିବାକୁ ଚାହୁଁଛନ୍ତି ତେବେ ଲୋଭ କୁ ତ୍ୟାଗ କରିଦିଅନ୍ତୁ।

Google
ଅନ୍ୟର ଖରାପ ଗୁଣ କୁହନ୍ତୁନି:-

ଚାଣକ୍ୟ ନୀତି ଅନୁସାରେ ବ୍ୟକ୍ତିକୁ ଅନ୍ୟର ଖରାପ ଗୁଣରୁ ଦୁରେଇକି ରହିବା ଆବଶ୍ୟକ। ଏହାଭି ଏକ ପ୍ରକାରର ରୋଗ ଅଟେ। ଏହା ଆପଣଙ୍କୁ ଲାଗିଯିବ ତ ପ୍ରତିଷ୍ଠା ଓ ସମ୍ମାନ ନଷ୍ଟ ହୋଇଯାଇଥାଏ। କେବେ କାହାର ଖରାପ ଗୁଣ କହିବା ଉଚିତ ନୁହେଁ । ଯଦି ସବୁବେଳେ ଆପଣ ଅନ୍ୟର ଖରାପ ଗୁଣ କହିବେ ଆପଣ ଏହି ଅବଗୁଣର ଶିକାର ହୋଇଯିବେ।ଅନ୍ୟକୁ ଅପମାନ ଦେଉଥିବା ଲୋକ ସମାଜରେ କେବେବି ସମ୍ମାନ ମିଳିନଥାଏ। ଏହିଭଳି ଲୋକ ସର୍ବଦା ନେଗେଟିଭ ବିଚାରରେ ଭରି ରହିଥାନ୍ତି।

ଏହିପରି ଲୋକ ଜୀବନରେ ଆଗକୁ ବଢିପାରନ୍ତି ନାହିଁ।ଅନ୍ୟର ଖରାପ ଗୁଣ କହିବା ବା କାହାଠାରୁ ଶୁଣିବା ଏକ ଖରାପ ଅଭ୍ୟାସ ଅଟେ। ଯଦି ଆପଣ କାହାର ଖରାପ ଗୁଣ ବିଷୟରେ ଶୁଣିଥାନ୍ତି ତେବେ ଆପଣ ମଧ୍ୟ ବହୁତ ଶୀଘ୍ର ସେହି ଗୁଣର ଶିକାର ହୋଇଯାଇଥାନ୍ତି। ସେଥିପାଇଁ ସବୁବେଳେ ସାମ୍ନା ଲୋକ ଭଲ ଗୁଣ ଦେଖନ୍ତୁ। ଯଦି ସାମ୍ନା ଲୋକର କିଛି ଖରାପ ଗୁଣ ଅଛି ତାକୁ ମନରୁ କାଢିଦିଅନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *