ଚନ୍ଦ୍ରଗ୍ରହଣ ୨୦୨୦: ଏହି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୩୦ ନଭେମ୍ବରରେ, ଜାଣନ୍ତୁ ଚନ୍ଦ୍ରଗ୍ରହଣ ଲାଗିବାର ସମୟ ଓ ଅନ୍ୟ କେତେକ ଜାଣିବା ତଥ୍ୟ।

ଚନ୍ଦ୍ରଗ୍ରହଣ୨୦୨୦:  ଆଗାମୀ ମାସ ୩୦ ନଭେମ୍ବର ୨୦୨୦ରେ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଯାହାକି ୨୦୨୦ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବ। କହିରଖୁଛୁ କି ଏହି ବର୍ଷ ମୋଟ ଉପରେ ୬ ଟି ଗ୍ରହଣ ଲାଗିଛି ଯେଉଁଥିରୁ ୪ ଟି ଚନ୍ଦ୍ରଗ୍ରହଣ ଓ ୨ ଟି ସୂର୍ଯ୍ୟ ପରାଗ ଥିଲା। ଏହି ବର୍ଷ ଲାଗିଥିବା ୪ ଟି ଚନ୍ଦ୍ରଗ୍ରହଣ ମଧ୍ୟରୁ ଏହି ଶେଷ ବା ୪ର୍ଥ ଚନ୍ଦ୍ରଗ୍ରହଣ ୩୦ ନଭେମ୍ବର ୨୦୨୦ରେ ଲାଗିବାକୁ ଯାଉଛି।୨୦୨୦ ବର୍ଷର ଏହି ଶେଷ ଚନ୍ଦ୍ର ଗ୍ରହଣ ବୃଷ ରାଶି ଓ ରୋହିନୀ ନକ୍ଷତ୍ରରେ ଲାଗିବାକୁ ଯାଉଛି।

google

୩୦ ନଭେମ୍ବର ୨୦୨୦କୁ ଲାଗିବାକୁ ଯାଉଥିବା ଚନ୍ଦ୍ରଗ୍ରହଣର ସମୟ:-

୩୦ ନଭେମ୍ବର ୨୦୨୦କୁ ଲାଗିବାକୁ ଯାଉଥିବା ଏହି ଚନ୍ଦ୍ରଗ୍ରହଣ ଖରାବେଳ ୧ ଟା ବାଜି ୨ ମିନିଟରେ ଆରମ୍ଭ ହେବ ଓ ସନ୍ଧ୍ୟା ୫ ଟା ୨୩ ମିନିଟ ପର୍ଯ୍ୟନ୍ତ ରହିବ। ଏହି ଭାବରେ ୩୦ ନଭେମ୍ବରକୁ ଲାଗିବାକୁ ଥିବା ଗ୍ରହଣର ପୁରା ଅବଧି ୪ ଘଣ୍ଟା ୨୧ମିନିଟ ରହିବ। ଏହି ଚନ୍ଦ୍ରଗ୍ରହଣ ଏକ ଉପଛାୟା ଚନ୍ଦ୍ରଗ୍ରହଣ ହେବ ଯାହା ଭାରତ, ଆମେରିକା,ପ୍ରଶାନ୍ତ ମହାସାଗର,ଏସିଆ ଓ ଅଷ୍ଟ୍ରେଲିଆରେ ଦୃଶ୍ୟମାନ ହେବ।

୩୦ ନଭେମ୍ବର ୨୦୨୦ରେ ଲାଗିବାକୁ ଥିବା ଚନ୍ଦ୍ରଗ୍ରହଣର ସୁତକ କାଳ:-

କହିରଖୁଛୁ କି ୩୦ ନଭେମ୍ବର ୨୦୨୦ କୁ ଲାଗିବାର ଥିବା ସେହି ଚନ୍ଦ୍ରଗ୍ରହଣର ସୁତକ କାଳ ମାନ୍ୟ ହେବ ନାହିଁ।

ଚନ୍ଦ୍ର ଗ୍ରହଣ ପରେ କରନ୍ତୁ ସ୍ନାନ ଏବଂ ଦାନ ପୂର୍ଣ୍ଣ:-

ଚନ୍ଦ୍ର ଗ୍ରହଣ ପରେ ଗ୍ରହଣର ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ଭଜନ କୀର୍ତ୍ତନ ଛଡା ନଦୀ କିମ୍ବା ଗାଡ଼ିଆ ରେ ଗାଧୋଇବା ଦରକାର। ସ୍ନାନ କରିବା ପରେ ଯଥା ଶକ୍ତି ଦାନ ପୂର୍ଣ୍ଣ ବି କରିବା ଦରକାର।

ଜାଣନ୍ତୁ ଉପଛାୟା ଚନ୍ଦ୍ର ଗ୍ରହଣ ବିଷୟରେ:-

ଉପଛାୟାକୁ ଇଂରାଜୀରେ ପେନୁମବ୍ରଲ କୁହାଯାଏ। ଏହି ପ୍ରକାରରେ ଚନ୍ଦ୍ର ଗ୍ରହଣ ରେ ଯେବେ ଚନ୍ଦ୍ରମା ଉପରେ ପୃଥିବୀର ଛାଇ ପଡି କେବଳ ପୃଥିବୀର ଉପଛାୟା ହିଁ ପଡିଥାଏ ତ ଏହାକୁ ଉପଛାୟା ଚନ୍ଦ୍ର ଗ୍ରହଣ କୁହାଯାଏ।ଉପଛାୟା ଚନ୍ଦ୍ର ଗ୍ରହଣରେ ଚନ୍ଦ୍ରମାଙ୍କ ଆକାରରେ କିଛି ଅନ୍ତର ଆସେ ନାହିଁ କେବଳ ଚନ୍ଦ୍ରମା ଉପରେ ଏକ ଛାଇ ଦେଖାଯାଇଥାଏ।

google

ଧାର୍ମିକ ମାନ୍ୟତା:-

ବୈଦିକ ଜ୍ୟୋତିଷରେ ଚନ୍ଦ୍ରମାକୁ ମନର କାରକ ମାନନ୍ତି।ଜ୍ୟୋତିଷ ମାନଙ୍କ ଧାରଣାରେ ଚନ୍ଦ୍ରମାଙ୍କ ପ୍ରଭାବ କାରଣରୁ ଜାତକର ମନ ବିଚଳିତ ଏବଂ ସ୍ଥିର ରହିଥାଏ। ଜ୍ୟୋତିଷ ମାନଙ୍କ ଧାରଣାରେ ଯେଉଁ ଜାତକର କୁଣ୍ଡଳୀରେ ଚନ୍ଦ୍ରମା ମଜଭୁତ ରହିଥାଏ ତାଙ୍କୁ ତାର ଭଲ ଫଳ ମିଳିଥାଏ ସେଠାରେ ଯେଉଁ ମାନଙ୍କର ଜାତକର କୁଣ୍ଡଳୀରେ ଚନ୍ଦ୍ରମା ଦୁର୍ବଳ ହୋଇଥାଏ ସେହି ଜାତକମାନଙ୍କର କେତେକ ପ୍ରକାରର ସମସ୍ୟାର ସମ୍ମୁଖିନ କରିବାକୁ ପଡିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *