ଚାଣକ୍ୟଙ୍କ ଚାଣକ୍ୟ ନୀତିରେ କୁହାଯାଇଛି କି ବାପା ମା’ ଙ୍କୁ ପିଲାମାନଙ୍କର ଦେଖାଶୁଣା କରିବା ସମୟରେ କିଛି କଥାର ବିଶେଷ ଧ୍ୟାନ ରଖିବା ଦରକାର। ଚାଣକ୍ୟଙ୍କ ଅନୁସାରେ ପିଲାମାନଙ୍କ ମଧ୍ୟରେ ଖରାପ ଅଭ୍ୟାସର ପ୍ରଭାବ ପକେଇବାକୁ ଦେବାକଥା ନୁହେଁ। ଏଥିପାଇଁ ଚାଣକ୍ୟଙ୍କର ଏହି କଥା ପ୍ରତି ଧ୍ୟାନ ରଖିବା ଦରକାର।

ଚାଣକ୍ୟ ନୀତି:
ଚାଣକ୍ୟ ଜଣେ ଯୋଗ୍ୟ ଗୁରୁ ଥିଲେ।ଚାଣକ୍ୟ ଜଣେ ବିଶ୍ୱ ପ୍ରସିଦ୍ଧ ତକ୍ଷଶିଳା ବିଶ୍ୱ ବିଦ୍ୟାଳୟର ଛାତ୍ର ଥିଲେ ଓ ପରେ ସେହିଠାରେ ପଢେଇବା କାର୍ଯ୍ୟ ବି କରିଥିଲେ। ଏଥିପାଇଁ ଚାଣକ୍ୟଙ୍କୁ ପିଲାଙ୍କର ବିକାଶ ସମୟରେ ହେଉଥିବା ପରିବର୍ତ୍ତନର ଭଲ ଜ୍ଞାନ ଥିଲା।ଚାଣକ୍ୟଙ୍କ ଅନୁସାରେ ଯେବେ ପିଲାମାନେ ଛୋଟ ହୋଇଥାନ୍ତି ସେମାନେ ନିଜ ଆଖ ପାଖରେ ହେଉଥିବା ଘଟଣା ରୁ ଅଧିକ ପ୍ରଭାବିତ ହୋଇଥାନ୍ତି।
ଚାଣକ୍ୟଙ୍କ ଅନୁସାରେ ପିଲାମାନେ ଅଧିକ ଜିଜ୍ଞାସୁ ହୋଇଥାନ୍ତି ସେମାନେ ଯେବେ ଧୀରେ ଧୀରେ ବଡ ହୋଇଥାନ୍ତି ତେବେ ସେମାନେ ଭଲ ଓ ମନ୍ଦ ଦୁଇ ପ୍ରକାରର ଘଟଣାକୁ ଗ୍ରହଣ କରିବାକୁ ଲାଗନ୍ତି। ଏହିଠାରୁ ଅବିଭାବକମାନଙ୍କର ବିଶେଷ ଦାୟିତ୍ୱ ଆରମ୍ଭ ହୋଇଯାଏ।ଏହି ମଧ୍ୟରେ ଅବିଭାବକମାନଙ୍କୁ ଏହା ସୁନିଶ୍ଚିନ୍ତ କରିବାର ଚେଷ୍ଟା କରିବା କଥା କି ତାଙ୍କ ପିଲା ମଧ୍ୟରେ କୌଣସି ମନ୍ଦ ଅଭ୍ୟାସ ପ୍ରବେଶ ନ କରୁ।
ଚାଣକ୍ୟ ଙ୍କ ଅନୁସାରେ ପିଲାମାନଙ୍କ ରେ ମନ୍ଦ ଅଭ୍ୟାସ ବହୁତ ଜଲ୍ଦି ଆସିଯାଏ । ଏଥିପାଇଁ ଏହି ମନ୍ଦ ଅଭ୍ୟାସଗୁଡିକୁ ସମୟ ଥାଇ ଦୂର କରିଦେବା ଉଚିତ। ଯଦି ଏପରି ନ କରାଯିବ ତ ଏହି ମନ୍ଦ ଅଭ୍ୟାସଗୁଡିକର ପିଲାମାନଙ୍କର ଭବିଷ୍ୟତ ଉପରେ ଖରାପ ପ୍ରଭାବ ପଡିବ। ଏଥିପାଇଁ ଚାଣକ୍ୟଙ୍କର ଏହି କଥା ଗୁଡିକୁ ଧ୍ୟାନ ରେ ରଖନ୍ତୁ।

ପିଲାମାନଙ୍କ ମଧ୍ୟରେ ଲୋଭ ପାଳିବାକୁ ଦିଅନ୍ତୁ ନାହିଁ:
ଚାଣକ୍ୟଙ୍କ ଅନୁସାରେ ପିଲାମାନଙ୍କ ମଧ୍ୟରେ ଲୋଭର ଅଭ୍ୟାସ ଜମାରୁ ବି ବଢିବାକୁ ଦିଅନ୍ତୁ ନାହିଁ। ଲୋଭ ବଢିବାର ଅଭ୍ୟାସ ଆସିଗଲେ ପିଲାମାନେ ଭୁଲ ବାଟ ପ୍ରତି ଆକର୍ଷିତ ହୋଇଯାନ୍ତି। ଏଥିପାଇଁ ପିଲାମାନଙ୍କ ମଧ୍ୟରେ ଯଦି ଲୋଭ ର ଅଭ୍ୟାସ ଦେଖାଯାଏ ତେବେ ସାବଧାନ ହେଇଯାନ୍ତୁ ଓ ବହୁତ ସଜାଗ ରୁହନ୍ତୁ କି ସେ ଏହି ଅଭ୍ୟାସ ଠାରୁ ଦୂର କରିବାକୁ ଚେଷ୍ଟା କରିବା ଉଚିତ। ଲୋଭ କାରଣରୁ ହିଁ ପିଲାମାନେ ଜିଦିଆ ହୋଇଯାନ୍ତି। ଯଦି ତାଙ୍କର ଜିଦ୍ଦି ପୂରା ନ ହୁଏ ତ ସେମାନେ ଭୁଲ କାର୍ଯ୍ୟ କରିବାକୁ ଲାଗନ୍ତି ଯାହାଦ୍ୱାରା କେବେ ଅସୁବିଧାର ସାମ୍ନା କରିବାକୁ ପଡିବ।
ମିଛ କହିବାର ଅଭ୍ୟାସରେ ପଡିବାରେ ଦିଅନ୍ତୁ ନାହିଁ:
ଚାଣକ୍ୟଙ୍କ ଅନୁସାରେ ପିଲାମାନଙ୍କ ମଧ୍ୟରେ ମିଛ କହିବାର ଅଭ୍ୟାସ ବହୁତ ଜଲ୍ଦି ପ୍ରବେଶ କରେ। ମିଛ କହିବାର ଅଭ୍ୟାସ ଯେବେ ଜଣାପଡିବ ଅଭିଭାବକମାନଙ୍କୁ ସଚେତନ ହେବାକୁ ପଡିବ ଓ ପିଲାଙ୍କୁ ମିଛ କହିବାରୁ ହେଉଥିବା କ୍ଷତି ବିଷୟରେ ସ୍ନେହର ସହିତ କହିବା ଉଚିତ। ମିଛ କହିବାର ଅଭ୍ୟାସ ହେଇଗଲା ପରେ ପିଲାମାନେ ଅଭିଭାବକମାନଙ୍କ ଠାରୁ ଜରୁରୀ କଥା ଗୁଡିକୁ ବି ଲୁଚେଇବାକୁ ଲାଗନ୍ତି। ଯେଉଁ କାରଣରୁ ପିଲାମାନେ ଓ ଅଭିଭାବକ ଦୁହିଁଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।